ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନର୍ବାର JEE-NEET ପରୀକ୍ଷା କରିବାକୁ ଦାବି
Advertisement

ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନର୍ବାର JEE-NEET ପରୀକ୍ଷା କରିବାକୁ ଦାବି

ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ଦାବି କରାଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦେଇଛି ସଂଘ । 

  ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନର୍ବାର JEE-NEET ପରୀକ୍ଷା କରିବାକୁ ଦାବି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଜେଇଇ (JEE), ନିଟ୍ (NEET) ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଲାଗି ପୁନଃ ପରୀକ୍ଷା କରିବାକୁ ଦାବି । ସଦ୍ୟ ସମାପ୍ତ ହୋଇଥିବା ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଦେବାରୁ ମେଧାବୀ ପରୀକ୍ଷାର୍ଥୀ ବଞ୍ଚିତ ହୋଇଛନ୍ତି ।  ବିଶେଷ କରି ରାଜ୍ୟରେ ବନ୍ୟା ପରିସ୍ଥିତି ଓ ମହାମାରୀ କୋରୋନା ପାଇଁ ପରୀକ୍ଷା ଦେବାରେ ଅନୁପସ୍ଥିତ ରହିଛନ୍ତି। ଜେଇଇ ମେନ୍ ପରୀକ୍ଷାରେ ରାଜ୍ୟରୁ ୨୮ ପ୍ରତିଶତ ଅର୍ଥାତ ପ୍ରାୟ ୧୧ ହଜାର ଏବଂ ନିଟ୍ ପରୀକ୍ଷାରେ ୧୨ ପ୍ରତିଶତ ଅର୍ଥାତ ୪୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । 

ଯେଉଁମାନଙ୍କ ଲାଗି ପୁନଃ ପରୀକ୍ଷା କରିବାକୁ ଦାବୀ କରିଛ ଆମ ଜନତା ଅଧିକାର ସଙ୍ଗଠନ। ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ଦାବି କରାଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦେଇଛି ସଂଘ ।