ଥରୁଛି ଦାରିଙ୍ଗିବାଡ଼ି, କୁହୁଡି଼ ପାଗରେ ନିଆଁ ପୁଆଁ
Advertisement
Article Detail0/zeeodisha/odisha782292

ଥରୁଛି ଦାରିଙ୍ଗିବାଡ଼ି, କୁହୁଡି଼ ପାଗରେ ନିଆଁ ପୁଆଁ

କନ୍ଧମାଳ ଜିଲ୍ଲା (Kandhamala District) ରେ ହଠାତ୍‌ ଏବେ ପାରଦ ଖସିଛି,ଆଉ ଶୀତ (Winter) ବଢ଼ିଯାଇଛି। 

ଥରୁଛି ଦାରିଙ୍ଗିବାଡ଼ି, କୁହୁଡି଼ ପାଗରେ ନିଆଁ ପୁଆଁ

କନ୍ଧମାଳ: କନ୍ଧମାଳ ଜିଲ୍ଲା (Kandhamala District) ରେ ହଠାତ୍‌ ଏବେ ପାରଦ ଖସିଛି,ଆଉ ଶୀତ (Winter) ବଢ଼ିଯାଇଛି। ଓଡ଼ିଶାର କାଶ୍ମୀର (Odisha Kashmir) କୁହାଯାଉଥିବା ଦାରିଙ୍ଗବାଡ଼ି (Daringbadi) ରେ ଆଜି ସର୍ବନିମ୍ନ ତାମମାତ୍ରା ୯.୫ ଡିଗ୍ରି ରେକର୍ଡ଼ ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡି (Daringbadi) ରେ ରାତିରୁ ସକାଳ ଯାଏ ତାପମାତ୍ରା ୯.୫ ଡିଗ୍ରି ସେଲ୍‌ସିୟସ୍‌ ଥିଲା। 

ସେହିଭଳି ଜିଲ୍ଲା ସଦରମହକୁମା ଫୁଲବାଣୀ (Phulbani) ରେ ବି ପାରଦ ଖସି ୧୦ ଡ଼ିଗ୍ରୀରେ ରହିଛି। ଆଉ କନ୍ଧମାଳ (Kandhamala) ରେ ଗତକାଲିଠାରୁ ଶୀତର ଲହରୀ ଅଧିକ ଅନୁଭୂତ ହେବା ଆରମ୍ଭ ହୋଇଯାଇଛି। ଏଥି ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, କାକର ସକାଳ ୯ଟା ପର୍ଯ୍ୟନ୍ତ ରହୁଛି। ଆଉ ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଫଳରେ ଗାଁ ଗହଳି ସମେତ ବିଭିନ୍ନ ସ୍ଥାନରେ ଏବେ ଅନେକ ଲୋକ ଶୀତ ପାଇଁ ନିଆଁର ଆଶ୍ରୟ ମଧ୍ୟ ନେଉଛନ୍ତି।

fallback

ତେବେ ଦିନ ତମାମ ଶୀତୁଆ ପବନ ପ୍ରବାହିତ ହେଉଥିବା ବେଳେ ଘର ଭିତରେ ଏବେ କେବଳ ଶୀତୁଆ ଶୀତୁଆ ଲାଗୁଛି।ଆଉ ସେପଟେ କୋରୋନା ପାଇଁ କନ୍ଧମାଳକୁ ନଭେମ୍ବର ମାସ ଶେଷ ଯାଏ ପର୍ଯ୍ୟଟକଙ୍କୁ ଆସିବା ପାଇଁ ମନା ହୋଇଛି। ଯଦିଓ କୋରୋନାର ଭୟ ରହିଛି, ହେଲେ ତଥାପି କନ୍ଧମାଳବାସୀ ଶୀତରୁ ମଜା ଉଠାଇବାର ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି। 

ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଲୋକେ ପ୍ରାତଃଭ୍ରମଣ କରି ଶୀତର ଭରପୁର ମଜା ଉଠାଉଛନ୍ତି। ଦେହରେ ଶୀତବସ୍ତ୍ର, ମୁହଁରେ ମାସ୍କ୍‌ ଓ ମୁଣ୍ଡ ଟୋପି ପିନ୍ଧି ଖେଳକୁଦ କରି ବ୍ୟାୟାମ କରୁଛନ୍ତି। ପ୍ରତିବର୍ଷ ଶୀତରୁ ମଜା ଉଠାଇ ଆସୁଥିବା କନ୍ଧମାଳବାସୀଙ୍କ ପାଇଁ ଏଥର କୋରୋନା ଲକ୍ଷ୍ମଣରେଖା ଟାଣିଛି। ଆଉ ଯଦିଓ କନ୍ଧମାଳରେ କରୋନା ଗ୍ରାଫ୍‌ ତଳକୁ ଖସିଛି।ହେଲେ ଶୀତରେ କରୋନା ତା କାୟା ଅଧିକ ବିସ୍ତାର କରିବାର ସମ୍ଭାବନା ଥିବାରୁ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି।