ଛତୁଆ ବଣ୍ଟନରେ ମହାଦୁର୍ନୀତି; Zee Odishaରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ
Advertisement

ଛତୁଆ ବଣ୍ଟନରେ ମହାଦୁର୍ନୀତି; Zee Odishaରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ

ରବିବାର ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ରାମଗିରି, ତବାରସିଂ ଓ ପୁରୁଣାପାଣି ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ଖୋଦ୍ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶେଶଦେବ ମିଶ୍ର।

ଛତୁଆ ବଣ୍ଟନରେ ମହାଦୁର୍ନୀତି; Zee Odishaରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ

ପ୍ରେମାନନ୍ଦ ପୂଜାରୀ, ଗଜପତି: Zee Odishaରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଦେଖାଦେଇଛି ତପ୍ତରତା। ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଆସୁଥିବା ବିଭିନ୍ନ ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଯୋଗାଣରେ ମାହାଦୁର୍ନୀତି ହେଉଥିବା ନେଇ ଜୀ ଓଡିଶା ଖୁଲାସା କରିଥିଲା। ରବିବାର ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ରାମଗିରି, ତବାରସିଂ ଓ ପୁରୁଣାପାଣି ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ଖୋଦ୍ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶେଶଦେବ ମିଶ୍ର। 

ଛତୁଆ ବଣ୍ଟନରେ ଓଜନରେ ବ୍ୟାପକ ମାତ୍ରାରେ ଠକେଇ ଓ ନିମ୍ନମାନର ଛତୁଆ ଦିଆଯାଉଥିବା ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହେଇଆସୁଥିଲା। ରାମଗିରି ସମେତ ସାତୋଟି ପଞ୍ଚାୟତର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ବର୍ଷ ବର୍ଷ ଧରି ବଣ୍ଟନ କରିଆସୁଥିବା ତବାରସିଂ ଗୁପ୍ତେଶ୍ବର ଛତୁଆ ଉତ୍ପାଦନ କେନ୍ଦ୍ରରେ ମଧ୍ୟ ଗଜପତି ଜିଲ୍ଲା ଡିଏସଡବ୍ଳ , ଆର ଉଦୟଗିରି ବିଡିଓ ପ୍ରଦୀପ କୁମାର ନାୟକଙ୍କ ସହ ଉପଜିଲ୍ଲାପାଳ ମିଳିତ ଭାବେ ପହଞ୍ଚି ତଦନ୍ତ କରୁଛନ୍ତି। ହିତାଧିକାରୀଙ୍କ ଠାରୁ କମ ଓଜନର ଛତୁଆ ପ୍ୟାକେଟକୁ ଜବତ କରିବା ସହ ତବାରସିଂ ଗୁପ୍ତେଶ୍ବର ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଗଚ୍ଛିତ ଥିବା ଛତୁଆ ପ୍ୟାକେଟ ମଧ୍ୟ ଜବତ କରିଛି ପ୍ରଶାସନ। 

Also Read: ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ କୋହଳ କଟକଣା

ଆଜକୁ ଅନେକ ବର୍ଷ ଧରି ଚାଲିଥିବା ଛତୁଆ ଯୋଗାଣ ଘୋଟଲାରେ ସିଡିପିଓ ମାସିକ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ରାମଗିରି ଅଙ୍ଗନବାଡିକର୍ମୀ ଗଣମାଧ୍ୟମ ପ୍ରତିନିଧିକୁ ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ ଉକ୍ତ ବିଭାଗର ସମସ୍ତ ଉପରିସ୍ଥ ଅଧିକାରୀ କମିସନ ନେଉଥିବା ମଧ୍ୟ କହିଥିଲେ। ତେବେ ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ସମୟରେ ସିଡିପିଓ ଅବିଦା ପରବିନକୁ ତଦନ୍ତ ସ୍ଥାନକୁ ଆସିବାକୁ ପ୍ରଶାସନ ବାରଣ କରିଥିଲା। 

fallback