ଜାରି ରହିଛି ବେଆଇନ ଗୋ ଚାଲାଣ; ନିରାପଦ ରାସ୍ତା ପାଲଟିଛି ଜାତୀୟ ରାଜପଥ
Advertisement
Article Detail0/zeeodisha/odisha1214038

ଜାରି ରହିଛି ବେଆଇନ ଗୋ ଚାଲାଣ; ନିରାପଦ ରାସ୍ତା ପାଲଟିଛି ଜାତୀୟ ରାଜପଥ

ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ସାମ୍ନାରେ ଏହି ଅବାଧ ଗୋ ଚାଲାଣ ଚାଲିଥିଲେ ମଧ୍ୟ ଏହା ବିରୋଧରେ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

ଜାରି ରହିଛି ବେଆଇନ ଗୋ ଚାଲାଣ; ନିରାପଦ ରାସ୍ତା ପାଲଟିଛି ଜାତୀୟ ରାଜପଥ

ଜଳେଶ୍ଵର: ମାଫିଆ, ପ୍ରଶାସନିକ ଅଧିକାରୀ, ରାଜନେତାଙ୍କ ମଧ୍ୟରେମଧୁଚନ୍ଦ୍ରିକା। ଗୋ ଚାଲାଣକାରୀଙ୍କ ପାଇଁ ନିରାପଦ ରାସ୍ତା ପାଲଟିଛି ୬୦ ନମ୍ବର ଜାତୀୟ ରାଜପଥ। ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ୬୦ ନମ୍ବର ଜାତୀୟ ରାଜପଥରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ପ୍ରତିଦିନ ହେଉଛି ଶହ ଶହ ସଂଖ୍ୟାରେ ଗୋ ଚାଲାଣ। ଏହି ଗୋ ଚାଲାଣ ପଛରେ ଗୋ ମାଫିଆ, ପ୍ରଶାସନିକ ଅଧିକାରୀ ଏବଂ ନିର୍ଦ୍ଦିଷ୍ଟ କିଛି ରାଜନେତାଙ୍କ ମଧ୍ୟରେ ଅସାଧୁ ମଧୁଚନ୍ଦ୍ରିକା ମୁଖ୍ୟ କାରଣ ବୋଲି କୁହାଯାଇଛି। ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ସାମ୍ନାରେ ଏହି ଅବାଧ ଗୋ ଚାଲାଣ ଚାଲିଥିଲେ ମଧ୍ୟ ଏହା ବିରୋଧରେ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପୋଲିସ, ପ୍ରଶାସନ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏ ଲମ୍ବିଛି। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଭଦ୍ରକ, ବାରିକପୁର, ସୋର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମାଫିଆଙ୍କ ଜରିଆରେ ଗାଈ ଗୋରକୁ ଅତି ନିର୍ଦ୍ଦୟ ଭାବେ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି। ଚାଲାଣ ସମୟରେ ଟ୍ରକ,କଣ୍ଟେନର ନ ହେଲେ ପିକଅପ ଗାଡି ବ୍ୟବହାର କରାଯାଉଛି। ଏପରିକି ଗତ କିଛି ମାସ ହେଲା ଶହ ଶହ ସଂଖ୍ୟାରେ ଗାଈଗୋରୁକୁ ଦ୍ବିପ୍ରହରରେ ଟାଣ ଖରାରେ ପାଦରେ ଚଲାଇ ଚଲାଇ ମଧ୍ୟ ନିଆ ଯାଉଛି। ପଶ୍ଚିମବଙ୍ଗ ସୀମା ଭିତର ନେବା ପରେ ସେଠାରୁ ପୁଣି ଟ୍ରକରେ ଅତି ନିଷ୍ଠୁର ଭାବରେ ଲୋଡ କରି କୋଲକାତା ନିଆଯାଉଛି। 

ଗାଇଗୋରୁଙ୍କୁ ଏପରି ନିଷ୍ଠୁର ଓ ନିର୍ମମ ଭାବେ ପରିବହନ କରିବା ବେଆଇନ ହୋଇଥିବା ବେଳେ ଏହି ଅନୈତିକ କାରବାର ପଛରେ ବହୁ ପ୍ରଭାବଶାଳୀଙ୍କ ହାତ ରହିଥିବା ବେଳେ ଗୋ ଚାଲାଣ କରୁଥିବା ଗାଡ଼ିକୁ ଭଦ୍ରକରୁ ଲକ୍ଷ୍ମଣନାଥ ସୀମା ପର୍ଯ୍ୟନ୍ତ ମାଫିଆଙ୍କ ପୋଷା ଗୁଣ୍ଡାସୁରକ୍ଷା ଦେଉଛନ୍ତି। କୁହା ଯାଉଛି ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟସଥ ଏକ ରାସ୍ତା କଡ଼ରେ ଅଫିସ ଖୋଲି ମାଫିଆ ପଶ୍ଚିମବଙ୍ଗକୁ ଯାଉଥିବା ସେମାନଙ୍କ ଗାଡ଼ି ଉପରେ ନଜର ରଖୁଛନ୍ତି। ଏହି ଅଫିସ ପାଇଁ ବ୍ୟବହାର ହେଉଥିବା ମୋବାଇଲ ଏବଂ ଫୋନ ଡାଇରୀରେ ବହୁ ପ୍ରଭାବଶାଳୀ ନେତା, ସରକାରୀ ଅଧିକାରୀ ଏବଂ ବହୁ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ମୋବାଇଲ ନମ୍ବର ରହିଛି। 

ପୁଣି କୋଲକାତାରୁ ମଧ୍ୟ ସେହି ମାଫିଆଙ୍କ ସହାୟତାରେ ଗୋ ମାଂସ ଗାଡ଼ି ୬୦ ନମ୍ବର ଜାତୀୟ ରାଜପଥ ଦେଇ ଚେନ୍ନାଇ ଅଭିମୁଖେ ଯାଉଛି। ଏହି ଗୋ ଚାଲାଣ ଯୋଗୁଁ ଓଡିଶାରୁ ଦିନେ ନା ଦିନେ ଗୋ ସମ୍ପଦ ବିଲୁପ୍ତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଳ ପାଇଛି। ପ୍ରତ୍ୟେକ ଦିନ ରାଜରାସ୍ତାରେ ହଜାର ହଜାର ଗୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଜାତୀୟ ରାଜପଥ କଡ଼ରେ ୫ ଥାନା, ୨ ଫାଣ୍ଡି, ଗୋଟିଏ ଚେକ୍ ପଏଣ୍ଟ ଏବଂ ସାମାରେ ରହିଛି ଲଖ୍ମଣନାଥ ଟୋଲ ଗେଟ୍। ଏହା ସହିତ ଦୁଇଟି ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀଙ୍କ ଅଫିସ ରହିଛି। ହେଲେ ଏହା ସତ୍ତ୍ୱେ ଅବାଧରେ କିପରି ହେଉଛି ଗୋ ଚାଲାଣ? ଏହା ପୋଲିସ ଏବଂ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଖୁବ ଶୀଘ୍ର ଠୋସ ପଦକ୍ଷେପ ନିଆଯିବ ବୋଲି ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।