ଧର୍ମଗଡ଼ ବ୍ୟବସାୟୀଙ୍କ ଘରୁ ଡକାୟତି ମାମଲାରେ ୪ ଗିରଫ
Advertisement
Article Detail0/zeeodisha/odisha1214202

ଧର୍ମଗଡ଼ ବ୍ୟବସାୟୀଙ୍କ ଘରୁ ଡକାୟତି ମାମଲାରେ ୪ ଗିରଫ

ଧର୍ମଗଡ଼ର ବ୍ୟବସାୟୀଙ୍କ ଘରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ।

ଧର୍ମଗଡ଼ ବ୍ୟବସାୟୀଙ୍କ ଘରୁ ଡକାୟତି ମାମଲାରେ ୪ ଗିରଫ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଗତ ୩୦ ତାରିଖ ରାତିରେ ଧର୍ମଗଡ଼ର ବିଶିଷ୍ଟ ବ୍ୟବସାୟୀ ଦିନେଶ ଅଗ୍ରୱାଲଙ୍କ ଘରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ। ଗତ ୩୦ ତାରିଖ ମଧ୍ୟରାତ୍ରିରେ ଧର୍ମଗଡ଼ ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ଦିନେଶ ଅଗ୍ରୱାଲଙ୍କ ଘରେ ୬ ଡକାୟତ ପଶି କେମିକାଲ ପ୍ରୟୋଗ କରିବା ସହ ବ୍ୟବସାୟୀଙ୍କ ମାଆ ଓ ଭଉଣୀ ଶୋଇଥିବା ଘରେ ପଶି ଚୋରି କରିଥିଲେ। ଏହି ଘଟଣାର ପରଦିନ ଅର୍ଥାତ ୩୧ ତାରିଖରେ ଦିନେଶ ଅଗ୍ରୱାଲ ଧର୍ମଗଡ଼ ଥାନା ଏକ ଏଫଆଇଆର ଦେବା ପରେ ଧର୍ମଗଡ଼ ପୁଲିସ କେସ ନଂ ୧୨୭/୨୨ ରୁଜୁ କରି କଳାହାଣ୍ଡି ଏସପି ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଏହି ଘଟଣାର ତଦନ୍ତ କରିଥିଲେ। 

ଏହି ଘଟଣା  ପୋଲିସ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ ଜୁଆଡ଼, ଯୁଗେନ ପଟେଲ, କୈଳାସ ହାତୀ ନାମକ ୪ ଜଣ ବ୍ୟକ୍ତିକୁ ଗିରଫ କରି ସେମାନଙ୍କ ଠାରୁ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା, ୪ ମୋଟର ସାଇକେଲ, ୬ ମୋବାଇଲ ଫୋନ, ୨ ଫିଙ୍ଗର ଗ୍ଲୋବ ଏବଂ ଚୋରିରେ ବ୍ୟବହୃତ ଗୋଟିଏ କେମିକାଲ ବୋତଲ ଜବତ କରିଛି ପୋଲିସ। ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତ ଫେରାର ଥିବା କଳାହାଣ୍ଡି ଏସପି ଅଭିଳାଷ ଜି କହିଛନ୍ତି। ଏହି ଚୋରି ଘଟଣାରେ ପୋଲିସ ପକ୍ଷରୁ କରାଯାଇଥିବା  ସାମ୍ବାଦିକ ସମ୍ବିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି, ଧର୍ମଗଡ଼ ଉପଖଣ୍ଡ ଥାନା ଅଧିକାରୀ ଧିରଜ ଚୋପଦାର, ଧର୍ମଗଡ଼ ଥାନା ଅଧିକାରୀ ଦୀପଞ୍ଜଳି ପ୍ରଧାନ ଉପସ୍ଥିତ ଥିଲେ।