Fake Certificate: ପୋଷ୍ଟାଲରେ ନିଯୁକ୍ତି, ଜାଲ୍ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରି ଫସିଲେ ୬ ଆଶାୟୀ
Advertisement
Article Detail0/zeeodisha/odisha1630414

Fake Certificate: ପୋଷ୍ଟାଲରେ ନିଯୁକ୍ତି, ଜାଲ୍ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରି ଫସିଲେ ୬ ଆଶାୟୀ

Fake Certificate: ପୋଷ୍ଟାଲ ଚାକିରୀ (postal job) ପାଇଁ ଜାଲ ସାର୍ଟିଫିକେଟରେ(Fake Certificate) ଆବେଦନ କରି ଫସିଲେ ଆଶାୟୀ । ଡାକ ବିଭାଗରେ ନିଯୁକ୍ତି ପାଇଁ ଜାଲ ଶିକ୍ଷା ପ୍ରମାଣପତ୍ର ଦାଖଲ କରି ଆବେଦନ କରିଛନ୍ତି ପ୍ରାର୍ଥୀ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ଡାକ ମଣ୍ଡଳରୁ ।

Fake Certificate: ପୋଷ୍ଟାଲରେ ନିଯୁକ୍ତି, ଜାଲ୍ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରି ଫସିଲେ ୬ ଆଶାୟୀ

Fake Certificate: ପୋଷ୍ଟାଲ ଚାକିରୀ (postal job) ପାଇଁ ଜାଲ ସାର୍ଟିଫିକେଟରେ(Fake Certificate) ଆବେଦନ କରି ଫସିଲେ ଆଶାୟୀ । ଡାକ ବିଭାଗରେ ନିଯୁକ୍ତି ପାଇଁ ଜାଲ ଶିକ୍ଷା ପ୍ରମାଣପତ୍ର ଦାଖଲ କରି ଆବେଦନ କରିଛନ୍ତି ପ୍ରାର୍ଥୀ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ଡାକ ମଣ୍ଡଳରୁ । ଘଟଣା ଜଣା ପଡିବା ପରେ ଫୁଲବାଣୀ ( Phulbani )ଡାକ ମଣ୍ଡଳ ଅଧୀକ୍ଷକ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁଯାୟୀ,ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖା ପୋଷ୍ଟ ମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏ-ହି ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ପାସ ରହିଥିଲା, ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଅନଲାଇନରେ ହୋଇଥିଲା  । 

ମାଟ୍ରିକ ପରୀକ୍ଷାର ମାର୍କ ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୮୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିଥିଲେ । ଏ -ସମସ୍ତ ପ୍ରାର୍ଥୀଙ୍କ ମାଟ୍ରିକ ପ୍ରମାଣପତ୍ର ଯାଞ୍ଚ ପରେ ସେଥି ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡିଥିଲା । ସେଥିରୁ ୫ ଜଣ ଆଲ୍ଲାବାଦ ବୋର୍ଡରୁ ସାର୍ଟିଫିକେଟ ଆଣିଥିବା ବେଳେ ଜଣଙ୍କ ପାଖରେ NIOS(ଜାତୀୟ ମୁକ୍ତ ବିଦ୍ୟାଳୟ)ର ପ୍ରମାଣପତ୍ର ରହିଥିବା ଜଣାପଡିଛି ଏହି ଜାଲିଆତି ବିଷୟ ଜଣାପଡିବା ପରେ ଫୁଲବାଣୀ ଡାକ ମଣ୍ଡଳ ଅଧୀକ୍ଷକ ଦେବୀ ପ୍ରସାଦ ନାୟକ ଗତକାଲି ସନ୍ଧ୍ୟାରେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଳାର ପ୍ରମୋଦ ସାହୁ , ଖୋର୍ଦ୍ଧାର ଶୁଭଙ୍କର ବେହେରା, କନ୍ଧମାଳର ମାନିନୀ ମାଝୀ,ପ୍ରମିତ କୁମାର ବେହେରା ଏବଂ ଭଦ୍ରକ ଜିଲ୍ଲାର ନରେନ୍ଦ୍ର ମହାନ୍ତି ଆଲ୍ଲାବାଦରୁ ସାର୍ଟିଫିକେଟ ସଂଗ୍ରହ କରିଥିବା ବେଳେ ଖୋର୍ଦ୍ଧାର ଶୁଭଙ୍କର ବେହେରା( NIOS) ର ପ୍ରମାଣପତ୍ର ଦାଖଲ କରିଥିବା ଡାକ ଅଧୀକ୍ଷକ ଏତାଲାରେ ଦର୍ଶାଇଛନ୍ତି । ଏନେଇ ଫୁଲବାଣୀ ଟାଉନ ଥାନା ପୋଲିସ ୮୬/୨୦୨୩ରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି ବୋଲି ଫୁଲବାଣୀ ଟାଉନ ଥାନା IIC ଅଶୋକ କୁମାର ଗିରି ସୂଚନା ଦେଇଛନ୍ତି ।

