Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB
Advertisement
Article Detail0/zeeodisha/odisha909373

Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB

ଟିକାକରଣକୁ ନେଇ ଜଣେ ଫରାସୀ ନୋବେଲ ବିଜେତା କରିଥିବା କଥିତ ଦାବି ଏବେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି।

Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB

ନୂଆଦିଲ୍ଲୀ: କୋରାନା ମହାମାରୀର ମୂଳୋତ୍ପାଟନ ପାଇଁ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା। କୋଭିଡ ଟିକା ନିର୍ମାଣ କରିବା ଆନ୍ତର୍ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭୂମିକା ଗ୍ରହଣ କରିଛି ଭାରତ ବର୍ଷ। ବିଶ୍ୱର ବିଭିନ୍ନ ଦେଶରୁ କୋଭିଡ ଟିକା ଯୋଗାଇବା ସହ ଏହି ମହାମାରୀ ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ଜାରି ରଖିଛି ଭାରତ।

କୋରୋନା ମହାମାରୀର (Corna Pandemic) ମୁକାବିଲା ପାଇଁ ବିଶ୍ୱର କୋଣ ଅନୁକୋଣରେ ଚାଲିଛି ଟିକାକରଣ (Vaccination)। ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ମିଳିତ ଜାତିସଂଘ-ୟୁଏନଏଓ (United Nations Organisation-UNO) ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization-WHO) ପକ୍ଷରୁ ବିଶ୍ୱର କୋରୋନା ପ୍ରଭାବିତ ଦେଶଙ୍କୁ  ଯୋଗାଇ ଦିଆଯାଇଛି ସହଯୋଗ ସହିତ ପ୍ରୋତ୍ସାହନ।  

Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon

ହେଲେ ଏହି ଟିକାକରଣକୁ ନେଇ ଜଣେ ଫରାସୀ ନୋବେଲ ବିଜେତା (French Nobel Laureate) ଲୁଚ୍ ମୋଣ୍ଟେନିଅର୍ (Luc Montagnier) କରିଥିବା କଥିତ ଦାବି ଏବେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି। ଏନେଇ ସେ କହିଛନ୍ତି କୌଣସି ବ୍ୟକ୍ତି କୋରୋନା ଟିକା ନେବାର ପରବର୍ତ୍ତୀ ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ। ବର୍ତ୍ତମାନ କାୟା ବିସ୍ତାର କରିଥିବା ଭ୍ୟାରିଏଣ୍ଟ୍ସ (Corona Variant) ପାଇଁ ସେ କୋଭିଡ ଟିକା ବ୍ୟବହାର କାରଣରୁ ହେଉଥିବା ମ୍ୟୁଟେସନ ପ୍ରକ୍ରିୟାକୁ ଦାୟୀ କରିଛନ୍ତି। 

Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

ତାଙ୍କର ଦାବି ସମ୍ପର୍କିତ ଏକ ପୋଷ୍ଟ ବିଭିନ୍ନ ସାମାଜିକ  ଗଣମାଧ୍ୟମରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। କୋରୋନା ମହାମାରୀ ଏବଂ ଟିକାକରଣ ପ୍ରକ୍ରିୟାକୁ ନେଇ ଏହି ଫରାସୀ ନୋବେଲ ବିଜେତା ରଖିଥିବା ବିଭିନ୍ନ ମତାମତକୁ ନେଇ ପୂର୍ବରୁ ବିବାଦୀୟ ହୋଇସାରିଛି। ଯାହାକୁ ନେଇ ଅନେକ ଆଲୋଚନା ହୋଇସାରିଛି।  

Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ

ଏହା ଉପରେ ଗତ ୨୫ ତାରିଖ ମଙ୍ଗଳବାର କେନ୍ଦ୍ର ସରକାରଙ୍କ (Govt of India) ସୂଚନା ମନ୍ତ୍ରଣାଳୟ (Information Ministry) ଅଧିନସ୍ଥ ପ୍ରେସ ଇନଫରମେସନ ବ୍ୟୁରୋ-ପିଆଇବି (Press Information Bureau-PIB) ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। 

Also Read: COVID19: ପାଡରୁ ବ୍ୟାପିବ ମହାମାରୀ, ଦାବିକୁ ସମର୍ଥନ ଜଣାଇଲେ ଅଷ୍ଟ୍ରେଲୀୟ ଗବେଷକ!

ଏନେଇ ପିଆଇବି ପକ୍ଷରୁ ଫରାସୀ ନୋବେଲ ବିଜେତା ଲୁଚ୍ ମୋଣ୍ଟେନିଅର୍ କରିଥିବା ଦାବି ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହି ଦାବି ମିଥ୍ୟା। ଏହାର କୌଣସି ସତ୍ୟତା ନାହିଁ। ଏପରି ପୋଷ୍ଟକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବାକୁ ଲୋକେ ଦୂରେଇ ରୁହନ୍ତୁ। 

କୋରୋନା ମହାମାରୀର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଗଣ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହି ବ୍ୟବସ୍ଥା ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ ୨୧.୮୦ କୋଟି ଡୋଜ୍ କୋରୋନା ଟିକା ଯୋଗାଇ ଦିଆଯାଇଛି। ଭାରତ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଛି ଦେଶରେ ଚାଲିଥିବା ଟୀକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ବିଶ୍ୱ ଗୁରୁତ୍ୱପୂର୍ଣ୍ଣ।