Vande Bharat Express: ପୁରୀ-ହାୱଡ଼ା ବନ୍ଦେ ଭାରତରେ ଯାତ୍ରୀଙ୍କୁ ପରସା ଯିବ ଏହିସବୁ ଖାଦ୍ୟ, ଏତିକି ରହିଛି ଟିକେଟ୍ ମୂଲ୍ୟ
Advertisement
Article Detail0/zeeodisha/odisha1702183

Vande Bharat Express: ପୁରୀ-ହାୱଡ଼ା ବନ୍ଦେ ଭାରତରେ ଯାତ୍ରୀଙ୍କୁ ପରସା ଯିବ ଏହିସବୁ ଖାଦ୍ୟ, ଏତିକି ରହିଛି ଟିକେଟ୍ ମୂଲ୍ୟ

Howrah Puri vande Bharat: ଘଟିଛି ପ୍ରତୀକ୍ଷାର ଅନ୍ତ । ଗୁରୁବାର ଦିନ ଓଡ଼ିଶା ମାଟିରେ ଦୌଡ଼ିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।  ସେପଟେ ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍, ପୁରୀ- ରାଉଲକେଲା ଓ ଭୁବନେଶ୍ବର ହାଇଦ୍ରାବ ମଧ୍ଯରେ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା ସମୟରେ କ'ଣ ସବୁ ଖାଇପାରିବେ ଯାତ୍ରୀ।

ସୌ(ସୋସିଆଲ ମିଡିଆ)

Howrah Puri vande Bharat Food items: ଘଟିଛି ପ୍ରତୀକ୍ଷାର ଅନ୍ତ । ଗୁରୁବାର ଦିନ ଓଡ଼ିଶା ମାଟିରେ ଦୌଡ଼ିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik), ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ (Dharmendra Pradhan) ପୁରୀ ବିଧାୟକ ଓ ସାଂସଦ ମଧ୍ଯ ଉପସ୍ଥିତ ରହିଥିଲେ । ଏଣିକି ପୁରୀ କୋଲକତା ଯାତ୍ରା କେବଳ ସାଢେ ୬ ଘଣ୍ଟାର ହେବ । ଏହା ଦ୍ବାରା ଯାତ୍ରୀଙ୍କ ସମୟ ବଞ୍ଚିବା ସହ କାରବାର ବୃଦ୍ଧି ହେବା ନେଇ ଆଶା ରଖାଯାଇଛି । ଏହା ଓଡିଶା- ପଶ୍ଚିମବଙ୍ଗର ଆଧ୍ୟାତ୍ମିକ, ସାଂସ୍କୃତିକ ସମ୍ବନ୍ଧ ଆହୁରି ସୁଦୃଢ କରିବ ବୋଲି ମୋଦି ନିଜ ଅଭିଭାଷଣରେ କହିଥିଲେ । ସେପଟେ ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍, ପୁରୀ- ରାଉଲକେଲା ଓ ଭୁବନେଶ୍ବର ହାଇଦ୍ରାବ ମଧ୍ଯରେ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା ସମୟରେ କ'ଣ ସବୁ ଖାଇପାରିବେ ଯାତ୍ରୀ ।

ପୁରୀ- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଫୁଡ଼ ମେନ୍ୟୁ

ଅମୁଲ ମସ୍ତି ବଟର କ୍ଷୀର - ଟେଟ୍ରା ପ୍ୟାକ୍ (୧), ପ୍ୟାକ୍ ଜୁସ୍ (ରିଅଲ୍ / ଟ୍ରପିକାନା) - ଟେଟ୍ରା ପ୍ୟାକ୍ (200 ମିଲି), ସ୍ନାକ୍ସ - ବଟର ଭେଜ୍ ସାଣ୍ଡୱିଚ୍ (୧ଟେ) -୧,  ସାମୋସା (୧), ମିଠା (୧) -୦୧, ନାମକିନ୍ ପ୍ୟାକେଟ୍ (୦୧) , ଟମାଟୋ କେଚପ୍ (୧) , ପାଣି ବୋତଲ- ୫୦୦ ମିଲି । କେବଳ ଚାହିଦା ଅନୁଯାୟୀ କାର୍ଯ୍ୟନିର୍ବାହୀ ଶ୍ରେଣୀରେ ପ୍ରେମିକ୍ସ ଚା ’ପରିବେଷଣ କରାଯିବ ।