fallback

ଏହାବି ପଢନ୍ତୁ : Odisha News: ନକଲି ସାର୍ଟିଫିକେଟ ଗ୍ୟାଙ୍ଗର ୧୯ ସଦସ୍ୟ ଗିରଫ, ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ଏହାବି ପଢନ୍ତୁ : Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...

ନିକଟରେ ଏଭଳି ଏକ ଘଟଣା ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି । ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଜାଲ ସାର୍ଟିଫିକେଟ ରାକେଟରେ ପୋଲିସର ଘନ ଘନ ଚଢ଼ାଉ ପରେ ଏଥିରେ ଏହାର ମୁଖ୍ୟ ଅଭିଯୁକ୍ତ ସହ ମୋଟ ୧୯ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ତେବେ ୨୦୧୬ରୁ ଏଠି ଏହି ରାକେଟ ଚାଲିଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାର ହଜାର ହଜାର ଲୋକ ଏଠୁ ସାର୍ଟିଫିକେଟ ନେଇଥିବାର ସ୍ପଷ୍ଟ ହୋଇଛି। ଦେଶର ସବୁ ବିଶ୍ୱ ବିଦ୍ୟାଳୟଠୁ ନେଇ ବୋର୍ଡ, ଏପରିକି ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟର ଜାଲ ସାର୍ଟିଫିକେଟ ଏଠି ତିଆରି ହେଉଥିଲା ବୋଲି ଜଣାପଡିଛି। ଯାହାକୁ ନେଇ  ସ୍ପଷ୍ଟ କରିଛନ୍ତି ବଲାଂଗୀର ଏସପି ନୀତିନ କୁଶଲକର। ତେବେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ କାରବାର ହେଉଥିବାର ବଲାଙ୍ଗୀର ଡାକ ବିଭାଗ ପକ୍ଷରୁ ଏକ ଅଭିଯୋଗ ଆସିଥିଲା। ଯେଉଁଥିରେ ୩୭ ଜଣ ପ୍ରତ୍ୟାଶି ଡାକ ବିଭାଗରେ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇଥିଲେ। 

ତେବେ ଏହା ଉପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଦୀର୍ଘ କିଛି ଦିନ ହେବ ତଦନ୍ତ ଚଳାଇଥିଲା। ଏହାର ମୂଳ ଚେର ବଲାଙ୍ଗୀର ସହର ମଧ୍ୟରେ ଥିବା ରିଲାଏନ୍ସ କୋଚିଂ ସେଣ୍ଟର ବୋଲି ଜାଣିବାକୁ ପାଇଥିଲା। ତେବେ ପୋଲିସ ଏହି କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କୁ ଅଟକ ରଖିଥିଲା। ଏହା ପରେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ କୋଚିଂ ସେଣ୍ଟରରେ ରେଡ଼ କରିଥିଲା। ରେଡ଼ ସମୟରେ ସେଠାରୁ ପୋଲିସ ଦେଶର ବିଭିନ୍ନ ନାମୀଦାମୀ ବିଶ୍ବବିଦ୍ୟାଳୟ, ବୋର୍ଡ ଓ ଅନ୍ୟାନ୍ୟ ପ୍ରତିଷ୍ଠାନର ମୋଟ ୫ ହଜାରରୁ ଊର୍ଦ୍ଧ୍ୱ ଜାଲ ସାର୍ଟିଫିକେଟ ଜବତ କରିଥିଲା। ସେହିପରି ଏହାକୁ ତିଆରି କରିବା ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟର, ପ୍ରିଣ୍ଟର, ସିଲ ଷ୍ଟାମ୍ପ ପୋଲିସ ଜବତ କରିଛି। 

