Puri News: ପୁଣି ଅଶାନ୍ତ ପୁରୀ, ସାହିଯାତ ଦେଖି ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
Advertisement

Puri News: ପୁଣି ଅଶାନ୍ତ ପୁରୀ, ସାହିଯାତ ଦେଖି ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Puri News: ସାହିଯାତ ଦେଖି ଫେରିବା ସମୟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଯୁବକଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବାକୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ଯୁବକ ଜଣକ ହେଉଛନ୍ତି କାଳିକାଦେବୀ ସାହିର କିଶନ ରଣା ଓରଫ ଜଗା । 

Puri News: ପୁଣି ଅଶାନ୍ତ ପୁରୀ, ସାହିଯାତ ଦେଖି ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Puri News: ପୁଣି ଅଶାନ୍ତ ହେଲା ପୁରୀ(Puri) । ସହରରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି। ରାମନବମୀ ଠାରୁ ଆରମ୍ଭ ହୋଇଥିବା ସାହିଯାତ ପରମ୍ପରା ଚାଲିଥିବା ବେଳେ ପୁଣି ଆଉ ଏକ ଅପରାଧ ସାମ୍ନାକୁ ଆସିଛି। ସାହିଜାତ ଦେଖି ଫେରିବା ସମୟରେ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସାହିଯାତ ଦେଖି ଫେରିବା ସମୟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଯୁବକଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବାକୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ଯୁବକ ଜଣକ ହେଉଛନ୍ତି କାଳିକାଦେବୀ ସାହିର କିଶନ ରଣା ଓରଫ ଜଗା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ(Attack) କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପଡୋଶୀଙ୍କ ପରିବାର ମିଶି ସଂଘବନ୍ଧ ଭାବେ ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଜଗାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ସେପଟେ ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବିଶେଷ ପ୍ରଭାବ ପଡୁଥିବା ପରିଲକ୍ଷିତ ହେଉନଥିବା ଚର୍ଚ୍ଚା ହେଉଛି।

ଏହାମଧ୍ଯ ପଢନ୍ତୁ-Sambalpur Accident: ଶାସନ କେନାଲରେ ବରଯାତ୍ରୀ ଗାଡ଼ି ଓଲଟି ୭ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଏହାମଧ୍ଯ ପଢନ୍ତୁ-Weather Update: ଆଜିଠାରୁ କମିବ ପଶ୍ଚିମା ଝଡ଼ ପ୍ରଭାବ, ଅସହ୍ୟ ତାତିରେ ସିଝିବ ସାରା ରାଜ୍ୟ

ପୁରୀ ଏବେ ଅପରାଧିଙ୍କ ଚରାଭୂଇଁ ପାଲଟିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବଡଦାଣ୍ଡକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ପୁରୀ ପୋଲିସ। ଲୁଟତରାଜଠାରୁ ଆରମ୍ଭ କରି ବିଚ୍ ରୋଡ଼ ଉପରେ ବୁଲୁଛି ଖଣ୍ଡା ତରୱଲ। କିଛିଦିନ ତଳେ ମହାପ୍ରଭୁଙ୍କ ବଡଦାଣ୍ଡର ମାର୍କେଟ ଛକ ନିକଟରେ ପୋଲିସ ସାମ୍ନାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ଯରେ ସଂର୍ଘଷ ଯୋଗୁଁ ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଥିଲେ ତିନି ଜଣ ଯୁବକ। ଦିନ ଦ୍ୱିପହରେ ଭକ୍ତଙ୍କ ଗହଳି ଆଉ ପୋଲିସ ଉପସ୍ଥିତ ସତ୍ତ୍ୱେ ଏଭଳି ସାଂଘାତିକ ଅପରାଧ ଘଟିଥିଲା । ହେଲେ କିଛି କରିପାରିନଥିଲା ପୋଲିସ। ଅବଶ୍ୟ ପରେ ଘଟଣାରେ ସଂପୃକ୍ତ ଥିବା ୧୦ରୁ ଉର୍ଦ୍ଧ୍ବ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଥିଲା । ଆଉ ଏହାର ଦିନେ ଦୁଇ ଦିନ ପରେ ଶ୍ରୀମନ୍ଦିରଠାରୁ ମାତ୍ର ଶହେ ମିଟର ଦୂର ମରଚେଇକୋଟ ଛକରେ ବଡଦାଣ୍ଡରେ ଆଉ ଏକ ଅପରାଧ ଘଟାଇଥିଲେ ଅପରାଧି। ବ୍ଯବସାୟକୁ କେନ୍ଦ୍ର କରି ଯୁବକକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଅପରାଧି। ତେବେ ପବିତ୍ର ଭୂମିରେ ଏଭଳି ହିସାଂକାଣ୍ତ ଯୋଗୁଁ ପୋଲିସର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛନ୍ତି ସାଧାରଣ ଜନତା ।

ଏହାମଧ୍ଯ ପଢନ୍ତୁ-National News in Odia: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି, ସୁଇସାଇଡ଼ ନୋଟ ପଢି କାନ୍ଦି ପକାଇଲା ପୋଲିସ

ଏହାମଧ୍ଯ ପଢନ୍ତୁ-Aadhaar Pan Card: ଏଣିକି PPF-SSY ସମେତ ସ୍ୱଳ୍ପ ସଞ୍ଚୟ ପାଇଁ ପ୍ୟାନ ଓ ଆଧାର କାର୍ଡ଼ ବାଧ୍ୟତାମୂଳକ

ଏହାମଧ୍ଯ ପଢନ୍ତୁ-Premium Tatkal Ticket: ପ୍ରିମିୟମ୍ ତତ୍କାଳ ଟିକେଟ୍ କ’ଣ, ଏହା ଏକ କନଫର୍ମ ଟ୍ରେନ୍ ଟିକେଟ୍ କି? ଜାଣନ୍ତୁ ସବୁକିଛି

ଏହାମଧ୍ଯ ପଢନ୍ତୁ-Kottankulangara Devi temple: ଭାରତର ଏହି ମନ୍ଦିରକୁ ପ୍ରବେଶ କରିବାକୁ ହେଲେ ପୁରୁଷଙ୍କୁ ହେବାକୁ ପଡ଼ିଥାଏ ନାରୀ! ଅନନ୍ୟ ପରମ୍ପରାରେ ହୁଏ ଦେବୀ ପୂଜା

ଏହାମଧ୍ଯ ପଢନ୍ତୁ- How Long Human Can Live: ଜଣେ ମଣିଷ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ? ଜଣାନ୍ତୁ ବୌଜ୍ଞାନିକମାନେ କଣ କୁହନ୍ତି ଏ ବିଷୟରେ...