ଗୁରୁବାରରେ ଛାଡଖାଇ ପର୍ବ! ଟ୍ରକ ଓଲଟିବା ପରେ ଛେଳି-ମେଣ୍ଢା ଗାଏବ
Advertisement
Article Detail0/zeeodisha/odisha1362567

ଗୁରୁବାରରେ ଛାଡଖାଇ ପର୍ବ! ଟ୍ରକ ଓଲଟିବା ପରେ ଛେଳି-ମେଣ୍ଢା ଗାଏବ

ଗାଡ଼ିରେ ପ୍ରାୟ ୩୦୦ ରୁ ଉର୍ଧ ଛେଳି ମେଣ୍ଢା ଥିବାବେଳେ ସେଥିମଧ୍ୟରୁ ୨୦ ଛେଳି ନିଖୋଜ ।ଗୁରୁତର ୫ ଜଣଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 ଗୁରୁବାରରେ ଛାଡଖାଇ ପର୍ବ! ଟ୍ରକ ଓଲଟିବା ପରେ ଛେଳି-ମେଣ୍ଢା ଗାଏବ

ଭଦ୍ରକ: 'କାହାର ପୁଷ ମାସ ତ କାହାର ସର୍ବନାଶ।' ଅଶ୍ୱୀନ ମାସରେ ଛାଡଖାଇ ପର୍ବ! ଏଭଳି କିଛି ଅଭାବନୀୟ ଦୃଶ୍ୟ ଭଣ୍ଡାରିପୋଖରୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ଗୁରୁବାର ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଲୋକେ ଛେଳି, ମେଣ୍ଢା ବୋହି ନେଇଛନ୍ତି। ସେପଟେ ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଭଣ୍ଡାରୀପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ମିଳିଥିବା ସୂଚନାନୁସାରେ, ଗୁରୁବାର ସକାଳେ ଭଣ୍ଡାରିପୋଖରୀ ନିକଟ ୧୬ ନମ୍ବର ଜାତୀୟ ରାଜପଥର ଛତାବର ଛକଠାରେ ଏକ ଛେଳି ବୋଝେଇ ଟ୍ରକ ଓଲଟି ପଡିଥିଲା। ବାଲେଶ୍ବରରୁ କଟକ ଯାଉଥିବାବେଳେ ଅନିୟନ୍ତ୍ରୀତ ହୋଇ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଡ୍ରାଇଭର ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୫ ଜଣଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Also Read: କାର ଭିତରେ କୁବେର ଭଣ୍ଡାର! ଗଞ୍ଜାମରୁ ଖସି କଟକରେ ଫସିଲା, ଗଞ୍ଜେଇ ଖୋଜୁ ଖୋଜୁ ରୂପା ଇଟା ମିଳିଲା

କୁହାଯାଉଛି ଯେ, ଟ୍ରକରେ ୩୦୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢା ଥିଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ  ଟ୍ରକଟି ଓଲଟି ପଡିବା ପରେ ସେଥିରୁ ଅର୍ଦ୍ଧାଧିକ ଛେଳି ମେଣ୍ଢା ଗାଏବ ହୋଇଯାଇଛନ୍ତି। ଦୁଃଖର କଥା, ଦୁର୍ଘଟଣାର ସୁଯୋଗ ନେଇ ସ୍ଥାନୀୟ ଲୋକ ଛେଳି ମେଣ୍ଢା ଲୁଟିନେଇଥିବା ସନ୍ଦେହ କରାଯାଉଛି। ୫ରୁ ୬ଟି ଛେଳିର ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏତେ ସଂଖ୍ୟକ ଛେଳିକୁ କିଏ ନେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। 

ସୂଚନାଯୋଗ୍ୟ, ରାଜ୍ୟରେ ଅନେକ ସମୟରେ ଗୋରୁ ଗାଈ ଚାଲାଣ ଅଭିଯୋଗ ହେଉଛି। ବିପଦ ସଙ୍କୁଳ ଅବସ୍ଥାରେ ଗୋଟିଏ ଗାଡିରେ ଖୁନ୍ଦା ଖୁନ୍ଦି କରି ନେଉଥିବା ଦେଖିବାକୁ ମିଳୁଛି। ଭଣ୍ଡାରିପୋଖରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ଗାଡିରେ ୩୦୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଥିଲେ। ତେବେ ଏତେ ଛୋଟ ଯାଗାରେ କିଭଳି ଏତେ ସଂଖ୍ୟକ ପଶୁକୁ ନିଆଯାଉଥିଲା? ଆଗକୁ ପାର୍ବଣ ଋତୁ ଆସୁଥିବାରୁ ମାଂସ ପାଇଁ ଛେଳି ମେଣ୍ଢା ଗୁଡିକୁ ଚାଲାଣ କରାଯାଉଥିବା କୁହାଯାଉଛି। ତେବେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ନିଖେଜ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।