ଆଉ ୨୪ ଘଣ୍ଟା ଲଘୁଚାପ ପ୍ରଭାବ; ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement

ଆଉ ୨୪ ଘଣ୍ଟା ଲଘୁଚାପ ପ୍ରଭାବ; ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ମୌସୁମୀ (Mansoon) ସକ୍ରିୟ ରହିଛି। ଏକ ମୌସୁମୀ ଟ୍ରଫ୍‌ ଏବେ ଫିରୋଜପୁର, ଦିଲ୍ଲୀ, ଗ୍ବାଲିଅର୍‌, ସିଧି ଓ ଝାରସୁଗୁଡ଼ା ହୋଇ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ମଧ୍ୟ ଦେଇ ଗତି କରୁଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଶନିବାର ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡିଶା ସହ ଆନ୍ଧ୍ର ଉପକୂଳରେ ଥିବା ଏକ ଘୂର୍ଣ୍ଣୀବଳୟ ସହ ଯୋଡି ହୋଇରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଶେଷ କରି ଦକ୍ଷିଣ ଓଡିଶାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ପାଇଁ ୮ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ରାଜ୍ୟରେ ମୌସୁମୀ (Mansoon) ସକ୍ରିୟ ରହିଛି। ଏକ ମୌସୁମୀ ଟ୍ରଫ୍‌ ଏବେ ଫିରୋଜପୁର, ଦିଲ୍ଲୀ, ଗ୍ବାଲିଅର୍‌, ସିଧି ଓ ଝାରସୁଗୁଡ଼ା ହୋଇ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ମଧ୍ୟ ଦେଇ ଗତି କରୁଛି। ଲଘୁଚାପ (Low Pressure) ଯୋଗୁଁ ମଧ୍ୟ ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା (Rain) ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓଡିଶା (South Odisha) ରେ ପ୍ରବଳ ବର୍ଷା ହୋଇଛି।

Also Read: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ; ୩୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସଜାଗ କଲେ SRC

ରବିବାର ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ପ୍ରଭୃତି ୧୦ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବର୍ଷା ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

୩୦ ତାରିଖରୁ କୌଣସି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇନାହିଁ। ସେପଟେ ମୌସୁମୀ ସ୍ଥିତି ଅନୁଯାୟୀ ଚଳିତ ବର୍ଷ ଜୁନ୍ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଏବଂ ୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥବା ରେକର୍ଡ କରାଯାଇଛି।