ଜିଲ୍ଲାପାଳଙ୍କ ବାସଭବନରେ ପଶିଗଲା ଭାଲୁ
Advertisement
Article Detail0/zeeodisha/odisha941761

ଜିଲ୍ଲାପାଳଙ୍କ ବାସଭବନରେ ପଶିଗଲା ଭାଲୁ

ଆଜି ସକାଳେ ନୂଆପଡା ଜିଲ୍ଲାପାଳଙ୍କ ବାସଭବନ ଭିତରେ ଏକ ବଣୁଆ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା।

ଡିଜାଇନ ଫଟୋ

ନୂଆପଡା: ଜିଲ୍ଲାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ବାସଭବନ ଭିତରେ ଏକ ବଣୁଆ ଭାଲୁ ପଶି ଯାଇଛି। ଭାଲୁଟିକୁ ବାହାର କରିବା ପାଇଁ ବନ ବିଭାଗ କର୍ମଚାରୀମାନେ ନାକେଦମ ହୋଇଛନ୍ତି।

ଆଜି ସକାଳେ ନୂଆପଡା ଜିଲ୍ଲାପାଳଙ୍କ ବାସଭବନ ଭିତରେ ଏକ ବଣୁଆ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଭାଲୁଟିକୁ ଦେଖଇ ସେଠାରେ କାମ କରୁଥିବା କର୍ମଚାରୀମାନେ ଆତଙ୍କୀତ ହୋଇଯାଇଥିଲେ। ସେମାନେ ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀ ଭାଲୁକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଛନ୍ତି।

Also Read: ଗୋଧି ପାଇଁ ୫ ଦିନ ଗାଧୁଆ ଘର ବନ୍ଦ

 

ଦୀର୍ଘ ସମୟ ନାକେଦମ୍ ହେଲା ପାରେ ବନ ବିଭାଗ କର୍ମଚାରୀମାନେ ଭାଲୁକୁ ବାହାରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଆମ୍ବ, ପିଜୁଳି, ପଣସ ପରି ଅନେକ ଫଳ ଗଛ ଅଛି। ତେବେ ସେହି ଖାଦ୍ୟ ଅନ୍ୱେଷଣରେ ଭାଲୁଟି ବାଉଣ୍ଡାରୀ ଭିତରକୁ ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

fallback