କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress
Advertisement

କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress

ଗତ ୪ ଦିନ ତଳେ ଅର୍ଥାତ ୧୭ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅଧ୍ୟକ୍ଷା ରୁଦା ମଲିକ, ବିଜୁ ଜନତା ଦଳର ବିଧାୟକ ଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ପ୍ରତିବାଦ କରି ସରପଞ୍ଚ ଓ ସମିତି ସଭ୍ୟ-ସଭ୍ୟାଙ୍କୁ ନେଇ ଆମରଣ ଅନଶନ କରିଥିଲେ। 

କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress

କନ୍ଧମାଳ: ବିଜୁ ଜନତା ଦଳର ବିଧାୟକଙ୍କ ବିରୋଧରେ ଦୁଇଦିନ ତଳେ କଂଗ୍ରେସ ହୁଙ୍କାର ଦେଇ ଆମରରଣ ଅନଶନରେ ବସିଥିଲା। ସୋମବାର କଂଗ୍ରେସ ଦଳର ବ୍ଲକ ଅଧକ୍ଷାଙ୍କ ବିରୋଧରେ ଶାସକ ବିଜୁ ଜନତା ଦଳ ହୁଙ୍କାର ଦେଇଛି। ତେବେ କେବଳ ଯେ ଆରୋପ ଓ ଦୋଷରପ ମଧ୍ୟରେ ରାଜନୈତିକ ଗର୍ଜନ ଚାଲିଥିବା ବେଳେ ଦୁର୍ନୀତିଖୋର କିଏ ଆଉ କିଏ ଦୁର୍ନୀତିକୁ ପ୍ରତିବାଦ କରୁଛି ତାହା ବୁଝିବା ଜନସାଧରଣଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଯାଇଛି। 

ଗତ ୪ ଦିନ ତଳେ ଅର୍ଥାତ ୧୭ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅଧ୍ୟକ୍ଷା ରୁଦା ମଲିକ, ବିଜୁ ଜନତା ଦଳର ବିଧାୟକ ଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ପ୍ରତିବାଦ କରି ସରପଞ୍ଚ ଓ ସମିତି ସଭ୍ୟ-ସଭ୍ୟାଙ୍କୁ ନେଇ ଆମରଣ ଅନଶନ କରିଥିଲେ। ହେଲେ ସୋମବାର କିନ୍ତୁ ଦାରିଙ୍ଗବାଡ଼ି ବ୍ଳକର ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ନିକଟକୁ ବ୍ଳକ ବିଜୁ ଜନତା ପକ୍ଷରୁ ବିଡିଓଙ୍କ ଜରିଆରେ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯିବା ସହ ଦଳ ପକ୍ଷରୁ ପ୍ରତିବାଦ ରାଲି କରାଯାଇଥିଲା। 

Also Read: ଅଧିକାର ପାଇଁ ଆମରଣ ଅନଶନ; ବିଧାୟକ-ଯନ୍ତ୍ରୀ ମଧୁଚନ୍ଦ୍ରିକାକୁ ଜନପ୍ରତିନିଧିଙ୍କ ବିରୋଧ

 

ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ଓ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବ୍ଳକ ବିଜୁ ଜନତା ଦଳର ଶତାଧିକ କର୍ମୀ ତିନି ଛକରେ ଏକତ୍ରିତ ହୋଇ ସ୍ଲୋଗାନ, ନାରାବାଜି କରି ରାଲିରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆଉ ବ୍ଲକ କାର୍ଯ୍ୟାଳୟ ମଧ୍ୟକୁ ଶତାଧିକ କର୍ମୀ, ନେତା ଧସେଇ ପଶି ବିଡିଓଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ବିଜୁ ଜନତଦଳର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟଙ୍କୁ ସମିତି ଅଧକ୍ଷା ମନଇଛା ଗାଳି ଗୁଲଜ କରିବା। ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ନୀତିରେ ସହଯୋଗ କରୁନଥିବାରୁ ତାଙ୍କ ବିରୋଧରେ କଂଗ୍ରେସର ରୀତିମତ ଚକ୍ରାନ୍ତ ଚଳାଇବା ବନ୍ଦ କରାଯାଉ।

fallback 

ଏହା ବ୍ୟତୀତ ସମିତି ଅଧକ୍ଷା ପିସି ନ ପାଇଲେ ଫାଇଲ ସାଇନ ନ କରିବା ବନ୍ଦ କର। ସମିତି ଅଧକ୍ଷାଙ୍କ ସ୍ବାମୀ ଜଣେ ଶିକ୍ଷକ, ସେ ବିଦ୍ୟାଳୟକୁ ନଯାଇ ବ୍ଲକ ପରିସର ଭିତରେ ମଦ୍ୟ ପାନ କରିବା ଓ ଚେୟାରମ୍ୟାନ୍ ଚାମ୍ବରରେ ବସି ମଦ ଓ ମାଂସ ଖାଇ ଅସାମାଜିକ ଲୋକଙ୍କୁ ଧରି ଆଡ୍ଡା ଜମାଇ ବ୍ଳକ କର୍ମଚାରୀଙ୍କୁ ର୍ଦୁବ୍ୟହାର କରୁଥିବା ବନ୍ଦ କରାଯାଉ। ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ତୁରନ୍ତ ଏହି ବ୍ଲକରୁ ବଦଳି କରାଯାଉ। ଭାଇସ ଚେୟାରମ୍ୟାନ୍ ଜଣେ ନିୟମିତ ଅପରାଧୀ ଓ ଠକ ବ୍ୟକ୍ତି ଅଟନ୍ତି। ସେ ଦାରିଙ୍ଗବାଡି ଅଞ୍ଚଳର ବହୁତ୍ ଗରିବ ଲୋକମାନଙ୍କର ପ୍ରଧାମନ୍ତ୍ରୀ ଆବାସ ଯୋଜନା ଘର କରିଦେବି କହି ଲାଞ୍ଚ ମାଗି ଟଙ୍କା ନେଉଛନ୍ତି । ଭାଇସ ଚେୟାରମେନ୍ ଜଣେ ଠିକାଦାର ଅତି ନିମ୍ନମାନର କାମ କରି ବିଲ କରିବା ପାଇଁ ଯନ୍ତ୍ରୀଙ୍କୁ ବାଧ୍ୟ କରୁଛନ୍ତି ଓ ଫଲ୍ସ ବିଲ ମାଗୁଛନ୍ତି। ବିଲ ନ କଲେ ଆକ୍ରମଣ କରିବା ପାଇଁ ଧମକାଉଛନ୍ତି। ଏଭଳି ବିଭିନ୍ନ ଅଭିଯୋଗ ବିଜୁ ଜନତା ଦଳ ପକ୍ଷରୁ କରାଯାଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଯଦି କାର୍ଯ୍ୟନୁଷ୍ଟାନ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।