ବିଜୁପକ୍କା ଘର ହାତେଇବା ଅଭିଯୋଗରେ GRS ଙ୍କୁ ଲୋକାୟୁକ୍ତଙ୍କ ନୋଟିସ
Advertisement
Article Detail0/zeeodisha/odisha928604

ବିଜୁପକ୍କା ଘର ହାତେଇବା ଅଭିଯୋଗରେ GRS ଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ତେବେ GRS ନଳିନୀକାନ୍ତ ସାହୁ କେବଳ ବିଜୁପକା ଘର ଖାଲି ହାତେଇଛନ୍ତି ତାହା ନୁହଁ । ସେ ଗରିବ ଓ ଅସହାୟଙ୍କ ପାଇଁ ଆସିଥିବା ଅନେକ ଗୁଡ଼ିଏ ସରକାରୀ ଯୋଜନାକୁ ନିଜେ ବାଟମାରଣା କରିଥିବା ବେଳେ ଜନସୂଚନା ଓ ଆଇନ ସହାୟତା କେନ୍ଦ୍ରର ସଦସ୍ୟ ଦୀପକ କୁମାର ସାହୁ ଏବଂ ରବୀନ୍ଦ୍ର କିଷାନ ମିଳିତ ଭାବେ ଏନେଇ ମାନ୍ୟବର ଲୋକାୟୁକ୍ତ ଓଡ଼ିଶାଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ । ଯାହାକି ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏବଂ BPGY ର ଗାଇଡଲାଇନ୍ସକୁ ଭିତ୍ତିକରି ଏହି କେସ୍ କରାଯାଇଛି । 

ଫାଇଲ ଫଟୋ

କନ୍ଧମାଳ: ଜିଆରଏସ (GRS) ବିଜୁପକ୍କା ଘର ହାତେଇଥିବା ଅଭିଯୋଗରେ ଲୋକାୟୁକ୍ତଙ୍କ ଜାରି ହେଲା ନୋଟିସ (Lokayukta Notice) । ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି । ଜିଆର ଏସ ନଳିନୀକାନ୍ତ ସାହୁ, ସିଆଙ୍ଗବାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଦାରିଙ୍ଗବାଡି ବ୍ଲକର ପୂର୍ବତନ ବିଡିଓ ତଥା ପିଏ ଆଇଟିଡିଏ PA ITDA କରଞ୍ଜିଆର ସୁନାକର ଶର୍ମା ଏବଂ ନଳିନୀକାନ୍ତ ସାହୁଙ୍କ ସ୍ତ୍ରୀ ସେସନ୍ତି ପ୍ରେରଣା ତୁଲ ୬ ସପ୍ତାହ ମଧ୍ୟରେ ଜବାବ ରଖିବେ । 

fallback

ତେବେ ସମ୍ପୂର୍ଣ୍ଣ ଘଟଣା ହେଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଜିଆରଏସ ନଳିନୀକାନ୍ତ ସାହୁ ଓରଫ ଟିଟୁଙ୍କ ସ୍ତ୍ରୀ ସେସନ୍ତି ପେରଣା ତୁଲଙ୍କ ନାମରେ ରହିଛି ବିଜୁପକ୍କା ଘର । ୨୦୧୫-୧୬ ଆର୍ଥିକ ବର୍ଷରେ GRS ନଳିନୀକାନ୍ତ ସାହୁ ସିଆଙ୍ଗବାଲି ପଞ୍ଚାୟତରେ କାର୍ଯ୍ୟରତ ରହିଥିବା ସମୟରେ ନିଜ ଅଧିକାର ବଳରେ ନିଜ ସ୍ତ୍ରୀ ସେସନ୍ତି ପ୍ରେରଣାଙ୍କ ନାମରେ ବିଜୁପକ୍କା ଘର କରିନେଇଥିଲେ । ଯାହାର ମୂଲ୍ୟ ସେହିସମୟରେ ୭୫ ହଜାର ଟଙ୍କା ରହିଥିଲା । 

ଅଧିକ ପଢ଼ନ୍ତୁ:-LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ...

ତେବେ GRS ନଳିନୀକାନ୍ତ ସାହୁ କେବଳ ବିଜୁପକା ଘର ଖାଲି ହାତେଇଛନ୍ତି ତାହା ନୁହଁ । ସେ ଗରିବ ଓ ଅସହାୟଙ୍କ ପାଇଁ ଆସିଥିବା ଅନେକ ଗୁଡ଼ିଏ ସରକାରୀ ଯୋଜନାକୁ ନିଜେ ବାଟମାରଣା କରିଥିବା ବେଳେ ଜନସୂଚନା ଓ ଆଇନ ସହାୟତା କେନ୍ଦ୍ରର ସଦସ୍ୟ ଦୀପକ କୁମାର ସାହୁ ଏବଂ ରବୀନ୍ଦ୍ର କିଷାନ ମିଳିତ ଭାବେ ଏନେଇ ମାନ୍ୟବର ଲୋକାୟୁକ୍ତ ଓଡ଼ିଶାଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ । ଯାହାକି ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏବଂ BPGY ର ଗାଇଡଲାଇନ୍ସକୁ ଭିତ୍ତିକରି ଏହି କେସ୍ କରାଯାଇଛି । 

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୨୩ ହଜାର ଟଙ୍କା, ଜାଣନ୍ତୁ କେମିତି...

ଆଉ ଗତ ୨୧/୦୬/ ୨୦୨୧ ରେ ମାନ୍ୟବର ଲୋକୟୁକ୍ତଙ୍କ ବେଞ୍ଚ ନଂ ୧ ଜଷ୍ଟିସ ବି.କେ ନାୟକ, ଜଷ୍ଟିସ ଅଜିତ ସିଂ ଉଭୟ ଏହାର ବିଚାର କରି GRS ନଳିନୀକାନ୍ତ ସାହୁ, ସିଆଙ୍ଗବାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ବତନ ବିଡ଼ିଓ ତଥା ପିଏ ଆଇଟିଡିଏ PA ITDA କରଞ୍ଜିଆର ସୁନାକର ଶର୍ମା ଏବଂ ନଳିନୀକାନ୍ତ ସାହୁଙ୍କ ସ୍ତ୍ରୀ ସେସନ୍ତି ପ୍ରେରଣା ତୁଲଙ୍କୁ ୬ ସପ୍ତାହ ମଧ୍ୟରେ  ଲୋକାୟୁକ୍ତଙ୍କ ନିକଟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।