ଗୋଧି ପାଇଁ ୫ ଦିନ ଗାଧୁଆ ଘର ବନ୍ଦ
Advertisement
Article Detail0/zeeodisha/odisha940277

ଗୋଧି ପାଇଁ ୫ ଦିନ ଗାଧୁଆ ଘର ବନ୍ଦ

କାନ୍ଥରେ ଟାଇଲ ଲାଗିଥିବା ହେତୁ ଗୋଧିଟି ଆଉ ଉପରକୁ ଚଢି ପାରି ନଥିଲା। ଘର ଲୋକେ ଗୋଧି ଟିକୁ ଗାଧୁଆ ଘରୁ ତଡିବା ପାଇଁ bleaching ପାଉଡର ମଧ୍ୟ ଚଟାଣ ଉପରେ ଛିଞ୍ଚି ଥିଲେ, ହେଲେ କବାଟ ବନ୍ଦ ଥିବାରୁ ଗୋଧିଟି ବାହାରକୁ ବାହାରି ନଥିଲା।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ ୬ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିବା ଗୋଧିକୁ ଉଦ୍ଧାର କରିବା ପରେ ଘରେ ରହୁଥିବା ଲୋକେ ଆଶ୍ବସ୍ତ ହୋଇଛନ୍ତି। ଗାଧୁଆ ଘରେ ଗୋଧି ପଶିଯିବାରୁ ୫ ଦିନ ହେବ ହଇରାଣ ହରକତ ହେଉଥିବା ପରିବାର ଲୋକେ ଚିନ୍ତାରେ ରହିଥିଲେ। 

ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ ଧରି ଉପରକୁ ଉଠି ସ୍କାଇ ଲାଇଟ ପଟେ ପଶି ଗାଧୁଆ ଘରେ ଗୋଧି (bengal monitor lizard) ଖସି ପଡିଥିଲା। ଘରୁ ବାହାରି ନ ପାରି ସେଇ ଗାଧୁଆ ଘର ଭିତରେ ଏପଟ ସେପଟ ହେଉଥିଲା। କାନ୍ଥରେ ଟାଇଲ ଲାଗିଥିବା ହେତୁ ଗୋଧିଟି ଆଉ ଉପରକୁ ଚଢି ପାରି ନଥିଲା। ଘର ଲୋକେ ଗୋଧି ଟିକୁ ଗାଧୁଆ ଘରୁ ତଡିବା ପାଇଁ bleaching ପାଉଡର ମଧ୍ୟ ଚଟାଣ ଉପରେ ଛିଞ୍ଚି ଥିଲେ, ହେଲେ କବାଟ ବନ୍ଦ ଥିବାରୁ ଗୋଧିଟି ବାହାରକୁ ବାହାରି ନଥିଲା। 

Alsp Read: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଜାଣନ୍ତୁ କେତେବେଳେ କେଉଁ ନୀତିକା

୪ ଦିନ କଟିବା ପରେ ଘର ଲୋକେ ପଞ୍ଚମ ଦିନ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଫୋନ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ବେଙ୍ଗଲ ମୋନିଟର ଲିଜ଼ାର୍ଡ ପ୍ରଜାତିର ଗୋଧିକୁ ପାଇଖାନାରୁ ଉଦ୍ଧାର କରିବା ପରେ ତାକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି।  

fallback