Odisha News: ବାହାଘରରେ ଭୋଜି ଖାଇଲେନି ବରଯାତ୍ରୀ, ବାଇକ ଡ଼ିମାଣ୍ତ କରି ବର ଅଟକ
Advertisement

Odisha News: ବାହାଘରରେ ଭୋଜି ଖାଇଲେନି ବରଯାତ୍ରୀ, ବାଇକ ଡ଼ିମାଣ୍ତ କରି ବର ଅଟକ

Demanding bike in Dowry: ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ହେଲେ ବିବାହ ଭୋଜି ଖାଇନଥିଲେ ବରଯାତ୍ରୀ । ଭୋଜି ଖାଉନଥିବା ଦେଖି କନ୍ୟା ପିତା ଏହାର କାରଣ ପଚାରିଥିଲେ । ଏହି ସମୟରେ ଯୌତୁକ ବାବଦରେ ଏକ ବାଇକ ଡ଼ିମାଣ୍ତ କରିଥିଲେ ବର ପକ୍ଷ । ତେବେ ହଠାତ୍ ବର ପକ୍ଷରୁ ଏପରି ଡ଼ିମାଣ୍ତ ଶୁଣି କନ୍ୟାର ପିତା ସେକ୍ ଅସରବଙ୍କ ମୁଣ୍ତରେ ଚଡ଼କ ପଡ଼ିଥିଲା । 

ସୌ(ସୋସିଆଲ ମିଡିଆ)

Groom Detained after marriage​: ଆଧୁନିକ ଯୁଗ ସହ ତାଳରେ ତାଳ ଦେଇ ଚାଲୁଛନ୍ତି ଲୋକେ । ବର୍ତ୍ତମାନ ସମସ୍ତଙ୍କୁ ଘାରିଛି ଏବେ ମର୍ଡ଼ନ ହେବାର ନିଶା । ତେବେ ପୋଷାକଠାରୁ ଆରମ୍ଭ କରି ନିଜ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆଣୁଛନ୍ତି ଲୋକେ । ଏହି ଆଧୁନିକ ଦୁନିଆରେ ଏବେ ବି ପୁରୁଣା ମାନସିକତାରେ ବଞ୍ଚିଛି ମଣିଷ । ଏବେ ବି ଲୋକଙ୍କ ମନରୁ ଯାଉନି ଯୌତୁକ ଲୋଭ । ବିଭିନ୍ନ ସମୟରେ ବିବାହ ପୂର୍ବରୁ ବା ପରେ ଯୌତୁକ (Dowry) ଲାଗି ଅନେକ ସମ୍ପର୍କ ଭାଙ୍ଗିବା ସହ ଅନେକଙ୍କୁ ଏହି ଯୌତୁକ ଜୁଇରେ ଜଳିବାକୁ ପଡ଼ିଥାଏ ଦେଖିବାକୁ ମିଳିଥାଏ । ପ୍ରାୟତଃ ପ୍ରତ୍ୟେକ ଦିନ ଦେଶର କେଉଁଠି ନା କେଉଁଠି ଯୌତୁକ ଲାଗି ବଧୂ ହତ୍ୟା ଭଳି ଛାତିଥରେ ଘଟଣା ସାମ୍ନାକୁ ଆସିଥାଏ । କେଉଁଠି ଯୌତୁକ ପାଇଁ ବାହାଘର ଭାଙ୍ଗି ଯାଇଥାଏ ତ ଆଉ କେଉଁଠି ବିବାହର ଅଳ୍ପ କିଛି ଦିନ ବା କିଛି ମାସ ପରେ ଯୌତୁକ ନିର୍ଯାତନା ସହି ନପାରି ନବ ବଧୂ ଘର ଛାଡ଼ିବାକୁ ବାଧ୍ଯ ହେଉଛନ୍ତି । ତେବେ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଯୌତୁକରେ ବାଇକ ମାଗି ହଟ୍ଟହଟ୍ଟା ହୋଇଛି ବର ।

