Hockey World Cup Trophy: ଷ୍ଟିଲସିଟିରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି, ପାରମ୍ପାରିକ ନୃତ୍ୟଗୀତରେ ଦୁଲୁକିଲା ରାଉରକେଲା ମାଟି
Advertisement

Hockey World Cup Trophy: ଷ୍ଟିଲସିଟିରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି, ପାରମ୍ପାରିକ ନୃତ୍ୟଗୀତରେ ଦୁଲୁକିଲା ରାଉରକେଲା ମାଟି

Hockey World Cup Trophy: ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ତା ଷ୍ଟାଡିୟମରେ ଖେଳାଯିବ ପୁରୁଷ ହକି ବିଶ୍ବକପ । ଆସନ୍ତା ୧୩ ତାରିଖ ଠାରୁ ହେବାକୁ ଯାଉଛି ହକି ମହାକୁମ୍ଭ । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏନେଇ ରାଉରକେଲାରେ ପହଞ୍ଚିଛି ପୁରୁଷ ହକି ବିଶ୍ୱକପ ଟ୍ରଫି। ରାଉରକେଲାରେ ପହଞ୍ଚିବା ପରେ ପ୍ରଥମେ ବେଦବ୍ୟାସ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପାନପୋଷ ବ୍ରାହ୍ମଣୀ ସେତୁ ଠାରେ ନିଆରା ଢଙ୍ଗରେ ହକି ବିଶ୍ବକପକୁ ସ୍ବାଗତ କରାଯାଇଛି ।

Hockey World Cup Trophy: ଷ୍ଟିଲସିଟିରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି, ପାରମ୍ପାରିକ ନୃତ୍ୟଗୀତରେ ଦୁଲୁକିଲା ରାଉରକେଲା ମାଟି

Hockey World Cup Trophy: ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ତା ଷ୍ଟାଡିୟମରେ ଖେଳାଯିବ ପୁରୁଷ ହକି ବିଶ୍ବକପ । ଆସନ୍ତା ୧୩ ତାରିଖ ଠାରୁ ହେବାକୁ ଯାଉଛି ହକି ମହାକୁମ୍ଭ । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରୁଛନ୍ତି ।  ଏନେଇ ରାଉରକେଲାରେ ପହଞ୍ଚିଛି ପୁରୁଷ ହକି ବିଶ୍ୱକପ ଟ୍ରଫି। ରାଉରକେଲାରେ ପହଞ୍ଚିବା ପରେ ପ୍ରଥମେ ବେଦବ୍ୟାସ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପାନପୋଷ ବ୍ରାହ୍ମଣୀ ସେତୁ ଠାରେ ନିଆରା ଢଙ୍ଗରେ ହକି ବିଶ୍ବକପକୁ ସ୍ବାଗତ କରାଯାଇଛି । ୨୫୦ରୁ ଉର୍ଦ୍ଧ୍ବ ନୃତ୍ୟ ଶିଳ୍ପୀ ଓଡ଼ିଶୀ ନୃତ୍ୟ ତାଳେ ତାଳେ ବିଶ୍ୱକପ ଟ୍ରଫିକୁ ରାଉରକେଲାକୁ ସ୍ବାଗତ କରିଥିଲେ ।  ଏଥିସହିତ ପାନପୋଷ ଛକରେ ହଜାର ହଜାର ସଂଖ୍ୟାରେ ହକିପ୍ରେମୀ ବିଶ୍ୱକପକୁ ଜାତୀୟ ପତାକା ଦେଖାଇ ସ୍ବାଗତ କରିଥିବା ବେଳେ ଭାରତ ମାତାକି ଜୟ ,ଜିତେଗା ଭାଇ ଜିତେଗା, ଇଣ୍ଡିଆ ଜିତେଗା ଆଦି ନାରାରେ ସ୍ବାଗତ କରିଥିଲେ। ଯାହା ଏକ ନିଆରା ପରିବେଶ  ସୃଷ୍ଟି କରିଥିଲା।  ଅନ୍ୟପଟେ ଗୁରୁବାର  ହକି ବିଶ୍ୱକପର ଟ୍ରଫି ସମଗ୍ର ରାଉରକେଲା ପରିଭ୍ରମଣର କରିବାର ଆୟୋଜନ କରାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ହକି ବିଶ୍ୱକପକୁ ନେଇ ସାଧାରଣରେ କ୍ରେଜ ମଧ୍ୟ ବଢୁଛି ।

ବୁଧବାର(ଜାନୁଆରୀ ୧୧)ରେ କଟକ ବାରବାଟୀ ଷ୍ଟାଡିୟମରେ ବିଦ୍ଧିବଦ୍ଧ ଭାବେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିଥିଲା ବାରବାଟୀ ଷ୍ଟାଡିୟମ । ପ୍ରଥମେ ଓଲିଉଡ କଳାକାରଙ୍କ ନାଚଗୀତରେ ମଞ୍ଚ ଦୁଲକି ଥିବା ବେଳେ ବଲିଉଡ କଳାକାର ମାନେ ନିଜର ପ୍ରତିଭା ଦେଖାଇଥିଲେ । ବଲିଉଡ ଅଭିନେତ୍ରୀ ଦିଶା ପାଟାନୀ ଓ ଷ୍ଟାର ରଣବୀର ସିଂଙ୍କ ଧମାକାଦାର ଡ୍ୟାନ୍ସ ଦର୍ଶକଙ୍କ ମନ ମୋହିଥିଲା । ପରେ ପରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲେ ।

ଏହାବି ପଢନ୍ତୁ : Mo Bus: ଆଉ ତିନୋଟି ରୁଟରେ ଗଡିବ ‘ମୋ ବସ’, ଜାଣନ୍ତୁ ତାଲିକାରେ ରହିଛି କେଉଁ ସହର?

ଆସନ୍ତାକାଲି(ଜାନୁଆରୀ ୧୩)ଠାରୁ ହକି ବିଶ୍ୱକପ୍ ଆରମ୍ଭ ହେବ  । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ  ମୁକାବିଲା ଚାଲିବ । ଆସନ୍ତାକାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ଗୋଟାଏରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ସେହିପରି ରାଉରକେଲାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ଖେଳାଯିବ । ସଂଧ୍ୟା ୭ଟାରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ- ସ୍ପେନ୍ ସହ ହେବ । ଗତକାଲି ଉଦଘାଟନୀ ଉତ୍ସବ ଶେଷ ହୋଇଥିବା ବେଳେ ଏବେ ମ୍ୟାଚ୍ ଦେଖିବାକୁ ଅପେକ୍ଷା କରିଛନ୍ତି ହକି ପ୍ରେମୀ । ସେପଟେ ଆଜି ରାଉରକେଲା ସହର ବୁଲିବ ହକି ବିଶ୍ୱକପ୍ ଟ୍ରଫି । ଦିନସାରା ସହର ପରିକ୍ରମା କରିବା ପରେ ରାତିରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ରାଉରକେଲାରୁ ସୁଶାନ୍ତ ଦାଶ, ଜି ଓଡିଶା ନ୍ୟୁଜ୍