ଟ୍ରାକ୍ଟର ନେଲା ବାଇକ ଚାଳକଙ୍କ ଜୀବନ
Advertisement

ଟ୍ରାକ୍ଟର ନେଲା ବାଇକ ଚାଳକଙ୍କ ଜୀବନ

ରତ୍ନାକରଙ୍କ ପରିବାର ଲୋକେ ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେମାନେ ଦାରିଙ୍ଗବାଡି ମେଡିକାଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଅଟକାଇ ରାସ୍ତାରେ ଧାରଣାରେ ବସିଥିଲେ। 

ଡିଜାଇନ୍ ଫଟୋ

କନ୍ଧମାଳ: ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଦାରିଙ୍ଗବାଡି ଥାନା ହିଲଭିୟୁ ପାର୍କ ନିକଟ ୫୯ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା ଘଟିଛି। ମୃତକ ହେଲେ ଦାରିଙ୍ଗବାଡି ଥାନା ସିମନବାଡ଼ି ଗ୍ରାମର ବିବାହିତ ଯୁବକ ରତ୍ନାକର ନାୟକ ( ୨୯)। ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ରତ୍ନାକର ନିଜ ବାଇକ ଯୋଗେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ଦାରିଙ୍ଗବାଡିରୁ ନିଜ ଗାଁ ସିମନବାଡିକୁ ଯାଉଥିଲେ। ଏହି ସମୟରେ ହିଲଭିୟୁ ପାର୍କ ନିକଟ ୫୯ ନଂ ଜାତୀୟ ରାଜପଥରେ ସାମ୍ନା ପଟୁ ଆସୁଥିବା ବାଲି ବୋଝେଇ ଟ୍ରାକ୍ଟରଟି ରତ୍ନାକରଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରତ୍ନାକରଙ୍କ ମୃତ୍ୟୁ ଘଟିଥିଲା। 

Also Read: ହସ୍ପିଟାଲ ଯାଇ ପ୍ରସୂତି ହଟହଟା; ଅଟୋରେ ହେଲା ପ୍ରସବ, ଡାକ୍ତର ଦେଲେ ଭୟଙ୍କର ଉତ୍ତର

ରତ୍ନାକରଙ୍କ ପରିବାର ଲୋକେ ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେମାନେ ଦାରିଙ୍ଗବାଡି ମେଡିକାଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଅଟକାଇ ରାସ୍ତାରେ ଧାରଣାରେ ବସିଥିଲେ। ମୃତକଙ୍କ ପରିବାର ଲୋକ ସମେତ ସିମନବାଡ଼ି ଗ୍ରାମର ଶତାଧିକ ଯୁବକ ଧାରଣାରେ ବସିଥିବା ବେଳେ ତୁରନ୍ତ କ୍ଷତିପୂରଣ ଦିଆଯାଉ ଦାବି କରି ରାସ୍ତା ରୋକ କରିଥିଲେ।

fallback

ଦାରିଙ୍ଗବାଡି ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ପରିବାର ଲୋକ ପୋଲିସର କଥାକୁ ଶୁଣିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଶନିବାର ରତ୍ନାକରଙ୍କ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।