Rajashree Mallick: ଚର୍ଚ୍ଚାରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ (Jagatsinghpur MP Rajashree Mallick)। କୌଣସି ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ ବରଂ ଉଡ଼ନ୍ତା ବିମାନରେ ଯାତ୍ରୀଙ୍କ ଜୀବନ (passengers life)ବଞ୍ଚାଇଛନ୍ତି ଚର୍ଚ୍ଚାକୁ ଆସିଛନ୍ତି ସେ। ଏଥିପାଇଁ ସାଂସଦଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଘଟଣାରୁ ପ୍ରକାଶ ଯେ, ସାଂସଦ ଡାକ୍ତର ମଲ୍ଲିକ ବୁଧବାର ସକାଳେ ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ଦିଲ୍ଲୀରେ ବିମାନ ଅବତରଣ କରିବାକୁ ଆଉ ୩୦ ମିନିଟ ବାକିଥିଲା।
Trending Photos
ଜଗତସିଂହପୁର(ନାରାୟଣ ବେହେରା)Rajashree Mallick: ଚର୍ଚ୍ଚାରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ (Jagatsinghpur MP Rajashree Mallick)। କୌଣସି ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ ବରଂ ଉଡ଼ନ୍ତା ବିମାନରେ ଯାତ୍ରୀଙ୍କ ଜୀବନ (passengers life)ବଞ୍ଚାଇଛନ୍ତି ଚର୍ଚ୍ଚାକୁ ଆସିଛନ୍ତି ସେ। ଏଥିପାଇଁ ସାଂସଦଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଘଟଣାରୁ ପ୍ରକାଶ ଯେ, ସାଂସଦ ଡାକ୍ତର ମଲ୍ଲିକ ବୁଧବାର ସକାଳେ ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ଦିଲ୍ଲୀରେ ବିମାନ ଅବତରଣ କରିବାକୁ ଆଉ ୩୦ ମିନିଟ ବାକିଥିଲା। ହଠାତ୍ ଜଣେ ଯାତ୍ରୀ ବିମାନ ଭିତରେ ଅସୁସ୍ଥ ହୋଇ ପଡ଼ିଥିଲେ। ଉକ୍ତ ଯାତ୍ରୀଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଘର ବ୍ରହ୍ମପୁରରେ ବୋଲି ସୂଚନା ମିଳିଛି। ପ୍ରଥମେ ଉକ୍ତ ଯାତ୍ରୀଙ୍କୁ ବାତ ମାରିଥିଲା।
ଏହା ପରେ ସେ ବିମାନ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ବିମାନ ପରିଚାଳକ ସହାୟତା ଲୋଡ଼ିବା ସହିତ କେହି ଯଦି ଡାକ୍ତର ଅଛନ୍ତି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। ଏହା ଶୁଣିବା ପରେ ସାଂସଦ ନିଜ ସିଟରୁ ଉଠି ଯାଇଥିଲେ। ଅଚେତ ଯାତ୍ରୀଙ୍କ ପାଖରେ ପହଞ୍ଚି ପ୍ରାଥମିକ ସେବା ଯୋଗାଇଥିଲେ। କିଛି ମିନିଟ ଭିତରେ ଯାତ୍ରୀଜଣକ ଚେତା ଫେରି ପାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ସାଂସଦ ଡାକ୍ତର ମଲ୍ଲିକଙ୍କ ଏଭଳି ପଦକ୍ଷେପକୁ ବିମାନର ଅଧିକାରୀ, କର୍ମଚାରୀ ଏବଂ ଅନ୍ୟଯାତ୍ରୀମାନେ ମଧ୍ୟ ପ୍ରଶଂସା କରିଥିଲେ।
Also Read : Rakhi Sawant: 'ଆଦିଲ ଉଭୟ ଯୁବକ -ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା'
Also Read : Sridevi: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ
ରାଜଶ୍ରୀ ମଲ୍ଲିକ ଓଡ଼ିଶା ରାଜନୀତିରେ ବିଜୁ ଜନତାର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ରାଜଶ୍ରୀ ୨୦୧୪ ମସିହରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାନ ସଭା ନିର୍ବାଚନ ଲଢ଼ିଥିଲେ । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭାରେ ନିର୍ବାଚନରେ ରାଜଶ୍ରୀ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୭୫.୪୮ ପ୍ରତିଶତ ମତଦାନ ହୋଇଥିଲା । ମିଳିଥିବା ସମୁଦାୟ ୧,୬୧,୬୩୫ ଖଣ୍ଡ ଭୋଟରୁ ରାଜଶ୍ରୀ ୮୮,୯୫୩ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ରାଜକିଶୋର ବେହେରାଙ୍କୁ ୩୫,୪୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ରାଜ କିଶୋର ବେହେରା ସମୁଦାୟ ୫୩,୫୦୫ ଖଣ୍ଡ ଭୋଟ ପାଇଥିଲେ । ରାଜଶ୍ରୀ ଏହି ବିଧାନ ସଭାରେ ୨୦୧୪ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି ।
Also Read : Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...