Keonjhar: ଥମୁନି ହାତୀ ମୃତ୍ୟୁ, ଜିଲ୍ଲାରେ ଅସୁରକ୍ଷିତ ହାତୀ ବଂଶ
Advertisement

Keonjhar: ଥମୁନି ହାତୀ ମୃତ୍ୟୁ, ଜିଲ୍ଲାରେ ଅସୁରକ୍ଷିତ ହାତୀ ବଂଶ

Keonjhar: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ଓଢଣା ଗାଁ ନିକଟରେ ଏକ ବର୍ଷକର ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ଘଟିଛି । ଦନ୍ତା ହାତୀ ଆକ୍ରମଣରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। 

ସୌ(ସୋସିଆଲ ମିଡିଆ)

 

Keonjhar: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ଓଢଣା ଗାଁ ନିକଟରେ ଏକ ବର୍ଷକର ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ଘଟିଛି । ଦନ୍ତା ହାତୀ ଆକ୍ରମଣରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଗ୍ରାମବାସୀଙ୍କଠାରୁ ଖବର ପାଇବା ପରେ ବନ ବିଭାଗ ମୃତ ହାତୀ ଛୁଆ ନିକଟକୁ ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ମୃତ ହାତୀ ଛୁଆ ନିକଟରେ ୩୭ ଟିକିଆ ହାତୀ ପଲ ରହୁଥିବାରୁ ବନ ବିଭାଗ ଗତକାଲି ସେଠାକୁ ଯାଇ ପାରିନଥିଲା। ଆଜି ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଓ ପ୍ରାଣୀ ଚିକିତ୍ସାଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି । ପ୍ରାୟ ଦୁଇରୁ ୩ ଦିନ ତଳେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ମୃତ ହାତୀ ଛୁଆର ବୟସ ଏକ ବର୍ଷ ବୋଲି ଜଣାପଡ଼ିଛି। ଏହାସହ ତା ବେକରେ ଦୁଇଟି କ୍ଷତ ଚିହ୍ନ ମଧ୍ୟ ରହିଛି। ତେବେ ଦନ୍ତା ହାତୀ ଆକ୍ରମଣରେ ଏହି ହାତୀ ଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି । ଗତ କିଛି ଦିନ ହେବ ଏହି ଅଞ୍ଚଳରେ ୩୭ ଟିକିଆ ହାତୀ ପଲଙ୍କ ଉପଦ୍ରପ ଦେଖିବାକୁ ମିଳିଛି । ହାତୀ ପଲ ଏଣେ ତେଣେ ବିଚରଣ କରିବା ସହ ବହୁ ଫସଲ ଓ ଘର ଦୁଆର ମଧ୍ୟ ଭାଙ୍ଗି ଥିଲେ। ତେବେ ବନ ବିଭାଗ ପକ୍ଷରୁ ୩୭ ଟିକିଆ ହାତୀପଲ ଉପରେ ୨୪ ଘଣ୍ଟିଆ ନଜର ରଖିବା ସହ ଡାକବାଜି ଯନ୍ତ୍ର ଓ ମୋବାଇଲରେ ଭଏସ ମେସେଜ ମାଧ୍ୟମରେ ହାତୀର ଗତି ପଥ ଉପରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ତେବେ ହାତୀ ପଲଙ୍କ ମଧ୍ୟରେ ଅନେକ ହାତୀ ଶାବକ ଥିବା ବେଳେ ଏହି ମୃତ ହାତୀ ଛୁଆକୁ ଏକ ଅଣ୍ଡିରା ହାତୀ ଆକ୍ରମଣ କରି ମାରିଥିବା ଅନୁମାନ କରାଯାଉଛି। ଆଜି ସକାଳୁ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ପଶୁ ଡାକ୍ତର ଘଟଣାସ୍ଥଳରେ ପହଁଞ୍ଚି ମୃତ ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ହାତୀଟିକୁ ପୋତି ଦେଇଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡି଼ବ।   

ତେବେ କେନ୍ଦୁଝର ଜିଲ୍ଲାର ତେଲକୋଇ ରେଞ୍ଜରେ ୨୦୧୧ ମସିହାରେ ପ୍ରଥମେ ହାତୀ ମୃତ୍ୟୁ ହୋଇଥିଲା । ୨୦୨୩ ସୁଦ୍ଧା ପ୍ରାୟ ୧୧ଟି ହାତୀ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ତେବେ ଦିନକୁ ଦିନ ଜଙ୍ଗଲ  କ୍ଷୟ ହେବା ସହ ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଓ ଜଳର ଅଭାବ ଯୋଗୁଁ ହାତୀପଲ ସହର ମୁହଁ। ହେଉଛନ୍ତି ।

ଫଳରେ କେତେବେଳେ  ହାତୀ ଆକ୍ରମଣରେ ମଣିଷ ଜୀବନ ହରାଉଛନ୍ତି ତ ଆଉ କେତେବେଳେ ମଣିଷଙ୍କ ଆକ୍ରମଣର ଶିକାର ହେଉଛନ୍ତି ନୀରିହ ହାତୀ । ତେବେ ହାତୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। କିନ୍ତୁ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ବି କ’ଣ ସତରେ କେନ୍ଦୁଝରରେ ହାତୀ ସୁରକ୍ଷିତ ଅଛନ୍ତି, ଏଭଳି ଅନେକ ପ୍ରଶ୍ନ ପଶୁ ପ୍ରେମୀଙ୍କ ମଧ୍ୟରେ ଉଙ୍କୁ ମାରୁଛି।