ଛାତ୍ରବୃତ୍ତି ଟଙ୍କା ହଡ଼ପ ମାମଲା; ତଦନ୍ତ ଆଳରେ ଆଜି ମଧ୍ୟ ପୋଲିସ ହାତ ଖାଲି
Advertisement

ଛାତ୍ରବୃତ୍ତି ଟଙ୍କା ହଡ଼ପ ମାମଲା; ତଦନ୍ତ ଆଳରେ ଆଜି ମଧ୍ୟ ପୋଲିସ ହାତ ଖାଲି

ଜିଲ୍ଲା ପ୍ରଶାସନ ମଧ୍ୟ ଏ ଘଟଣାରେ ନିରବତାର ପରିଚୟ ଦେଇଥିବା ବେଳେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବ କିଏ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଛାତ୍ରବୃତ୍ତି ଟଙ୍କା ହଡ଼ପ ମାମଲା; ତଦନ୍ତ ଆଳରେ ଆଜି ମଧ୍ୟ ପୋଲିସ ହାତ ଖାଲି

କନ୍ଧମାଳ: ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଛାତ୍ରବୃତ୍ତି ଟଙ୍କା ହଡ଼ପ କରିବା ଏବଂ ବିଭିନ୍ନ ଆଳରେ ଅନେକ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ଘରୋଇ ମହାବିଦ୍ୟାଳୟର ମାଲିକ ବନ୍ଧକ ରଖିଥିବା ଘଟଣାରେ ଆଜିବି ପୋଲିସର ହାତ ଖାଲି। ମାଲିକଙ୍କ ନାମରେ ପୋଲିସ କେବଳ ମାମଲା ରୁଜୁ କରି ଦୀର୍ଘ ୨୭ ଦିନ ହେଲା ତଦନ୍ତ ଆଳରେ ନୀରବରେ ବସି ଯାଇଛି। 

ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଏ ଘଟଣାରେ ନିରବତାର ପରିଚୟ ଦେଇଥିବା ବେଳେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବ କିଏ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିସ୍ଥିତ ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତି ଚନ୍ଦ୍ର ସାହୁ ସ୍ଥାନୀୟ ଅଞ୍ଚଳର ସାଗର ପ୍ରଧାନ ନାମକ ଜଣେ ଆଦିବାସୀ ଛାତ୍ରଙ୍କ ନାମରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜାଲ ଆକାଉଣ୍ଟ ଖୋଲି ତାଙ୍କ ଛାତ୍ରବୃତ୍ତି ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିବା ନେଇ ସାଗର ପ୍ରଧାନ ଦାରିଙ୍ଗବାଡି ଥାନାରେ ଗତ ୧ ତାରିଖ ଦିନ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। 

ଆଉ ସେଭଳି ଅନ୍ୟ ଜଣେ ଛାତ୍ର ରଞ୍ଜନ ପ୍ରଧାନଙ୍କ ଯୁକ୍ତ ୩ରେ ନାମ ଲଗାଇଦେବି କହି ତାଙ୍କ ଦଶମ ଏବଂ ଯୁକ୍ତ ଦୁଇ ସାର୍ଟିଫିକେଟକୁ ଘରୋଇ ମହାବିଦ୍ୟାଳୟର ମାଲିକ ଦୀର୍ଘ ୨ ବର୍ଷ ହେଲା ନିଜ ପାଖରେ ବନ୍ଧକ ରଖିଥିବା ବେଳେ ୪୦ ହଜାର ଟଙ୍କା ଦେଲେ ଯାଇ ସାର୍ଟିଫିକଟ ଫେରାଇବି ବୋଲି ଛାତ୍ରଙ୍କୁ କହୁଛନ୍ତି।ଏହା ସହ ଅନ୍ୟ ଜଣେ ଛାତ୍ରୀ ଋତୁ ପ୍ରଧାନଙ୍କ ମଧ୍ୟ ଯୁକ୍ତ ଦୁଇ ସାର୍ଟିଫିକଟ ନିଜ ପାଖରେ ମହାବିଦ୍ୟାଳୟର ମାଲିକ ନିଜ ପାଖରେ ରଖିଥିବା ବେଳେ ୧୦ ହଜାର ଟଙ୍କା ଦେଲେ ଯାଇ ସାର୍ଟିଫିକଟ ଦେବି ବୋଲି ଘରୋଇ ମହାବିଦ୍ୟାଳୟ ମାଲିକ କୀର୍ତ୍ତି ଚନ୍ଦ୍ର ସାହୁ କହୁଥିବାରୁ ଉଭୟ ଛାତ୍ରଛାତ୍ରୀ ତାଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି। 

Also Read: ଦାରିଙ୍ଗିବାଡିରେ BCA ରାକେଟ୍; ବନ୍ଧକ ପଡିଛି ଭବିଷ୍ୟତ, ଷ୍ଟାଇପେଣ୍ଡ ଟଙ୍କା ଲୁଟୁଛି ମହାବିଦ୍ୟାଳୟ

 

ପୋଲିସ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ନାମରେ ଗତ ୧ ତାରିଖରୁ IPC - ଧାରା -420,406,468,471 ଆଧାରରେ ମାମଲା ରୁଜୁ କରିସାରିଛି। ହେଲେ ମାମଲା ରୁଜୁ ହେବାର ୨୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ତଦନ୍ତ ଜାରିରହିଥିବାର ଦର୍ଶାଇ ପୋଲିସ ଘରୋଇ ମହାବିଦ୍ୟାଳୟ ମାଲିକଙ୍କୁ ପ୍ରୋତ୍ସାହନ ଯୋଗାଇଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ମଧ୍ୟ ଏଦିଗରେ ତଦନ୍ତ କରିବା ଆଳରେ ଆଜି ଯାଏଁ ନିରବ ରହିଛି। 

ଯାହା ଫଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିପାରୁନଥିବା ଦେଖିବାକୁ ମିଳିଛି। ସାଧରଣରେ ଯାହା ଚର୍ଚ୍ଚା ହେଉଛି ସେଥିରୁ ଗୋଟିଏ କଥା ହିଁ ସତ ବୋଲି ମନେ ହେଉଛି। ଏଠାରେ ଆଇନ, ପ୍ରଶାସନ ଘରୋଇ ମହାବିଦ୍ୟାଳୟ ମାଲିକଙ୍କ ପାଖରେ ବିକ୍ରି ହୋଇସାରିଛନ୍ତି।