• ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌
  • ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍
  • ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ
  • ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି
  • ଉତ୍ତର ଭାରତରେ ବର୍ଷାର ତାଣ୍ଡବ
  • ଲଗାଣ ବର୍ଷାରେ ବେହାଲ ରାସ୍ତାଘାଟ, ଜନଜୀବନ
  • ୨୪ ଘଣ୍ଟା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍
  • ଗତକାଲି ସକାଳୁ ରେଡ୍‌ ଜାରି ରଖିଥିଲା ଭିଜିଲାନ୍ସ
  • କେରଳରେ ବର୍ଷା ପରେ ବନ୍ୟା ବିତ୍ପତ୍ତି

କନ୍ଧମାଳର ଯୁବ IASଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା! ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଦାରିଙ୍ଗବାଡି  ଅଞ୍ଚଳର ଯାଜ୍ଞସେନ ପ୍ରଧାନ ନାମକ ଜଣେ ୨୩ ବର୍ଷୀୟ ଆଦିବାସୀ ଛାତ୍ର UPSC ପରୀକ୍ଷାରେ  ଉତ୍ତୀର୍ଣ୍ଣ ହୋଇ IAS ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। 

କନ୍ଧମାଳର ଯୁବ IASଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା! ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ
ସୌ- ସୋସିଆଲ ମିଡିିଆ

କନ୍ଧମାଳ: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଫୋଟ। ତା ସାଙ୍ଗକୁ କନ୍ଧମାଳ ଜିଲ୍ଲାପଳାଙ୍କ ରିଟ୍ୱିଟ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି  ଅଞ୍ଚଳର ଯାଜ୍ଞସେନ ପ୍ରଧାନ ନାମକ ଜଣେ ୨୩ ବର୍ଷୀୟ ଆଦିବାସୀ ଛାତ୍ର UPSC ପରୀକ୍ଷାରେ  ଉତ୍ତୀର୍ଣ୍ଣ ହୋଇ IAS ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ଆଉ ଏହାକୁ କନ୍ଧମାଳ ଜିଲ୍ଲାପାଳ ରିଟ୍ୱିଟ୍ କରିଛନ୍ତି ବୋଲି ଏକ ସୂଚନା ଭରା ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। 

ଭାଇରାଲ ଫୋଟରେ ଚାଣକ୍ୟ କୋଚିଂ ସେଣ୍ଟରରୁ ଯାଜ୍ଞସେନ ପ୍ରଧାନ ପୁରସ୍କାର ଗ୍ରହଣ କରୁଥିବାର ଜଣାପଡୁଛି। ଆଉ ଏହି ଫୋଟକୁ ଅନେକ ଲୋକ ନିଜ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିବାରେ ଲାଗିଥିବା ବେଳେ ଫୋଟ ଦେଖି ସଭିଏଁ ଶୁଭେଚ୍ଛା ଜଣାଉଛନ୍ତି। ହେଲେ ଏହା ପ୍ରକୃତରେ କେତେ ଦୂର ସତ? ତାକୁ ନେଇ ମଧ୍ୟ ଜନସାଧରଣରେ ଉଠିଛି ପ୍ରଶ୍ନ। କାରଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅଥବା କନ୍ଧମାଳ ଜିଲ୍ଲାପାଳଙ୍କ ନିଜସ୍ୱ ଟୁଇଟ ଆକାଉଣ୍ଟରେ ଏଭଳି କୌଣସି ସୂଚନା ଟ୍ୱିଟ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ UPSC ତରଫରୁ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଛାତ୍ରଛାତ୍ରୀଙ୍କର ସେଭଳି କୌଣସି ପ୍ରକାର ଫଳାଫଳ ନିକଟ ଅତୀତରେ ପ୍ରକାଶିତ  ମଧ୍ୟ ହୋଇନାହିଁ। 

Also Read: ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଲୁଟ୍, କେତେ ଦୂର ଲମ୍ବିଛି ଚେର?

ଏଭଳି ସ୍ଥଳେ ଫୋଟର କେତେ ଯେ ସତ୍ୟତା ରହିଛି। ତାହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ଯାଜ୍ଞସେନ ପ୍ରଧାନଙ୍କ ଘରେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ, କୁକେରମାହା ଗ୍ରାମର ଗଜେନ୍ଦ୍ର ପ୍ରଧାନଙ୍କ ପୁଅ ହେଉଛନ୍ତି ଯାଜ୍ଞସେନ ପ୍ରଧାନ। ଗଜେନ୍ଦ୍ର ପ୍ରଧାନ ଜଣେ ଶିକ୍ଷକ ହୋଇଥିବା ବେଳେ ପୁଅ ଯାଜ୍ଞସେନ ଗତ ୨୦୧୯ରେ ଫୁଲବାଣୀ କଲେଜରୁ ବିଏସସି ପାସ କରିଛି। ଆଉ ବର୍ତ୍ତମାନ ସେ ଫୁଲବାଣୀରେ ହିଁ ରହି ସେଠି ଦୁଇ ଦୁଇଟି ଟ୍ରାକ୍ଟର ଲିଜ ନେଇ ବ୍ୟବସାୟ କରୁଛନ୍ତି ବୋଲି ବାପା ଗଜେନ୍ଦ୍ର ପ୍ରଧାନ କହିଛନ୍ତି। ଆଉ ତାଙ୍କ ପୁଅ ଏଭଳି କୌଣସି UPSC ପରୀକ୍ଷା ଦେଇନଥିବା ମଧ୍ୟ ସେ କହିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଫୋଟ ଦେଖି ସେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିବା ବେଳେ ଏହା ଫେକ୍ ଫୋଟ ବୋଲି କହିଥିଲେ।

ତେବେ ଯାଜ୍ଞସେନଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ତାଙ୍କ ଫେସବୁକ ଆକାଉଣ୍ଟରେ ମଧ୍ୟ ସେ ଚାଣକ୍ୟ କୋଚିଂ ସେଣ୍ଟରରୁ ପୁରସ୍କାର ଗ୍ରହଣ କରୁଥିବାର ଫୋଟ ପୋଷ୍ଟ କରିଛନ୍ତି। ଏହା ସହ ସେ UPSC ଛାତ୍ର ଏବଂ UPSC ପାଇଁ ପ୍ରସ୍ତୁତ ହେଉଥିବା ଓ ଏବେ ସେ SBIର PO ଭାବେ କାର୍ଯ୍ୟକରୁଥିବା ଫେସବୁକରେ ଦର୍ଶାଇଛନ୍ତି। ହେଲେ ଏନେଇ ଆମେ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡିଙ୍କ ସହ ଯୋଗାଯୋଗ କରିଥିବା ବେଳେ ଜିଲ୍ଲାପାଳ ଏଭଳି କୌଣସି ରିଟ୍ୱିଟ କରିନାହାନ୍ତି ବୋଲି କହିବା ସହ ଏନେଇ ତଦନ୍ତ ପାଇଁ ସେ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାଇଛନ୍ତି।