ଦୀପର ସ୍ଥାନ ନେଲାଣି ଚାଇନା ଲିଚୁ, କୁମ୍ଭାର ପେଟରେ ଲାତ
Advertisement
Article Detail0/zeeodisha/odisha1405301

ଦୀପର ସ୍ଥାନ ନେଲାଣି ଚାଇନା ଲିଚୁ, କୁମ୍ଭାର ପେଟରେ ଲାତ

କୁମ୍ଭାରମାନେ ଲାଗିଛନ୍ତି ଦୀପ ତିଆରି କରିବାରେ ଦୁଇ ପଇସା ରୋଜଗାର କରି ପରିବାର ପୋଷଣ କରୁଥିବା ଏହି ଜାତିର ଲୋକମାନେ ଏବେବି ଉଦ୍ୟମ ଜାରି ରଖିଛନ୍ତି।

ଦୀପର ସ୍ଥାନ ନେଲାଣି ଚାଇନା ଲିଚୁ, କୁମ୍ଭାର ପେଟରେ ଲାତ

ଗଜପତି: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକର ସଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ଶୁଭକାମନା କରନ୍ତି ଲୋକେ। ସମୟ ବଦଳିବା ସହ ବଦଳିଛି ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳୁଛି।ଏବେ ମାଟି ଦୀପ ର ସ୍ଥାନ ନେଇଛି ଇଲେକ୍ଟ୍ରିକାଲ ଦୀପ ଲିଚୁ । ତଥାପି ପାରଳାଖେମୁଣ୍ଡିର କୁମ୍ଭାର ପରିବାର ଆଶା ରଖିଛନ୍ତି ଦୀପ ବିକି ଦୁଇ ପଇସା ରୋଜଗାର କାଇବା ପାଈଁ ଆଲୋକର ପର୍ବ ଦୀପାବଳି ଲୋକେ ଦୀପଟିଏ ଜାଳି ନିଜ ଜୀବନକୁ ସୁଗମ କାମନା କରିବା ସହ ପୂର୍ବପୁରୁଷଙ୍କ ଆଶିର୍ବାଦ ପାଇବା ଉଦେଶ୍ୟରେ ପାଳିଥାନ୍ତି ଦୀପାବଳି । 

ସେଥିପାଇଁ କୁମ୍ଭାରମାନେ ଲାଗିଛନ୍ତି ଦୀପ ତିଆରି କରିବାରେ ଦୁଇ ପଇସା ରୋଜଗାର କରି ପରିବାର ପୋଷଣ କରୁଥିବା ଏହି ଜାତିର ଲୋକମାନେ ଏବେବି ଉଦ୍ୟମ ଜାରି ରଖିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କୁମ୍ଭାର ସାହିଠାରେ ପ୍ରାୟ ୫୦ ପରିବାର ଏହି ସମ୍ପ୍ରଦାୟର ଲୋକମାନେ ଏହି କାମରେ ଲାଗିଛନ୍ତି। 

ଆବଶ୍ୟକୀୟ କଞ୍ଚାମାଲର ଦର ବୃଦ୍ଧି ଯୋଗୁଁ କାରିଗରମାନେ ଏବେ ଚିନ୍ତାରେ । ଆଗକୁ ଆସୁଛି ଦୀପାବଳି ପର୍ବ, ଦୀପ ତିଆରିରେ ଲାଗିଛନ୍ତି ପାରଳାଖେମୁଣ୍ଡି କୁମ୍ଭାର ସାହିର ପରିବାର। ଦୁଇ ପଇସା ରୋଜଗାର ଆଶାରେ ଦିନ ରାତି ଏକ କରୁଛନ୍ତି ପରିବାରର ସଦସ୍ୟ ମାନେ। ହେଲେ ଯୁଗ ସହ ଲୋକଙ୍କ ଭାବ ଓ ରୁଚି ମଧ୍ୟ ପରିବର୍ତ୍ତନ ହେଲାଣି। ମାଟି ତିଆରି ଜିନିଷର ସ୍ଥାନ ନେଇଛି ପ୍ଲାଷ୍ଟିକ ଓ ଚକମକ ଲିଚୁମାଳ। ଯାହା ମାଟି କାରିଗର କୁମ୍ଭାର ଜାତିର ବାର୍ଷିକ ଆଦାୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଛି। ଏବେ ନିଜ କୌଳିକ ବୃତ୍ତି କରିବା କଷ୍ଟକର ହୋଇପଡ଼ିଲାଣି।

ଦିନ ଥିଲା କେବଳ ଦୀପାବଳି ନୁହେଁ ବର୍ଷ ତମାମ ଘର ପାଇଁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ମାଟିର ତିଆରି ସାମଗ୍ରୀ ବିକ୍ରୀ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ। ଆଉ ଦୀପାବଳି ଆସିଲେ ଭଲ ରୋଜଗାର ହେଉଥିଲା, କିନ୍ତୁ ଯେବେଠାରୁ ମାଟି ଦୀପର ସ୍ଥାନ ନେଲାଣି ଚାଇନା ସାମଗ୍ରୀ ଲୋକେ ଖାଲି ଔପଚାରିକ ଭାବେ ଗୋଟିଏ କିମ୍ବା ଦୁଇଟି ଦୀପ ନେଇ କାମସାରୁଛନ୍ତି । ଯାହାର ପ୍ରଭାବରୁ ଏବେ ପାରଳାଖେମୁଣ୍ଡିର ଅନେକ କୁମ୍ଭାର ପରିବାର କୌଳିକ ବୃତ୍ତି ଛାଡି ଦାଦନ ଶ୍ରମିକ ହୋଇ ଦେଶ ବିଦେଶରେ ଖଟୁଛନ୍ତି।

ବଜାରରେ ଚାଇନା ସାମଗ୍ରୀର ଚାହିଦା ସାଙ୍ଗକୁ ମାଟି ତିଆରି ସାମଗ୍ରୀର ବ୍ୟବହାର କମୁଥିବା ବେଳେ ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଦ୍ବିପାବଳି ପାଳନରେ ଫିକା ପଡିଲେ ଦ୍ବିପ ବ୍ୟବସାୟୀଙ୍କ ଭେଳା ବୁଡ଼ିବାର ଆଶଙ୍କା ରହିଛି।