Headmaster Found Drunked: ମଦ ପିଇ ମାତାଲ ପ୍ରଧାନଶିକ୍ଷକ, ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha1365277

Headmaster Found Drunked: ମଦ ପିଇ ମାତାଲ ପ୍ରଧାନଶିକ୍ଷକ, ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଶିକ୍ଷକ ଜଣେ ଛାତ୍ରର ଭବିଷ୍ୟତ ଗଢିବାରେ ସହାୟକ ହୋଇଥାଏ ଯିଏ ଏକ ସୁନ୍ଦର ଭବିଷ୍ୟତ ସହ ସୁନ୍ଦର ପରିବେଶ ଗଢିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ହେଲେ ଯଦି ସେହି ଶିକ୍ଷକ ଜଣଙ୍କ ମଦ୍ୟପ ଆଉ କୁସଂସ୍କାରି ହୁଅନ୍ତି ତେବେ କଣ ସେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଠିକ ଭାବେ ଗଢିହେବ ତ। 

Headmaster Found Drunked: ମଦ ପିଇ ମାତାଲ ପ୍ରଧାନଶିକ୍ଷକ, ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

Headmaster Found Drunked: ବରୀ: ଜଣେ ଗୁରୁଙ୍କ ମାତାଲ ଅବସ୍ଥା ସମଗ୍ର ଶିକ୍ଷକ ଜାତିକୁ ଆଜି କଳଙ୍କିତ କରିଛି। ମଦ ପିଇ ମାତାଲ ଅବସ୍ଥାରେ ସ୍କୁଲ ପ୍ରାଙ୍ଗଣରେ ପଡ଼ି ରହିବା ଓ ନିଜର ହିତାହିତ ଜ୍ଞାନ ଭୁଲି ନିଜ ଉପରୁ ନିୟନ୍ତ୍ରଣ ହରାଇବା ଭଳି ଏକ ନିନ୍ଦନୀୟ ଘଟଣା ଯାଜପୁରର ରତ୍ନଗିରି ଅଞ୍ଚଳରୁ ଆସିଛି। 

ଶିକ୍ଷକ ଜଣେ ଛାତ୍ରର ଭବିଷ୍ୟତ ଗଢିବାରେ ସହାୟକ ହୋଇଥାଏ ଯିଏ ଏକ ସୁନ୍ଦର ଭବିଷ୍ୟତ ସହ ସୁନ୍ଦର ପରିବେଶ ଗଢିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ହେଲେ ଯଦି ସେହି ଶିକ୍ଷକ ଜଣଙ୍କ ମଦ୍ୟପ ଆଉ କୁସଂସ୍କାରି ହୁଅନ୍ତି ତେବେ କଣ ସେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଠିକ ଭାବେ ଗଢିହେବ ତ। ଏଭଳି କିଛି ପ୍ରଶ୍ନ ସୃଷ୍ଟି ହୋଇଛି ବରୀ ଅଞ୍ଚଳରେ। 

ବରୀ ଅଞ୍ଚଳର ଗୋଟିଏ ଭିଡ଼ିଓ ଭାଇରଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ଶିକ୍ଷକ ମଦ୍ୟପାନ କରି ସ୍କୁଲ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ସୋଇଛନ୍ତି ଆଉ ମଦ୍ୟପ ଶିକ୍ଷକଙ୍କ ଏଭଳି ଆଚରଣ ଦେଖି ଛାତ୍ରଛାତ୍ରୀ ଆଜି ସ୍କୁଲ ଗେଟରେ ତାଲା ପକେଇଛନ୍ତି । "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମୈଶ୍ରୀ ଗୁରୁବେ ନମଃ"। ଗୁରୁ ବା ଶିକ୍ଷକ ଯିଏ ସର୍ବତ୍ର ପୂଜ୍ୟ ଆଉ ଯାହାଙ୍କୁ ଦେଖିଲେ ମୁଣ୍ଡ ଆପେ ଆପେ ତଳକୁ ନଇଁ ଯାଏ ହେଲେ ଏଭଳି ଚିତ୍ର ଦେଖିଲା ପରେ କଣ ଶିକ୍ଷକଙ୍କ ପ୍ରତି ମନରେ ସେହି ସେତିକି ଭକ୍ତିଭାଵ ଆସିବ । ପୂର୍ବରୁ ଅନେକ ଶିକ୍ଷକଙ୍କ ମଦ୍ୟପାନ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଥିବାର ଭିଡ଼ିଓ ଭାଇରଲ ମଧ୍ୟ ହୋଇଥାଏ ହେଲେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇନଥାଏ । 

ଅଧିକ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯିବ କି ବିଜେଡ଼ି, ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ଅପଡେଟ

ଗତକାଲି ରତ୍ନଗିରି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏଭଳି ଅସାମାଜିକ ଆଚରଣ ଆଜି ଶିକ୍ଷକ ସମାଜକୁ ନିନ୍ଦିତ କରିଛି । ଯାହାଙ୍କ ହାତଧରି ପିଲାଟିଏ ନିଜର ସୁନ୍ଦର ଭବିଷ୍ୟତ ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖେ ସେ କଣ ସେହି ଶିକ୍ଷକ ସମାଜ ପ୍ରତି ସେତିକି ସଂମାନ ଦେବ।  କଣ ସେହି ଅଗ୍ରପୂଜ୍ୟ ଶିକ୍ଷକଙ୍କ ପ୍ରତି ସେତିକି ଭକ୍ତି ଆସିବ । ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ମାନେ କଣ ଶିକ୍ଷା ଲାଭ କରିବେ ଏହିପରି ଶିକ୍ଷକ ମାନଙ୍କ ଠାରୁ। ଏହିପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବ ସେହି ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ମନରେ। 

 

ଅଧିକ ପଢନ୍ତୁ: ଭାରତରେ ତୈଳ ଯୋଗାଣରେ ହେଲା ହ୍ରାସ, ଜି-7 ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷ ଦେଲା ଧମକ

ଅଧିକ ପଢନ୍ତୁ: Ankita Bhandari Murder: ଅଙ୍କିତା ହତ୍ୟାକାଣ୍ଡ ପଛରେ ବିଜେପି ନେତାଙ୍କ ଲିଙ୍କ, ଉଠୁଛି ପଡ଼ୁଛି ଉତ୍ତରାଖଣ୍ଡ

ଅଧିକ ପଢନ୍ତୁ: କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