ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକାକରଣ; ଟିକା ନାଁ ଶୁଣି ଗାଁରୁ ପଳାୟନ କରୁଛନ୍ତି ଲୋକେ!
Advertisement
Article Detail0/zeeodisha/odisha922714

ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକାକରଣ; ଟିକା ନାଁ ଶୁଣି ଗାଁରୁ ପଳାୟନ କରୁଛନ୍ତି ଲୋକେ!

ଜିଲ୍ଲାରେ କୋଭିଡ୧୯ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିବା ବେଳେ ଟିକାକରଣ ଉପରେ ପ୍ରାଧାନ୍ୟ ଦିଆଯାଉଛି।

ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକାକରଣ; ଟିକା ନାଁ ଶୁଣି ଗାଁରୁ ପଳାୟନ କରୁଛନ୍ତି ଲୋକେ!

ପ୍ରେମାନନ୍ଦ ପୂଜାରୀ, ଗଜପତି: କୋରୋନା ମହାମାରୀର ମୁକାବିଲା ପାଇଁ  ଜାରି ରହିଛି ଟିକାକରଣ। ଏହି ଅଭିଯାନକୁ ଆଗେଇ ନେବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ଉଭୟ ରାଜ୍ୟ-କେନ୍ଦ୍ର ସରକାର। ଅନ୍ୟପଟେ ଟିକାକରଣ ପ୍ରକ୍ରିୟାରେ ସ୍ୱତଃପ୍ରବୃତ୍ତ ସାମିଲ ହେଉଛନ୍ତି ଲୋକେ। ହେଲେ ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। 

ଜିଲ୍ଲାରେ କୋଭିଡ୧୯ ସଂକ୍ରମଣ (Covid19 Infection) ହାର କ୍ରମଶଃ ହ୍ରାସ ପାଉଥିବା ବେଳେ ଟିକାକରଣ (Covid19 Vaccination) ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ (Tribal Dominated Area) ବସବାସ କରୁଥିବା ଅଧିକାଂଶ ଆଦିମ ଜନଜାତି (Indigenous People) ଲାଞ୍ଜିଆ ସୌରା ସମ୍ପ୍ରଦାୟର (Lanjia Saura Tribe) ଲୋକଙ୍କ ମଧ୍ୟରେ କୋରୋନା ଟିକା (Corona Vaccine) ନେବା ପାଇଁ ସେଭଳି କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ।  

Also Read: 'ମରିଗଲେ ମଧ୍ୟ ଆମେ ନେବୁ ନାହିଁ କୋରୋନା ଟିକା'

ମିଥ୍ୟା ଗୁଜବ (False Rumor) ଅଥବା ଟିକା ପ୍ରତି ରହିଥିବା ଭ୍ରାନ୍ତ ଧାରଣା କାରଣରୁ ଏବେ ମଧ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକେ ଟିକା ନେବାକୁ ରାଜି ହେଉନାହାଁନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗଜପତି (Gajapati) ଜିଲ୍ଲା ମୋହନା (Mohana) ବ୍ଲକର ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା (Chandragiri Saura Development Agency) ଅଧିନରେ ରହିଥିବା ୩୨ ଆଦିବାସୀ ଗ୍ରାମରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଶତପ୍ରତିଶ୍ରତ ଟିକାକରଣ କରିବାକୁ ସ୍ବତନ୍ତ୍ର ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ।

ଏନେଇ ସୌରା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ପଦାଧିକାରୀ ବନମାଳି ଭୂୟାଁଙ୍କ ତତ୍ତ୍ୱବଧାନରେ ଆଦିମ ଜନଜାତି ବିକାଶ ଓ ଉନ୍ନତିକରଣ କାର୍ଯ୍ୟକ୍ରମର ପ୍ରକଳ୍ପ ପରିଚାଳକ ଶ୍ରୀଧର ସାହୁଙ୍କ ସହ ବିଭାଗୀୟ କର୍ମଚାରୀ, ଡାକ୍ତରୀ ଟିମ , ଆଶା ,ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଗାଁ ଗାଁ ବୁଲି ଟିକାକରଣ ବାବଦରେ ଲୋକଙ୍କୁ ଅବଗତ କରାଯାଇଛି। ଏପରିକି ସଚେତନତା ରଥ ବାହାରି କୋରୋନା ସଂକ୍ରମଣରୁ କିପରି ଦୂରେଇ ରହିବେ ଏବଂ ଟିକା ନେଲେ ସୁସ୍ଥ ରହିବା ନେଇ ଲୋକଙ୍କ ଉଦ୍ଦେଶ୍ୟରେ ଘନ ଘନ ପ୍ରଚାର କରୁଛି ପ୍ରଶାସନ। ଏପରିକି ପ୍ରତି ପଞ୍ଚାୟତରେ ଟିକାକରଣ ଶିବିର କରାଯାଉଛି ହେଲେ ବହୁ କମ ସଂଖ୍ୟକ ଲୋକେ ଆସି ଟିକା ନେଉଛନ୍ତି। 