ଏହି ସ୍ଥାନରୁ ୩ ଲକ୍ଷ ୬୭ ହଜାର ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଏଇ ରିଲାଏନ୍ସ କୋଚିଂ ସେଣ୍ଟର ନାଁରେ ଏହି କଳା ଧନ୍ଦା ବିଗତ ୨୦୧୬ରୁ ଚାଲିଥିବାର ପୋଲିସ ଜାଣିବାକୁ ପାଇଛି। ତେବେ ପୋଲିସ ହାତରେ ଦେଶର ୨୭ଟି ୟୁନିଭରସିଟି ଓ ସ୍କୁଲର ଜାଲ କାଗଜ ପତ୍ର, ସିଲ ଷ୍ଟମ୍ପ, ଲୋଗୋ ଇତ୍ୟାଦି ପୋଲିସ ଜବତ କରିଛି। ସେହିପରି କିଛି ଡାଏରି ମଧ୍ୟ ପୋଲିସ ହାତରେ ଲାଗିଛି। ଯେଉଁଥିରେ କାହାଠୁ କେଉଁ ସାର୍ଟିଫିକେଟ ପାଇଁ କେତେ ଟଙ୍କା ନିଆ ଯାଇଛି ସେ ସବୁର ତଥ୍ୟ ମଧ୍ୟ ରହିଛି। 

ସେହିପରି ପ୍ରତ୍ୟେକ ସାର୍ଟିଫିକେଟ ପାଇଁ ଦେଢ଼ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏମାନେ ନେଉଥିଲେ ବୋଲି ପୋଲିସ କହିଛି। ତେବେ ଜବତ ଡାଏରିରେ ବଲାଂଗୀର ସମେତ ଅନ୍ୟ ଜିଲ୍ଲାର ଅନେକ ସ୍କୁଲ କଲେଜ ୟୁନିଭରସିଟି ଓ ଲୋକଙ୍କ ସହ ଟଙ୍କା କାରବାର ହେଉଥିବାର ତଥ୍ୟ ରହିଛି। ଏହାଛଡା ଏହାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଚାକିରି ଦେବା ନାଁରେ  ଲକ୍ଷାଧିକ ଟଙ୍କା ଠକାମୀ କରିଥିବାର ମଧ୍ୟ ପୋଲିସ ଜାଣିବାକୁ ପାଇଛି। ତେବେ ଏହାକୁ ନେଇ ବଲାଙ୍ଗୀର ଏସପି ନିତିନ କୁସଲକର ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି। ତେବେ ଡାକବିଭାଗର ଅଭିଯୋଗ କ୍ରମେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ଯାହା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରା ଯାଇଥିଲା। ଏଥିରେ ସାଇବର ପୋଲିସ, ବଲାଙ୍ଗୀର ଟାଉନ ପୋଲିସ, ଓ ବଲାଙ୍ଗୀର ସଦର ପୋଲିସର ବଛାବଛା ଅଧିକାରୀମାନେ ଏହାର ତଦନ୍ତ କରୁଥିଲେ। 