ମଧ୍ୟାହ୍ନ ଭୋଜନ: ବାସୁମତି ଭାତ (୧୦୦ ଗ୍ରାମ୍), ମୋଥି ପରଟା ( ୦୨), ଡ଼ାଲି ( ୧୨୦ଗ୍ରାମ), ମଟର ପନିର ମସଲା( ୧୦୦ ଗ୍ରାମ), ମିକ୍ସ ଭେଜ ତରକାରୀ ( ୫୦ ଗ୍ରାମ), ଦହି ବା ମିଠା( ୮୦ଗ୍ରାମ), କଳାଜାମୁନ୍ ( ୨ଟା), ପାଣି ବୋତଲ ।

ଟିକେଟ୍ ମୂଲ୍ୟ-

ହାୱଡ଼ା ପୁରୀ (AC chair car): ୧୬୨ ଟଙ୍କା କ୍ୟାଟରିଂ ଚାର୍ଜ ସହିତ ଟିକେଟ୍ ମୂଲ୍ୟ ରହିଛି ୧୨୬୫ ଟଙ୍କା ।

ହାୱଡ଼ାରୁ ପୁରୀ (executive chair car): ୧୯୫ କ୍ୟାଟରିଂ ଚାର୍ଜ ସହିତ ଟିକେଟ୍ ମୂଲ୍ୟ ରହିଛି  ୨୪୨୯ ଟଙ୍କା

ଯଦି କୌଣସି ଯାତ୍ରୀ 'ନୋ ଫୁଡ୍' ବିକଳ୍ପ ଚୟନ କରନ୍ତି, ତେବେ ସେଥିରେ ଟିକେଟ୍ ମୂଲ୍ୟ ସହ କ୍ୟାଟରିଂ ଚାର୍ଜ ଯୋଡା଼ଯିବ ନାହିଁ । ବନ୍ଦେ ଭାରତରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା ପାଇଁ ଟିକେଟ୍ ମୂଲ୍ୟ (ଏସି ଚେୟାର କାର) ପାଇଁ  (୫୫ ଟଙ୍କା କ୍ୟାଟରିଂ ଚାର୍ଜ)୪୫୫ ଟଙ୍କା ରହିଥିବା ବେଳେ କାର୍ଯ୍ୟନିର୍ବାହୀ ଚେୟାର କାର ପାଇଁ (୫୫ ଟଙ୍କା କ୍ୟାଟରିଂ ଚାର୍ଜ) ଟିକେଟ୍ ଦର ରହିଛି ୮୪୦ ଟଙ୍କା।

ଏହା ବି ପଢନ୍ତୁ-Odisha News: ବାହାଘରରେ ଭୋଜି ଖାଇଲେନି ବରଯାତ୍ରୀ, ବାଇକ ଡ଼ିମାଣ୍ତ କରି ବର ଅଟକ

ପ୍ରକାଶଥାଉ କି, ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat Express) ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଚେନ୍ନାଇ ପେରାମ୍ବରୁ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ । ଯାହା ଫଳରେ ହାୱଡ଼ାରୁ ପୁରୀ ଯାତ୍ରା ପ୍ରାୟ ୨ ଘଣ୍ଟା କମିଯିବ । ଟ୍ରେନ ଚାଲୁଥିବା ଯାଏଁ ଡ଼ୋର ଖୋଲିବ ନାହିଁ । ସେହିପରି ଟ୍ରେନର ଡ଼ୋର ବନ୍ଦ ନହେବା ଯାଏଁ ଏହା ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଅଟୋମେଟିକ୍ କ୍ଲୋଜିଂ ଡ଼ୋରର (Automatic Closing Door) ବ୍ୟବସ୍ଥା କରାଯାଇଛି । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ତୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା (CCtv camera) ରହିଛି । ଏଥିରେ ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ୍ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ୍ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ।