Killer Lollypop: ନାବଳକର ଜୀବନ ନେଲା ଲଲିପପ୍! ପରିବାର ଆଣିଲେ ଏମିତି ଅଭିଯୋଗ
Advertisement
Article Detail0/zeeodisha/odisha1386549

Killer Lollypop: ନାବଳକର ଜୀବନ ନେଲା ଲଲିପପ୍! ପରିବାର ଆଣିଲେ ଏମିତି ଅଭିଯୋଗ

Mohana Minor Death Case: କଫ ସିରଫ ଆତଙ୍କ ବେଳେ ଗଜପତିରେ ଚାଞ୍ଚଲ୍ୟ ଖେଳାଇଛି ଲଲିପପ୍। ଲଲିପପ୍ ଖାଇ ଜଣେ ନାବାଳକଙ୍କ ଦେହାନ୍ତ ହୋଇଥିବା ଅଭିଯୋଗ ହୋଇଛି। ତେବେ ଲଲିପପକୁ ପରୀକ୍ଷଣ କରିବା ପାଇଁ ଦାବି ହେଉଛି।

Killer Lollypop: ନାବଳକର ଜୀବନ ନେଲା ଲଲିପପ୍! ପରିବାର ଆଣିଲେ ଏମିତି ଅଭିଯୋଗ

Minor Death Case, ଗଜପତି: ସାରା ବିଶ୍ୱରେ ଶିଶୁ ମୃତ୍ୟୁକୁ ନେଇ ଏବେ ଛନକା ପଶିଛି। ଭାରତରେ ନିର୍ମିତ କଫ ସିରଫ ପିଇଁ ୬୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ଏହି ସମୟରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଲିଲିପପ୍ ଖାଇବା ପରେ ଶନିବାର ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେପରେ ପରିବାର ଲୋକ ପୁଅକୁ ଗୁଣି କରାଯାଇଥିବା ସନ୍ଦେହ କରୁଛନ୍ତି।

ଗଜପତି ଜିଲ୍ଲା ମୋହନା ଥାନା ଢ଼ିମିରିଝୁଳି ଗାଁର ବାସୁଦେବ ଶବରଙ୍କ ୧୦ ବର୍ଷୀୟ ନାବାଳକ ପୁଅ ବୈକୁଣ୍ଠ ଶୁକ୍ରବାର ସନ୍ଧ୍ୟାରେ କିଶୋର ଦଳବେହେରାଙ୍କ ଦୋକାନକୁ ଯାଇଥିଲେ। ଦୋକାନରୁ ଦୁଇଟି ଲଲିପପ୍ ଚକୋଲେଟ ଆଣି ଖାଇଥିଲେ। ଏହା ପରେ ବୈକୁଣ୍ଠ ବାନ୍ତି କରିଥିଲା। ତେବେ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ନାବାଳକ ପୁଅ ବୈକୁଣ୍ଠର ମୃତ୍ୟୁ ଘଟିଥିଲା। ନାବାଳକର ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଥିଲା। ଦୋକାନୀ କିଶୋର ଗୁଣି କରି ତାଙ୍କ ପିଲାଙ୍କୁ ମାରିଦେଇଥିବା ନେଇ ନାବାଳକର ପରିବାର ଲୋକେ ଅଭିଯୋଗ କରିଛନ୍ତି।

Also Read: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ?

କିଶୋର, ଲଲିପପ୍ ଚକଲେଟରେ କିଛି ଔଷଧ ମିଶାଇ ଦେଇଥିବା ଯୋଗୁଁ ବୈକୁଣ୍ଠର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଅର ମୃତ୍ୟୁ ପାଇଁ କିଶୋରକୁ ଦାୟୀ କରିବା ସହ ମୃତଦେହକୁ ତାଙ୍କ ଘରେ ପକାଇ ବାସୁଦେବଙ୍କ ପରିବାର ଲୋକେ ଧାରଣା ଦେଇଥିଲେ। ଘଟଣା ସମ୍ପର୍କରେ ମୋହନା ପୋଲିସ ଖବର ପାଇଲା ପରେ ଗାଁକୁ ଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିଶୋରକୁ ଥାନାକୁ ଆଣି ପଚରା ଉଚରା କରିବା ସହ ପୋଲିସ ଦୋକାନରୁ ଲାଲିପପ୍ ଜବତ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଦୋକାନ ମାଲିକ ଖଣ୍ଡନ କରିଛନ୍ତି।