ଅସହାୟଙ୍କୁ ସାହାରା ଦେବ ଅତ୍ୟାଧୁନିକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା
Advertisement
Article Detail0/zeeodisha/odisha965985

ଅସହାୟଙ୍କୁ ସାହାରା ଦେବ ଅତ୍ୟାଧୁନିକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା

ରାଜ୍ୟ ସରକାରଙ୍କ ନୂଆ ଯୋଜନା, ସମ୍ବଲପୁରରେ ତିଆରି ହେଉଛି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ। ଜିଲ୍ଲାରେ ବେଳେ ବେଳେ ବୃଦ୍ଧ ବୃଦ୍ଧା ତଥା ଅସହାୟ ଲୋକଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ। ତେବେ ତାହା ଏବେ ଆଉ ଅସୁବିଧା ହେବ ନାହିଁ। ସମ୍ବଲପୁର ମହାନଗର ନିଗମ ବୈଜାମୁଣ୍ଡା ଠାରେ ପ୍ରାୟ ୨୬ କୋଟିରେ ତିଆରି ହେଉଛି ଅତ୍ୟାଧୁନିକ କୋଠା।

ଅସହାୟଙ୍କୁ ସାହାରା ଦେବ ଅତ୍ୟାଧୁନିକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା

ସମ୍ବଲପୁର: ଖୁବଶୀଘ୍ର ଅସହାୟ ଲୋକଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ। ସମ୍ବଲପୁରରେ ତିଆରି ହେଉଛି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି। ରାଜ୍ୟରେ ପ୍ରଥମ ସମ୍ବଲପୁରରେ ଏହି ସୁବିଧା ଅସହାୟ ଲୋକ ପାଇବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଅସହାୟ  ତଥା ଗରିବ ବୟସ୍କ ଲୋକଙ୍କୁ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ବିଲଡିଂରେ ରଖାଯିବ ସହ ଜୀବନ ଜୀବିକା ପାଇଁ ବିଭିନ୍ନ ତାଲିମ ଦିଆଯିବ। ପ୍ରାୟ ୨୬ କୋଟିରେ ତିଆରି ହେଉଥିବ ଏହି ବିଲଡିଂ ଅଗଷ୍ଟ ମାସରେ ଶେଷ ଆଡକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବାକୁ ଥିବା ବେଳେ  ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସହରବାସୀ ସ୍ୱାଗତ ଜଣାଇଛନ୍ତି।

Also Read: ଗାଡ଼ିଆ ପୋତି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି

ରାଜ୍ୟ ସରକାରଙ୍କ ନୂଆ ଯୋଜନା, ସମ୍ବଲପୁରରେ ତିଆରି ହେଉଛି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ। ଜିଲ୍ଲାରେ ବେଳେ ବେଳେ ବୃଦ୍ଧ ବୃଦ୍ଧା ତଥା ଅସହାୟ ଲୋକଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ। ତେବେ ତାହା ଏବେ ଆଉ ଅସୁବିଧା ହେବ ନାହିଁ। ସମ୍ବଲପୁର ମହାନଗର ନିଗମ ବୈଜାମୁଣ୍ଡା ଠାରେ ପ୍ରାୟ ୨୬ କୋଟିରେ ତିଆରି ହେଉଛି ଅତ୍ୟାଧୁନିକ କୋଠା।

fallback

୨୦୧୭ ମାର୍ଚ୍ଚ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁର ଗସ୍ତ ସମୟରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡିଥିଲା। ସେଠାରେ ମାନସିକ ଭିନ୍ନକ୍ଷମ, ଶ୍ରବଣ ଓ ଦୃଷ୍ଟି ଶକ୍ତି ବାଧିତ, ବୃଦ୍ଧବୃଦ୍ଧା, ଭିକାରି, ତଥା କିନ୍ନରମାନଙ୍କୁ ମଧ୍ୟ ଥଇଥାନ କରାଯିବା ସହ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଏନେଇ ବିଭିନ୍ନ ତାଲିମ ପ୍ରଦାନ କରାଯିବ। ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ଏଠାରେ ସୁଖ ସ୍ଵଚ୍ଛନ୍ଦରେ ରହିବେ ବୋଲି ସୂଚନା ପ୍ରଦାନ କରାଯାଇଛି।

Also Read: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି

୨୦୧୮ ଜୁନ ମାସରୁ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋରୋନା ପାଇଁ ନିର୍ମାଣ କାମ ଟିକେ ଧିମେଇ ଯାଇଥିବା ବେଳେ ଏବେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କୋଠାରେ ପ୍ରାୟ ୧୨୦ଟି କୋଠରୀ ଥିବାବେଳେ। ରୋଷେଇ ଘର, ପୂଜା ପାଇଁ ଘର, ଯୋଗ ଶିକ୍ଷା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି। ଶୌଚାଳୟ ସହ ଗାଡେନିଙ୍ଗ ମଧ୍ୟ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ତଦାରଖ କରୁଛି କେତେବେଳେ ଜିଲ୍ଲାପାଳ ନିଜେ ତ ଆଉ କେତେବେଳେ ଅନ୍ୟ ପ୍ରଶାସନିକ ଅଧିକାରୀ ଏହି କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି।