Police SI death case: IICଙ୍କ ପାଇଁ ଜୀବନ ହାରିଲେ SI ସ୍ଵାଗତିକା! CBI ତଦନ୍ତ ଦାବି କଲେ ପରିବାର
Advertisement
Article Detail0/zeeodisha/odisha1322981

Police SI death case: IICଙ୍କ ପାଇଁ ଜୀବନ ହାରିଲେ SI ସ୍ଵାଗତିକା! CBI ତଦନ୍ତ ଦାବି କଲେ ପରିବାର

ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ପରିବାର ଲୋକ କହିଛନ୍ତି, 'ଝିଅକୁ ଥାନାରେ ପ୍ରବଳ ଚାପ ଦିଆଯାଉଥିଲା। ଥାନା ଅଧିକାରୀ ରେବତୀ ଶବର ଗାଳି ଗୁଲଜ କରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ। ମୁଁ ଆଉ ସହିପାରୁନି ବୋଲି ସ୍ଵାଗତିକା କହୁଥିଲେ। ଘରଲୋକଙ୍କ ସହ ସେ ଯେତେବେଳେ କଥା ହେଉଥିଲେ କାନ୍ଦି ପକାଉଥିଲେ।' ଏହାସହ ଭଉଣୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସ୍ୱାଗତିକାଙ୍କ ଭାଇ ମନୋରଞ୍ଜନ ଦାବି କରିଛନ୍ତି। 

Police SI death case: IICଙ୍କ ପାଇଁ ଜୀବନ ହାରିଲେ SI ସ୍ଵାଗତିକା! CBI ତଦନ୍ତ ଦାବି କଲେ ପରିବାର

Kandhamal Police SI death case, କନ୍ଧମାଳ: ମହିଳା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାରେ ଏକ ନୂଆ ମୋଡ ଆସିଛି। ଶନିବାର ରାତିରେ ସ୍ଵାଗତିକା ପରିବାର ଲୋକ ଘୁ.ଉଦୟଗିରି ଥାନାରେ IIC ରେବତୀ ଶବରଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀଙ୍କ ପ୍ରବଳ ଚାପ ତଥା ଅଶୋଭନୀୟ ବ୍ୟବହାରରେ ଅମ ଝିଅ ଏପରି ପଦକ୍ଷପ ନେଇଥିବା ପରିବାର ପକ୍ଷରୁ କୁହାଯାଇଛି। ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ଏସଆଇ ସ୍ୱାଗତିକା ବେହେରା ଶନିବାର ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  

ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ପରିବାର ଲୋକ କହିଛନ୍ତି, 'ଝିଅକୁ ଥାନାରେ ପ୍ରବଳ ଚାପ ଦିଆଯାଉଥିଲା। ଥାନା ଅଧିକାରୀ ରେବତୀ ଶବର ଗାଳି ଗୁଲଜ କରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ। ମୁଁ ଆଉ ସହିପାରୁନି ବୋଲି ସ୍ଵାଗତିକା କହୁଥିଲେ। ଘରଲୋକଙ୍କ ସହ ସେ ଯେତେବେଳେ କଥା ହେଉଥିଲେ କାନ୍ଦି ପକାଉଥିଲେ।' ଏହାସହ ଭଉଣୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସ୍ୱାଗତିକାଙ୍କ ଭାଇ ମନୋରଞ୍ଜନ ଦାବି କରିଛନ୍ତି। ମା’ ଉଷାରାଣୀ ବେହେରା ମଧ୍ୟ ଏହି ଅଭିଯୋଗକୁ ଦୋହରାଇ 'ମୋ ଝିଅକୁ ଉଚିତ ନ୍ୟାୟ ମିଳୁ' ବୋଲି ଦାବି କରିଛନ୍ତି। ସ୍ଵାଗତିକାଙ୍କ ଭାଇ ମନୋରଞ୍ଜନ ବେହେରା କହିଛନ୍ତି, 'ଆଇଆଇସି ରେବତୀ, ମୋ ଭଉଣୀକୁ ବାରମ୍ବାର ମାନସିକ ଯନ୍ତ୍ରଣା ଦେଉଥିଲେ। ଏହି ଥାନାରେ ସେ ୮ ମାସ ହେବ ନିଯୁକ୍ତ ହୋଇଥିଲେ। କିନ୍ତୁ କିଛି ମାସ ହେବ ତାଙ୍କୁ ଅତ୍ୟଧିକ ମାନସିକ ଚାପ ଦିଆଯାଉଥିଲା।' 

Also Read: Truck crushes auto rickshaw: କାଳ ହେଲା କୋଇଲା ବୋଝେଇ ଟ୍ରକ, ଗୋଟିଏ ପରିବାରର ୫ ମୃତ

 

ସୂଚନାଯୋଗ୍ୟ, ଶନିବାର ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ ସ୍ୱାଗତିକା ବେହେରାଙ୍କ ମରଶରୀର ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। ଆଇଆଇସି ରେବତୀ ଶବର, ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ। କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକାରୀ ଭିନିତ୍ ଅଗ୍ରୱାଲ ମଧ୍ୟ ଘୁ.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ମୃତଶରୀର ଦେଖିବା ପରେ ଏସଡିପିଓ ଓ ଆଇଆଇସିଙ୍କ ସହ ଥାନାରେ ଆଲୋଚନା କରିଥିଲେ। ଆରକ୍ଷୀ ଅଧିକାରୀ ଅଗ୍ରୱାଲ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ତଦନ୍ତ ଚାଲିଛି ତଦନ୍ତ ପରେ ସତ୍ୟା ସତ୍ୟ ଜଣା ପଡ଼ିବ। ଘଟଣାର ଦୀର୍ଘ ସମୟ ପରେ ପରିବାର ଲୋକ ଘୁ.ଉଦୟଗିରି ଥାନାରେ ପହଞ୍ଚିଥିଲେ। 

ମୃତ ମହିଳା ପୋଲିସ ଅଫିସରଙ୍କ ଭାଇ ମନୋରଞ୍ଜନ ବେହେରା କହିଥିଲେ, 'ମୋ ଭଉଣୀ ସ୍ୱାଗତିକା ବେହେରାଙ୍କୁ ଆଇଆଇସି ରେବତୀ ଶବର ବାରମ୍ବାର ମାନସିକ ଯନ୍ତ୍ରଣା ଦେଇ ମାରିଦେଇଛନ୍ତି। ଏହି ଘୁ.ଉଦୟଗିରି ଆଦର୍ଶ ଥାନାରେ ସେ ୮ ମାସ ହେବ ନିଯୁକ୍ତ ହୋଇଥିଲେ। କିନ୍ତୁ କିଛି ମାସ ହେବ ତାଙ୍କୁ ଅତ୍ୟଧିକ ମାନସିକ ଚାପ ଦିଆଯାଉଥିଲା। ଯାହା ଫଳରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଓ ଯେତେବେଳେ ମଧ୍ୟ ଘର ଲୋକଙ୍କ ସହ କଥା ହେଉଥିଲେ କାନ୍ଦୁଥିଲେ ଏବଂ ଆଇଆଇସି ତାଙ୍କୁ ଗାଳିଗୁଲଜ କରୁଥିବା କହୁଥିଲେ ଓ ମୁଁ ଆଉ ସହିପାରୁନି ଭାଇ ମୋତେ କଷ୍ଟ ହେଉଛି।' ନିଯୁକ୍ତି ପରେ ସ୍ୱାଗତିକାଙ୍କ ଏହି ଥାନାରେ ପ୍ରଥମ ପୋଷ୍ଟିଂ ଥିଲା।