Ankita Bhandari Murder: ଅଙ୍କିତା ହତ୍ୟାକାଣ୍ଡ ପଛରେ ବିଜେପି ନେତାଙ୍କ ଲିଙ୍କ, ଉଠୁଛି ପଡ଼ୁଛି ଉତ୍ତରାଖଣ୍ଡ
Advertisement

Ankita Bhandari Murder: ଅଙ୍କିତା ହତ୍ୟାକାଣ୍ଡ ପଛରେ ବିଜେପି ନେତାଙ୍କ ଲିଙ୍କ, ଉଠୁଛି ପଡ଼ୁଛି ଉତ୍ତରାଖଣ୍ଡ

 Ankita Bhandari Murder Case:  ଅଙ୍କିତା ହତ୍ୟାକାଣ୍ଡକୁ ନେଇ ଉତ୍ତରାଖଣ୍ଡରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହି ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ଲିଙ୍କ ରହିଥିବା ନେଇ ଜଣାପଡ଼ିବା ପରେ ରାଜ୍ୟରେ ଏକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ କହି ରଖୁଛୁ କି ଶାରିରୀକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ଏକ ରିସୋର୍ଟରେ କାମ କରୁଥିବା ଏକ

Ankita Bhandari Murder: ଅଙ୍କିତା ହତ୍ୟାକାଣ୍ଡ ପଛରେ ବିଜେପି ନେତାଙ୍କ ଲିଙ୍କ, ଉଠୁଛି ପଡ଼ୁଛି ଉତ୍ତରାଖଣ୍ଡ

Ankita Bhandari Murder: ଡେରାଡୁନ: ଅଙ୍କିତା ହତ୍ୟାକାଣ୍ଡକୁ ନେଇ ଉତ୍ତରାଖଣ୍ଡରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହି ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ଲିଙ୍କ ରହିଥିବା ନେଇ ଜଣାପଡ଼ିବା ପରେ ରାଜ୍ୟରେ ଏକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ କହି ରଖୁଛୁ କି ଶାରିରୀକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ଏକ ରିସୋର୍ଟରେ କାମ କରୁଥିବା ଏକ ରିସେପସନିଷ୍ଟ ଅଙ୍କିତାଙ୍କୁ ହତ୍ୟା କରାଯାଇତିଲା। ତେବେ ଅଙ୍କିତାଙ୍କୁ ହତ୍ୟା ସମୟରେ ରିସର୍ଟର କର୍ମଚାରୀମାନଙ୍କ ସମ୍ପୃକ୍ତି ରହିଥିବା ନେଇ ଜଣାପଡ଼ିଛି। ତେବେ ଏହି ରିସର୍ଟର ମାଲିକ ହରିଦ୍ୱାରର ଜଣେ ବିଜେପି ନେତାଙ୍କ ପୁଅଙ୍କର ରହିଥିବା ତଦନ୍ତରୁ ଜଣାପଡ଼ିଛି। ଏହା ପୂର୍ବରୁ ଗତରାତିରେ ରାଜ୍ୟ ସରକାର ରିସର୍ଟ ଉପରେ ବୁଲଡୋଜର ଚଲାଇ ମାଟିରେ ମିଶାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଅଙ୍କିତାଙ୍କ ହତ୍ୟାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଏସଆଇଟି ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି। 

ସେପଟେ ପୋଲିସ ଆଜି ସକାଳୁ ଅଙ୍କିତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅଙ୍କିତାଙ୍କ ସମ୍ପର୍କିୟ ଶବକୁ ଚିହ୍ନଟ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ସ୍ଥାନୀୟ ବାସିନ୍ଦା ଜୋରଦାର ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପୋଲିସ ଅଧିକ୍ଷକ ପୌଡ଼ି ଶେଖର ସୁୟାଲ କହିଛନ୍ତି କି ଗଙ୍ଗାଭୋଗପୁର ଅନ୍ତର୍ଗତ ବନନ୍ତରା ରିସୋର୍ଟରେ ରିସପସନିଷ୍ଟ ଭାବେ ଅଙ୍କିତା କାମ କରୁଥିଲେ। ସେ ଗତ ୧୮ ତାରିଖରୁ ନିଖୋଜ ରହିଥିଲେ। ୧୯ ତାରିଖରେ ରିସୋର୍ଟ ପରିଚାଳକ ପୁଲକିତ ଆର୍ଯ୍ୟ ନିକଟସ୍ଥ ଥାନାରେ ଅଙ୍କିତାଙ୍କ ନିଖୋଜ ନେଇ ଥାନାରେ ମାମଲା ରୁଜୁ କରାଇଥିଲେ। ଡିଏମ ପୌଡ଼ି ଏହି ମାମଲା ଲକ୍ଷ୍ମଣଜୁଲା ପୋଲିସକୁ ହସ୍ତାନ୍ତର କରିଥିଲେ। 

ସେପଟେ ପୁଲିସ୍‌ ଅଭିଯୁକ୍ତ ଖୋଜାଖୋଜି କରୁଥିବା ବେଳେ ପୁଲକିତ ହରିଦ୍ୱାରା ପଳାଇଥିଲେ। ହେଲେ ଅଙ୍କିତାଙ୍କ ପରିବାର ଲୋକ ପୋଲିସ୍‌ର ଦ୍ୱାରସ୍ଥ ହୋଇ ଝିଅକୁ ଖୋଜି ଆଣିବାକୁ ନେହୁରା ହୋଇଥିଲା। ଏହି ସମୟରେ ଅଙ୍କିତା ହ୍ୱାଟସଆପ୍‌ରେ ପୁଲକିତଙ୍କ ଯୌନ କେଳେଙ୍କାରୀ କଥା ସହଯୋଗୀ ମାନଙ୍କୁ କହିଥିବା ଜଣାପଡ଼ିଥିଲା। ଏହାକୁ ନେଇ ଆନ୍ଦୋଳନ ଜୋରଦାର ହେବାରୁ ଉତ୍ତରାଖଣ୍ଡ ପୁଲିସ୍‌ ପୁଲକିତଙ୍କ ସମେତ ରିସର୍ଟର ମ୍ୟାନେଜର ସୌରଭ ଭାସ୍କର ଓ ଆସିସଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଉଠାଇ ଆଣି ଜେରା କରିଥିଲା। ଏହି ସମୟରେ ସେମାନେ ନିଖୋଜ ଅଙ୍କିତାଙ୍କୁ ରିସର୍ଟରେ ହତ୍ୟା କରିବା ପରେ ଛୀଲା କେନାଲରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ।

ପୋଲିସର କହିବା ଅନୁସାରେ ସେପ୍ଟେମ୍ବର ୧୮ ତାରିଖ ରାତିରେ ରିସର୍ଟରେ ପୁଲକିତ ଏବଂ ଅଙ୍କିତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ପୁଲକିତରେ ଅଙ୍କିତ ଏବଂ ସୌରଭ ଦୁଇ ଦୁଇ ଚକିଆ ଯାନ ଋଷିକେଶକୁ ଉତ୍ସବ ପାଳନ କରିବାକୁ ଆସିଥିଲେ। ବ୍ୟାରେଜ୍ ଛକଠାରୁ ପ୍ରାୟ ୧୫ କିଲୋମିଟର ପୂର୍ବରୁ ତିନିଜଣ ଚିଲା କେନାଲ କୂଳରେ ବସି ମଦ୍ୟପାନ କରିବା ଆରମ୍ଭ କରିଥିଲେ। ଏହି ସମୟରେ ଅଙ୍କିତା ଏବଂ ପୁଲକିତଙ୍କ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଥିଲା। ରିସର୍ଟର କଳାକାହାଣୀ ଖୋଲି ଦେବାକୁ ଅଙ୍କିତା ଧମକ ଦେଇଥିଲେ। ଅଙ୍କିତା ପୁଲକିତଙ୍କ ମୋବାଇଲକୁ କେନାଲରେ ଫିଙ୍ଗିଥିଲେ। ଉଭୟଙ୍କ ମଧ୍ୟରେ ଋଗଡା ହୋଇଥିଲା। ଏହା ଉପରେ ତିନିଜଣ ଅଙ୍କିତାଙ୍କୁ କେନାଲକୁ ଠେଲି ଦେଇଥିଲେ।

ଅଧିକ ପଢନ୍ତୁ: ଅଷ୍ଟ୍ରେଲିଆକୁ ପରାସ୍ତ କରିବା ମାତ୍ରେ ପାକିସ୍ତାନର ସମକକ୍ଷ ହେଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଖୁବ୍ ଶୀଘ୍ର ଭାଙ୍ଗିବ ଏହି ବିଶ୍ୱ ରେକର୍ଡ