ବାହାଘର ପରେ ଯୌତୁକ ଡ଼ିମାଣ୍ତ କରି ଅଡୁଆରେ ବର । ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର (Balangir)  ଜିଲ୍ଲାରୁ । ସୂଚନା ଅନୁଯାୟୀ, ଶ୍ରୀରାମ ନଗର ପଡ଼ା ବାସିନ୍ଦା ସେକ୍ ଅସରବଙ୍କ ଚତୁର୍ଥ କନ୍ୟାଙ୍କ ବାହାଘର ଏମଡ଼ି ସେହେଫାଜ କୁରେସିଙ୍କ ସହ ଠିକ୍ ହୋଇଥିଲା । ବରଯାତ୍ରୀ ଧରି କନ୍ୟା ଘରେ ପହଁଞ୍ଚଥିଲେ ବର ଏମଡ଼ି ସେହେଫାଜ କୁରେସି । ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ହେଲେ ବିବାହ ଭୋଜି ଖାଇନଥିଲେ ବରଯାତ୍ରୀ । ଭୋଜି ଖାଉନଥିବା ଦେଖି କନ୍ୟା ପିତା ଏହାର କାରଣ ପଚାରିଥିଲେ । ଏହି ସମୟରେ ଯୌତୁକ ବାବଦରେ ଏକ ବାଇକ ଡ଼ିମାଣ୍ତ କରିଥିଲେ ବର ପକ୍ଷ । ତେବେ ହଠାତ୍ ବର ପକ୍ଷରୁ ଏପରି ଡ଼ିମାଣ୍ତ ଶୁଣି କନ୍ୟାର ପିତା ସେକ୍ ଅସରବଙ୍କ ମୁଣ୍ତରେ ଚଡ଼କ ପଡ଼ିଥିଲା । ବାଇକ ଦେବାକୁ ସେ ସାମର୍ଥ୍ୟ ନୁହେଁ ବୋଲି ମନା କରିଦେଇଥିଲେ । ପରେ ଏନେଇ କନ୍ୟାର ପିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସ ବର ସହ ବର ସମ୍ପର୍କୀୟଙ୍କୁ ଥାନାକୁ ଆଣି ଏନେଇ ପଚରାଉଚରା କରିଥିଲା । ଏହାପରେ ସେମାନଙ୍କୁ ଏକ ନୋଟିସ୍ ଛଡ଼ାଯାଇଥିବା ସୂଚନା ରହିଛି ।

ଏହା ବି ପଢନ୍ତୁ-Savitri Vrat 2023: ସାବିତ୍ରୀ ବ୍ରତକୁ ନେଇ କ’ଣ କୁହେ ପୁରାଣ, କାହିଁକି ଏହିଦିନ ସାଧବା ନାରୀ ପୂଜନ୍ତି ବରଗଛ?

ସେପଟେ ବର ପକ୍ଷରୁ ହଠାତ୍ ଏହି ଯୌତୁକ (Dowry) ଡ଼ିମାଣ୍ତ ଶୁଣି ବିବାହ ଭାଙ୍ଗି ଦେଇଛନ୍ତି କନ୍ୟାର ପିତା । ଏହାସହ ବିବାହ ଲାଗି ଖର୍ଚ୍ଚ ହୋଇଥିବା ୫ ଲକ୍ଷ ଟଙ୍କା ବର ପକ୍ଷ ଭରଣ କରନ୍ତୁ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗକୁ ନେଇ ବର କହିଛନ୍ତି ଯେ, ଝିଅ ପାଇଁ ଆଣିଥିବା ନାକ ନଠୁଣି ଛୋଟ ହେବାରୁ ଏହାକୁ କେନ୍ଦ୍ର କରି ଝିଅର ଘର ଲୋକେ ଝଗଡ଼ା କରିଥିଲେ । ପରେ ଏନେଇ ମୁଁ ଖାଇବାକୁ ମନା କରିବା ସହ ବାଇକ ଡିମାଣ୍ତ କରିଥିଲେ । ନିଜକୁ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ବୋଲି ସେ କହିଛନ୍ତି । ତେବେ ଉଭୟ ପକ୍ଷଙ୍କ ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।