ରଙ୍ଗୀନ ରାତିରେ ଫିକା ପଡିଲା କୋରୋନା କଟକଣା
Advertisement
Article Detail0/zeeodisha/odisha1013596

ରଙ୍ଗୀନ ରାତିରେ ଫିକା ପଡିଲା କୋରୋନା କଟକଣା

ଦାରିଙ୍ଗବାଡିରେ ଗଜଲଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ। ସରକାର ନିରାଡ଼ମ୍ବର ଭାବେ ପୂଜା ପାର୍ବଣ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏଠି ପାଳନ ହୋଇନଥିବା ଦେଖିବାକୁ ମିଳିଥିଲା। 

ରଙ୍ଗୀନ ରାତିରେ ଫିକା ପଡିଲା କୋରୋନା କଟକଣା

କନ୍ଧମାଳ: କୋଭିଡ କଟକଣାର ଧଜିଆ ଉଡ଼ିଲା ! ଆଉ ପ୍ରବଳ ଦର୍ଶକଙ୍କ ମଧ୍ୟରେ ମଞ୍ଚ ମଧ୍ୟ ଦୁଲୁକି ଉଠିଲା। ଆଉ ଚିକମିକ୍ ଆଲୁଅରେ ମତୁଆଲା ହୋଇ ଉଠିଲେ ଦର୍ଶକ।  ରାତି ତମାମ ମେଲୋଡି ନୃତ୍ୟ ସାଙ୍ଗକୁ ପୌରାଣିକ ନାଟକରେ ଝୁମି ଉଠିଲେ ହଜାର ହଜାର ଦର୍ଶକ। ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। 

ଦାରିଙ୍ଗବାଡିରେ ଗଜଲଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ। ସରକାର ନିରାଡ଼ମ୍ବର ଭାବେ ପୂଜା ପାର୍ବଣ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏଠି ପାଳନ ହୋଇନଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ରାତିରୁ ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଚାଲିଥିଲା। ସରକାରଙ୍କ କୋଭିଡ ଗାଇଡଲାଇନକୁ ବେଖାତିର କରି କିଭଳି ଏତେବଡ କାର୍ଯ୍ୟକ୍ରମ କରାଗଲା, ତାହାକୁ ନେଇ ଏବେ ବୁଦ୍ଧିଜୀବୀଙ୍କ ମହଲରେ ବଡ଼ ପ୍ରଶ୍ନ ଉଠିଛି। 

Also Read: ଆପଣଙ୍କ ଜୀବନ ବଦଳାଇଦେବ ଏହି ଶାସ୍ତ୍ର ଜ୍ଞାନ, ଜାଣନ୍ତୁ କେତେବେଳେ କରିବେ କ'ଣ?

ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି। କାରଣ ଏ ନେଇ ଦାରିଙ୍ଗବାଡି ତହସିଲଦାର ଚାର୍ଲସ ନାୟକ କାର୍ଯ୍ୟକ୍ରମ ବିଷୟରେ ମୂଳରୁ କିଛି ଜାଣିନଥିବା କହିଛନ୍ତି। ତେବେ ପୂଜା ନାମରେ କୋରୋନା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଏବେ ଲୋକଙ୍କ ଜୀବନକୁ ବାଜିରେ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା।

Also Read: ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ସପ୍ତାହର ଶେଷ ଦିନ? ଏହି ରାଶିରେ ଅଛି ଅର୍ଥପ୍ରାପ୍ତି ଯୋଗ