ସେହିପରି ଭାବରେ ଏହାର ମୂଳ ବଲାଙ୍ଗୀରର ରିଲାଏନ୍ସ କୋଚିଂ ସେଣ୍ଟର ବୋଲି ଜଣାପଡିଥିଲା। ପୋଲିସ ସେଇଠି ଚଢ଼ାଉ କରିବା ସହ ଏହାର ମାଲିକ ତଥା ଏହି ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କୁ ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କୁ ଗିରଫ କରିଥିଲା। ସେହିପରି ଏହି ନକଲି ସାର୍ଟିଫିକେଟ ଧନ୍ଦାରେ ଜଡିତ ଥିବା ଆହୁରି ୧୭ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ଏସପି କହିଛନ୍ତି। ତେବେ ସମ୍ପୃକ୍ତ କୋଚିଂ ସେଣ୍ଟରରୁ ୨୭ଟି ବିଶ୍ୱବିଦ୍ୟାଳୟର ସିଲ, ଜାଲ କାଗଜ ପତ୍ର, ସାର୍ଟିଫିକେଟ ସହ ବିଭିନ୍ନ ସରକାରୀ ଅଧିକାରୀଙ୍କ ସିଲ ମୋହର ମଧ୍ୟ ଏଠୁ  ଜବତ କରିଥିବାର ସେ କହିଛନ୍ତି। 

ସେହିପରି ଏମାନେ ୨୦୧୬ରୁ ଏହି ଜାଲ ସାର୍ଟିଫିକେଟ ଧନ୍ଦା ଚଳାଇ ଆସୁଥିବା ବେଳେ ଏଯାବତ ୫ ହଜାରରୁ ଊର୍ଦ୍ଧ୍ୱ ଜାଲ ସାର୍ଟିଫିକେଟ ବିକ୍ରି କରିଥିବାର ସେ କହିଛନ୍ତି। ଏବଂ ଏହା କେବଳ ବଲାଂଗୀର ଜିଲ୍ଲାରେ ନୁହେଁ ସାରା ଓଡ଼ିଶାରେ ଏମାନେ ସକ୍ରିୟ ଥିବାର ମଧ୍ୟ ସେ କହିଛନ୍ତି। ତେବେ ଆଗକୁ ଏଥିରେ ଆହୁରି ଗିରଫ ଦାରୀ ବଢିବ ଓ ଅଧିକ ମାମଲା ମଧ୍ୟ ରୁଜୁ ହେବ ବୋଲି ସେ କହିଛନ୍ତି। ଏହାଛଡା ଏହି ବ୍ୟକ୍ତି ଚାକିରି ନାଁରେ ମଧ୍ୟ ଲୋକଙ୍କ ଠୁ ମୋଟା ଆକାରର ଟଙ୍କା ଠକିଥିବାର ସେ କହିଛନ୍ତି। ଯେଉଁଥିରେ ଏମସିଏଲରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ସେ ନେଇଥିବାର ଏସ ପି ସ୍ପଷ୍ଟ କରିଛନ୍ତି। ତେବେ ଏହି ଧନ୍ଦା ଦୀର୍ଘ ବର୍ଷ ଧରି ମନୋଜ ମିଶ୍ର ଚଳାଉଥିବା ବେଳେ ଏଥିରୁ କମାଇଥିବା ଟଙ୍କାରେ ୬ଟି ସ୍ଥାନରେ କୋଟି କୋଟି ଟଙ୍କାର ଜମି କିଣିବାର ସେ କହିଛନ୍ତି। 

ଏହି ସବୁ ଜମି ଜମା କାଗଜ ସହ ଏକାଧିକ ବ୍ୟାଙ୍କ ଏକାଉଣ୍ଟ କୁ ମଧ୍ୟ ଜବତ କରା ଯାଇଥିବାର ସେ ସୂଚନା ଦେଇ ଛନ୍ତି। ଏହି ରାକେଟ ବହୁତ ବଡ଼ ଓ ଦୀର୍ଘ ଦିନରୁ ଚାଲିଥିବାରୁ ଏହାର ତଦନ୍ତ ରେ ଆହୁରି ସମୟ ଲାଗିବ ଓ ଆହୁରି ଅନେକ ଏଥିରେ ଗିରଫ ହେବେ ବୋଲି ସେ କହିଛନ୍ତି। ଏବଂ  ଏହାର ମୁଖ୍ୟ ସହ ୧୯ ଜଣଙ୍କୁ ଦଫା ୪୨୦, ୪୬୫, ୪୬୭, ୪୬୮, ୪୭୧ ଓ ୩୪ ଆଇପିସିରେ କୋର୍ଟ ଚାଲାଣ କରିଥିବାର ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।