Also Read: Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB

କୋରୋନା ସଂକ୍ରମଣ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବ୍ୟାପିବା ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ଆଗକୁ ଟିକାକରଣ ଜାରି ରହିବ ବୋଲି କହିଛନ୍ତି ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ପଦାଧିକାରୀ।

ସେମାନଙ୍କ କହିବା କଥା, "ଟିକା ନେଲେ କୁଆଡେ ଦୁଇ ବର୍ଷ ଭିତରେ ମୃତ୍ୟୁ ହେବ! ଟିକା ନେଲେ ପିଲାଛୁଆ ହେବନି! ଆମେ ଆଦିବାସୀ ଜଙ୍ଗଲ ପାହାଡ଼ରେ ଖଟି ଚଳୁଛୁ, ମଲେ ଏମିତି ମରିବୁ ପଛେ ଟିକା ନେଇ ମରିବୁ ନାହିଁ! ଟିକା ନେଲେ ଜ୍ବର ହେବ ଆଉ ଜ୍ବର ହେଲେ ମେଡିକାଲ ଗଲେ କିଡନି କାଡିଦେବେ!" ଏଭଳି ଅନେକ ଭ୍ରାନ୍ତ ଧାରଣା ମଧ୍ୟରେ ଲୋକେ ରହିଥିବା ବେଳେ ସେମାନଙ୍କୁ ବୁଝେଇ ବୁଝେଇ ଥକିଗଲାଣି ପ୍ରଶାସନ। 

Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon

ଗତ ମଙ୍ଗଲବାର ଜିଲ୍ଲାର ବାଘମାରି ପଞ୍ଚାୟତରେ ଟିକାକରଣ ଶିବିରର ଆୟୋଜନ କରାଯାଇଥିଲା। ହେଲେ ଅଧିକାଂଶ ଲୋକ ଟିକା ନେବାକୁ ଆସିନଥିଲେ। କେବଳ କିଛି ପାଠ ସାଠ ପଢା ଶିକ୍ଷିତ ଲୋକ କୋରୋନା ଟିକା ନେଇଥିଲା। ଏପରିକି ଘର ଘର ବୁଲି ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ହେଲେ ଏ ଘଟଣା ବାବଦରେ ଜାଣିବା ପରେ ସେଠାକାର  ଲୋକେ ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଥିଲେ। ଜିଲ୍ଲାରେ ଅବସ୍ଥିତ ଅନ୍ୟତଚମ ଆଦିମ ଆଦିବାସୀ ଶଗଡା ଗାଁରେ ପ୍ରଶାସନ ପକ୍ଷରୁ ଘର ଘର ଟିକା ନେବା ଲାଗି ଲୋକଙ୍କୁ ବୁଝା ଯାଉଥିବା ବେଳେ ଜଣେ ବୃଦ୍ଦା ଠେଙ୍ଗା ଦେଖାଇ ଚାଲିଯିବାକୁ କହିବା ସହ କବାଟ ପକାଇଦେଇ ଘରେ ଲୁଚିଥିଲେ। 

ବହୁତ ବୁଝା ସୁଝା ପରେ ସେ ଟିକା ନେବାକୁ ରାଜି ହୋଇଥିଲେ। ପରିସ୍ଥିତି ଧିରେ ଧିରେ ସୁଧିରିବା ସହ ଲୋକେ ସଚେତନା ହେଉଥିବା ଦେଖିବାକୁ ମିଳିଥିଲା ଗତକାଲି ଯେତେବେଳେ ଧାଡିଆମ୍ବ ଗ୍ରାମପଞ୍ଚାୟତରେ ଟିକାକରଣ ଶିବିର କରାଯାଇଥିଲା ଲୋକେ ସ୍ବଃତପ୍ରବୃତ୍ତ ଭାବେ ଆଗ୍ରହୀ ହୋଇ ଟିକାକରଣ ପ୍ରକ୍ରିୟାରେ ନିଜକୁ  ସାମିଲ କରାଇଥିଲେ। 

Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ

ଜିଲ୍ଲାର ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (Chandragiri Community Health Centre) ମେଡିକାଲ ଅଫିସର (Medical Officer) ଡାକ୍ତର ଉଲ୍ଲାସ ଚନ୍ଦ୍ର ରାଉତଙ୍କ କହିବା ଅନୁସାରେ ଜିଲ୍ଲା ପ୍ରଶାସନର (Gajapati Dist Admin) ନିର୍ଦ୍ଦେଶ କ୍ରମେ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଟିକାକରଣ କରାଯାଉଛି। ହେଲେ ଟିକା ନେଲେ ମୃତ୍ୟୁ ହେବ ବୋଲି ଯେଉଁ ଗୁଜବ ପ୍ରସାରିତ ତାହା ସମ୍ପୂର୍ଣ୍ଣ। ଆଗକୁ ଆସୁଥିବା କୋରୋନା ମହମାରୀର ତୃତୀୟ ଲହର ପ୍ରକୋପରୁ ବଞ୍ଚିବାକୁ ହେଲେ ଦୁଇଟି ଟିକା ନେବା ଜରୁରୀ।