ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ
Advertisement

ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ

ଲୋନ କରାଇଦେବାକୁ କହି ୧୨ ଶହ ଟଙ୍କା ଲେଖାଏଁ ନେଇଥିଲେ ଜଣେ ମହିଳା ପଇସା ନଦେବାରୁ ତାଙ୍କୁ କଙ୍ଗାରୁ କୋର୍ଟରେ ଭୋଗିବାକୁ ପଡିଛି ଏଭଳି ଦଣ୍ଡ। 

 

ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ

ପଟ୍ଟାମୁଣ୍ଡାଇ: ଆଇନ କାନୁନ ଥିବା ସତ୍ତ୍ୱେ ଟଙ୍କା ନଦେଇ ପାରିବାରୁ କଙ୍ଗାରୁ କୋର୍ଟରେ କରାଗଲା ଦଣ୍ଡିତ। ରାସ୍ତାରେ ସର୍ବସମ୍ମୁଖରେ ଜଣେ ମହିଳାଙ୍କୁ ଅନ୍ୟ କେତେକ ମହିଳା ଚୁଟି କାଟି ଲଣ୍ଡା କରିବା ସହ ମୁହଁରେ ବୋଳିଛନ୍ତି କାଳୀ। ଯାହାର ଭିଡିଓ
ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଏ ଘଟଣାରେ ତଦନ୍ତ କରି ୧୦ ଜଣ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପଟ୍ଟାମୁଣ୍ଡାଇ ପୋଲିସ।

ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଲଣ୍ଡା କରୁଛନ୍ତି ଆଉ କିଛି ମହିଳା। ଖାଲି ସେତିକି ନୁହେଁ ମୁହଁରେ ମଧ୍ୟ ବୋଳିଛନ୍ତି କାଳୀ। ଏପରି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କୌଣସି ଦୁର୍ଗମ। ବରଂ ଏପରି ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର। ଏହି ଘଟଣା ବାବଦରେ ମିଳିଥିବା ଖବର ଅନୁସାରେ ଲୋନ କରିଦେବାକୁ କହି ୩ ମାସ ତଳେ ୧୯ ଜଣଙ୍କ ନିକଟରୁ ୧୨ଶହ ଟଙ୍କା ଲେଖାଏଁ ନେଇଥିଲେ ଜଣେ ମହିଳା। ଟଙ୍କା ନଦେବାରୁ ମହିଳା ଜଣକ ଭୋଗିଛନ୍ତି କଙ୍ଗାରୁ କୋର୍ଟ ଦଣ୍ଡ।

Also Read: ଗୁଣି ସନ୍ଦେହରେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼

ପରବର୍ତ୍ତୀ ସମୟରେ ସମ୍ପୃକ୍ତ ମହିଳା ଜଣଙ୍କ ଟଙ୍କା ଦେଇ ପାରିନଥିବାରୁ ତାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ତାଙ୍କ ଚୁଟି କାଟି ଦେବା ସହ ତାଙ୍କ ମୁହଁରେ କାଳୀ ବୋଳିଛନ୍ତି ଅନ୍ୟ କେତେକ ମହିଳା। କଙ୍ଗାରୁ କୋର୍ଟ ଦଣ୍ଡ ଭୋଗିଥିବା ମହିଳା ଜଣଙ୍କ ପଇସା ଫେରାଇ ଦେବାକୁ କହୁଥିଲେ ମଧ୍ୟ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ସେମାନେ। ସେ ନେଇଥିବା ଟଙ୍କା କୌଣସି ବଡ଼ ଧରଣର ଅଥବା ମୋଟା ଅଙ୍କର ନୁହେଁ। ସାମାନ୍ୟ କିଛି ଟଙ୍କା ପାଇଁ ଏଭଳି ଘଟଣା ଘଟିଥିବା ବେଳେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ନିଜ ସହ ହୋଇଥିବା ଏପରି ଆମାନବୀୟ ବ୍ୟବହାରର ଭିଡି଼ଓ ଭାଇରାଲ ହେବା ପରେ ପୀଡିତ ମହିଳା ଜଣକ ଗୁରୁବାର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଅଭିଯୋଗ ହେବା ପରେ ପଟ୍ଟାମୁଣ୍ଡାଇ ପୋଲିସ ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାରେ ଜଡିତ ଥିବା ୧୦ ଜଣ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ବିରୁଦ୍ଧରେ ଧାରା ୩୪୨, ୨୯୪, ୩୨୩, ୩୫୪ବି, ୩୫୫, ୩୭୯, ୩୪ ଆଇପିସି, ୬୬ଇ, ୬୭ ଆଇଟି ଆକ୍ଟ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇ ଏସଡ଼ିପିଓ ସନ୍ଧ୍ୟାରାଣୀ ବେହୁରୀଆ।

Also Read: ଗୋଷ୍ଠୀ ସଂଘର୍ଷରୁ ହତ୍ୟା; ପୋଲିସ ଉପସ୍ଥିତରେ ହତ୍ୟାକାରୀର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ସାଧାରଣରେ ସର୍ବସମ୍ମୁଖରେ ଜଣେ ମହିଳାଙ୍କୁ ଏପରି ଆମାନବୀୟ ଦଣ୍ଡ ଦେଇଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି।