ଭାରତରେ ତୈଳ ଯୋଗାଣରେ ହେଲା ହ୍ରାସ, ଜି-7 ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷ ଦେଲା ଧମକ
Advertisement
Article Detail0/zeeodisha/odisha1365108

ଭାରତରେ ତୈଳ ଯୋଗାଣରେ ହେଲା ହ୍ରାସ, ଜି-7 ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷ ଦେଲା ଧମକ

Russia on Crude Oil Price: ଋଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ ଶୁକ୍ରବାର ସ୍ୱୀକାର କରିଛନ୍ତି ଯେ, ଗତ କିଛି ଦିନ ହେବ ଭାରତରେ ଋଷର ତେଲ ଯୋଗାଣ ହ୍ରାସ ପାଇଛି । କିନ୍ତୁ ସେ କହିଛନ୍ତି ଯେ ଦୁଇ ଦେଶ ଶକ୍ତି ଯୋଗାଣ ପାଇଁ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ମୂଲ୍ୟରେ ଦୀର୍ଘକାଳୀନ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି । ଋଷ ତୈଳ ଯୋଗାଣକୁ ତ୍ୱରାନ୍ୱିତ କରିଛି ।

ଭାରତରେ ତୈଳ ଯୋଗାଣରେ ହେଲା ହ୍ରାସ, ଜି-7 ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷ ଦେଲା ଧମକ

ନୂଆଦିଲ୍ଲୀ: Russia on Crude Oil Price: ଦୁନିଆର ୭ଟି ବିକଶିତ ଦେଶର ସଂଗଠନ ଜି-7 (G7 Countries) କୁ ଖୋଲା ଧମକ ଦେଲା ଋଷ । ଜି-7 (G-7) ସଂଗଠନ ତରଫରୁ ଋଷର  ଅଶୋଧିତ ତୈଳ (Crude Oil) ର ମୂଲ୍ୟକୁ ଅନ୍ତର୍ଜାତୀୟ ସ୍ତରରୁ ବହୁତ ତଳକୁ ହ୍ରାସ କରି ଏକ ନିର୍ଦ୍ଦିଷ୍ଟ ସ୍ତରରେ କରିବାକୁ ପ୍ରୟାସ କରାଯାଉଛି । ଯାହା ପରେ ଋଷ ଏହି ଧମକ ଦେଇଛି । ଋଷ ଧମକ ଦେଇ କହିଛି ଯେ, ଯଦି ଏହା ଘଟେ ତେବେ ସେ ସାରା ଦୁନିଆରେ ଅଶୋଧିତ ତୈଳ ଯୋଗାଣ ବନ୍ଦ କରିଦେବ । ଋଷ (Russia) ତରଫରୁ ଏହି ଧମକ ଭାରତ ସ୍ଥିତ ତାର ରାଷ୍ଟ୍ରଦୂତ (Russian Ambassador) ଡେନିସ୍ ଅଲିପୋଭ (Denis Alipov)  ଦେଇଛନ୍ତି ।

ଋଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ ଶୁକ୍ରବାର ସ୍ୱୀକାର କରିଛନ୍ତି ଯେ, ଗତ କିଛି ଦିନ ହେବ ଭାରତରେ ଋଷର ତେଲ ଯୋଗାଣ ହ୍ରାସ ପାଇଛି । କିନ୍ତୁ ସେ କହିଛନ୍ତି ଯେ ଦୁଇ ଦେଶ ଶକ୍ତି ଯୋଗାଣ ପାଇଁ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ମୂଲ୍ୟରେ ଦୀର୍ଘକାଳୀନ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି । ଋଷ ତୈଳ ଯୋଗାଣକୁ ତ୍ୱରାନ୍ୱିତ କରିଛି । କିନ୍ତୁ ଆମେ ଭାରତ ସହିତ ଦୀର୍ଘକାଳୀନ ଯୋଗାଣ ବିଷୟରେ କଥାବାର୍ତ୍ତା କରୁଛୁ । ଏହି ସହଯୋଗକୁ ବିସ୍ତାର କରିବାକୁ ଆମେ ଆଗ୍ରହୀ । ଏଥି ସହିତ ସେ ମୂଲ୍ୟ କ୍ୟାପ୍ ବିଷୟରେ କହିଛନ୍ତି ଯେ, ଯଦି ଜି-7 ଦେଶ ଋଷର ତେଲ ଉପରେ ମୂଲ୍ୟ ଧାର୍ଯ୍ୟ କରେ ତେବେ ଋଷ ତୈଳ ଯୋଗାଣ ବନ୍ଦ କରିଦେବ ।

ଅଲିପୋଭ ଆଗକୁ କହିଛନ୍ତି ଯେ, ମୂଲ୍ୟ କ୍ୟାପ୍ ସ୍ଥିର କରିବା ଦ୍ୱାରା ବୈଶ୍ୱିକ ବଜାରରେ ତୈଳର ଭାରି ଅଭାବ ଦେଖାଦେବ, ଯାହା ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟାଇପାରେ । ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ଆମକୁ ଲାଗୁଛୁ ଯେ ଜି-7 ଦେଶ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟ ସୀମା ଯୁକ୍ତିଯୁକ୍ତ ନୁହେଁ, ତେବେ ଆମେ ବୈଶ୍ୱିକ ବଜାରକୁ ତୈଳ ଯୋଗାଣକୁ ସ୍ପଷ୍ଟ ଭାବେ ବନ୍ଦ କରିବୁ । ପ୍ରାଇସ୍ କ୍ୟାପ୍ ସ୍ଥିର କରିବାରେ ଆମେରିକାର ପଦକ୍ଷେପର ସାଥ୍ ଦେଉଥିବା ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଆମେ ତୈଳ ଯୋଗାଣ ବନ୍ଦ କରିବୁ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ସରକାର ବଦଳାଇଲେ ପଦୋନ୍ନତିର ନିୟମ

ଅଧିକ ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୨୮୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଦେଖି ନିଅନ୍ତୁ ପୂରା ତାଲିକା

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ଅଶୋଧିତ ତୈଳ ଦରରେ ରେକର୍ଡ ହ୍ରାସ

 

ଆମେରିକା ଋଷ ତେଲର ପ୍ରାଇସ୍ କ୍ୟାପ୍ ଫିକ୍ସିଂ ସିଷ୍ଟମର ଏକ ଅଂଶ ହେବାକୁ ଭାରତକୁ ମଧ୍ୟ ଅନୁରୋଧ କରିଛି । ତେବେ ଏହି ପ୍ରସ୍ତାବ ଉପରେ ବିଚାର କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଭାରତ କହିଛି । ଏହି ପରିପ୍ରେକ୍ଷୀରେ ଋଷର ରାଷ୍ଟ୍ରଦୂତ କହିଛନ୍ତି ଯେ,  ଭାରତ ଏପର୍ଯ୍ୟନ୍ତ ଏହି ବିଚାର ଉପରେ ସତର୍କ ମନୋଭାବ ଗ୍ରହଣ କରିଛି । ଏହି ଧାରଣା ଭାରତର ସ୍ୱାର୍ଥ ପାଇଁ ଲାଭଦାୟକ ହେବ ନାହିଁ । ତେବେ ସେ ସ୍ୱୀକାର କରିଛନ୍ତି ଯେ, ଭାରତ ଏଭଳି ବ୍ୟବସ୍ଥା ଲାଗୁ ହେବା ଉପରେ ନିଜ ସ୍ୱାର୍ଥ ଅନୁଯାୟୀ ହିଁ ନିଷ୍ପତ୍ତି ନେବ । ୟୁକ୍ରେନ ଆକ୍ରମଣ ପରଠାରୁ ଆମେରିକାର ନେତୃତ୍ୱରେ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ପ୍ରତିବାଦରେ ଋଷ ମଧ୍ୟ ୟୁରୋପୀୟ ଦେଶମାନଙ୍କୁ ତେଲ ଓ ଗ୍ୟାସ ଯୋଗାଣକୁ ଯଥେଷ୍ଟ ହ୍ରାସ କରିଛି ।