ରାଜ୍ୟରେ ୩୦ ପର୍ଯ୍ୟନ୍ତ ୮ଟି ଟ୍ରେନ୍ ବାତିଲ, ଯାତ୍ରା ପୂର୍ବରୁ ଜାଣନ୍ତୁ ଡିଟେଲସ୍
Advertisement

ରାଜ୍ୟରେ ୩୦ ପର୍ଯ୍ୟନ୍ତ ୮ଟି ଟ୍ରେନ୍ ବାତିଲ, ଯାତ୍ରା ପୂର୍ବରୁ ଜାଣନ୍ତୁ ଡିଟେଲସ୍

ଯାତ୍ରୀ ନ ହେବା ଯୋଗୁଁ ରେଳବାଇ (Indian Railway) ଚାରି ଯୋଡା ଟ୍ରେନ (Train) କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହି ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାତାୟତ କରୁଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ପୂର୍ବତଟ ରେଳବାଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାରି ଯୋଡା ଅର୍ଥାତ ୮ଟି ଟ୍ରେନକୁ ବାତିଲ କରିଛି। ଟ୍ରେନ ବାତିଲ ହେବା ଦ୍ୱାରା ବିଶେଷ କରି ଉପକୂଳ ଓଡିଶାର ୫ଟି ଜିଲ୍ଲାର ଯାତ୍ରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। 

ମିଳିଥିବା ସୂଚନା ଅନୁସାରେ ଯାତ୍ରୀ ନ ହେବା ଯୋଗୁଁ ରେଳବାଇ (Indian Railway) ଚାରି ଯୋଡା ଟ୍ରେନ (Train) କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହି ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାତାୟତ କରୁଛି। ତେଣୁ ଟ୍ରେନ ବାତିଲ ହେବା ଯୋଗୁଁ ପ୍ରାୟ ୬ଟି ଜିଲ୍ଲାର ଲୋକେ ସାଧା ସଳଖ ପ୍ରଭାବିତ ହେବର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଟ୍ରେନ ବାତିଲ ହେବ।

  • କଟକ-ଭଦ୍ରକ-କଟକ (୦୮୪୫୩/୦୮୪୫୪)
  • କଟକ-ପୁରୀ-କଟକ (୦୮୪୩୧/୦୮୪୩୨)
  • କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨)
  • କଟକ-ଭଦ୍ରକ-କଟକ (୦୮୪୩୭/୦୮୪୩୮)

Also Read: PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା

ଏହି ଉପରୋକ୍ତ ୮ଟି ଟ୍ରେନ ବାତିଲ ହେବାକୁ ଥିବା ବେଳେ ପୁରୀ-ଅନୁଗୁଳ-ପୁରୀ (୦୮୪୨୭/୦୮୪୨୮) ଟ୍ରେନ ମଧ୍ୟ ଉଭୟ ପଟୁ ବାତିଲ ହେବ। କିନ୍ତୁ ଏହି ଟ୍ରନ ଅନୁଗୁଳ ପରିବର୍ତ୍ତେ ତାଳଚେର ପର୍ଯ୍ୟନ୍ତ ଚଳାଚଳ କରିବ। ତେବେ ଏହି ସବୁ ଟ୍ରେନରେ ଯାତାୟତ କରିବାକୁ ଯୋଜନା କରିଛନ୍ତି ତେବେ ଟିକଟ କାଟିବା ପୂର୍ବରୁ ସତର୍କ ହୋଇଯାଆନ୍ତୁ। ଅଧିକ ସୂଚନା ପାଇଁ ଆପଣ ରେଳବାଇର ହେଲ୍ପଲାଇନ ନମ୍ବର ୧୩୯କୁ ଯୋଗାଯୋଗ କରିପାରିବେ।