Material Made From Bamboo: କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ଏହି ବାଉଁଶ ନିର୍ମିତ ସାମଗ୍ରୀ ବ୍ୟବସାୟ ବଂଶାନୁକ୍ରମେ ଚାଲିଥିବା ବେଳେ, ହଠାତ୍ କେତେ ବର୍ଷ ହେଲା ଏହି ବ୍ୟବସାୟ ୮୦ ଭାଗ ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳିଛି। ଏହାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ଜଣାପଡ଼ିଛି ଯେ, ବାଉଁଶ ନିର୍ମିତ ଜିନିଷ କରୁଥିବା କାରିଗର ବିଭିନ୍ନ ପ୍ରକାର ଉତ୍ତର ଦେଉଛନ୍ତି।
Trending Photos
Bamboo Made Materials: ବାଉଁଶ ନିର୍ମିତ ସାମଗ୍ରୀ ଯଥା କୁଲା, ବାଉଁଶିଆ, ଡାଲା, ବୋଝ, ଗାଣ୍ଡୁଆ, ଝୁଡ଼ି ପ୍ରଭୃତି ସାମଗ୍ରୀ ଏବେ ବଜାରରୁ ଧିରେ ଧିରେ ଲୋପ ହେବାକୁ ବସିଲାଣି। ଏହି ଘରକରଣା ଜିନିଷ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବେଳେ, ଏହାକୁ ବର୍ତ୍ତମାନ ସହଜରେ ଲୋକେ ପାଇ ପାରୁନାହାଁନ୍ତି। ଏହି ବାଉଁଶ ନିର୍ମିତ ଜିନିଷ ତିଆରି କରୁଥିବା କାରିଗର ନିଜର କୌଳିକ ବୃତ୍ତି ଛାଡ଼ି ଏବେ ଅନ୍ୟ ବ୍ୟବସାୟକୁ ଆପଣାଉଥିବା ଦେଖିବାକୁ ମିଳୁଛି।
କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ଏହି ବାଉଁଶ ନିର୍ମିତ ସାମଗ୍ରୀ ବ୍ୟବସାୟ ବଂଶାନୁକ୍ରମେ ଚାଲିଥିବା ବେଳେ, ହଠାତ୍ କେତେ ବର୍ଷ ହେଲା ଏହି ବ୍ୟବସାୟ ୮୦ ଭାଗ ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳିଛି। ଏହାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ଜଣାପଡ଼ିଛି ଯେ, ବାଉଁଶ ନିର୍ମିତ ଜିନିଷ କରୁଥିବା କାରିଗର ବିଭିନ୍ନ ପ୍ରକାର ଉତ୍ତର ଦେଉଛନ୍ତି। ବାଉଁଶର ଘୋର ଅଭାବ, ବାଉଁଶ ଉପରେ ବନ ବିଭାଗର କଟକଣା, ଘରୋଇ ବାଉଁଶ ଗଛ ଲଗାଇଥିବା ବ୍ୟକ୍ତିଙ୍କ ଚଢା ଦର କାରଣରୁ ବାଉଁଶ କାରିଗର ଆଉ ବାଉଁଶ ନିର୍ମିତ ଜିନିଷ ତିଆରି କରିବାକୁ ସକ୍ଷମ ହେଉନାହାଁନ୍ତି। ହେଲେ କାଁ ଭାଁ ବାଉଁଶ ମିଳିଲେ ଏପରି ଘରକରଣା ଜିନିଷ ଯେଉଁମାନେ ତିଆରି କରୁଛନ୍ତି, ତାହା ଆକାଶଛୁଆଁ ଦରରେ ବିକ୍ରି କରୁଛନ୍ତି।
ବିଶେଷ କରି ବାହାଘର, ବତ୍ରଘର ଭଳି କାର୍ଯ୍ୟରେ ଡାଲା, କୁଲାର ବ୍ୟବହାର ବେଦୀରେ ଦରକାର ପଡୁଥିବାରୁ ଯେତେ ଅଧିକ ଦର ହେଲେ ମଧ୍ୟ ଲୋକେ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ବାଉଁଶ ଚିରିବା ଦାୟିତ୍ୱ ପୁରୁଷ ଲୋକ ନେଉଥିବା ବେଳେ, ମହିଳା ଲୋକ ଉପକରଣ ବୁଣିଥାନ୍ତି। ହେଲେ କୌଳିକ ବୃତ୍ତିକୁ ଛାଡ଼ି ଏବେ ସ୍ତ୍ରୀ ଲୋକ ସ୍ୱୟଂସହାୟକ ଗୋଷ୍ଠୀରେ ମିଶି ଅନ୍ୟ ଧନ୍ଦାମୂଳକ ବ୍ୟବସାୟ ଆରମ୍ଭ କଲେଣି। ଯାହା ଫଳରେ ବାହାର ଜାଗାରୁ ଏହି ସାମଗ୍ରୀ କିଣି ଆଣି କେତେକ ବ୍ୟବସାୟୀ ମନଇଛା ଦରରେ ବିକ୍ରି କରୁଥିବା ଦେଖାଯାଇଛି। ସମୟ ଆସିବ ଏହି ବାଉଁଶ ନିର୍ମିତ ସାମଗ୍ରୀ ବଜାରରୁ ଲୋପ ପାଇଯିବ।
ଧୀରେ ଧୀରେ ବାଉଁଶ ନିର୍ମିତ ସାମଗ୍ରୀ ବଦଳରେ ପ୍ଲାଷ୍ଟିକ ଜିନିଷର ପ୍ରଚଳନ ବହୁଳ ଭାବେ ଦେଖାଯାଉଛି। ପ୍ରାୟତଃ ଅଧିକାଂଶ ଲୋକଙ୍କ ଘରେ ଏବେ ପ୍ଲାଷ୍ଟିକ କୁଲା ଠାରୁ ଆରମ୍ଭ କରି ପରିବା ରଖିବା ଡାଲା ପର୍ଯ୍ୟନ୍ତ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁଠରେ ପ୍ଲାଷ୍ଟିକ ନିର୍ମିତ ଉପକରଣର ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି। ଏହା ପର୍ବପର୍ବାଣୀ, ବାହାଘର, ବ୍ରତଘରରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହେଉନଥିବା ବେଳେ, ଲୋକେ ଯେତେ ଅଧିକ ପଇସା ହେଲେ ମଧ୍ୟ ବାଉଁଶ ନିର୍ମିତ ସାମଗ୍ରୀକୁ ଯୋଗାଡ଼ କରିବାକୁ ବାଧ୍ୟ ହେଉଛନ୍ତି।
ବାଉଁଶ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଗଲେ କାରିଗର ପୂର୍ବଭଳି ଏହି ସାମଗ୍ରୀ ତିଆରି କରିବାକୁ ସକ୍ଷମ ହେବେ ବୋଲି ମତପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଏସଏସଜି ଗ୍ରୁପ ମାଧ୍ୟମରେ ମହିଳାଙ୍କ ପାଖରେ ପହଞ୍ଚୁଥିଲେ ମଧ୍ୟ ବାଉଁଶ ତିଆରି ସାମଗ୍ରୀ ଆଉ ତିଆରି କରିବାକୁ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଏବଂ ସେମାନଙ୍କ ଦ୍ୱାରା ସାମଗ୍ରୀକୁ ବିକ୍ରି କରିବାକୁ ବଜାର ଯୋଗାଇ ଦିଆଗଲେ, ପୁଣି ପୂର୍ବାବସ୍ଥା ଫେରିଆସିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।