• ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌
  • ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍
  • ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ
  • ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି
  • ଉତ୍ତର ଭାରତରେ ବର୍ଷାର ତାଣ୍ଡବ
  • ଲଗାଣ ବର୍ଷାରେ ବେହାଲ ରାସ୍ତାଘାଟ, ଜନଜୀବନ
  • ୨୪ ଘଣ୍ଟା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍
  • ଗତକାଲି ସକାଳୁ ରେଡ୍‌ ଜାରି ରଖିଥିଲା ଭିଜିଲାନ୍ସ
  • କେରଳରେ ବର୍ଷା ପରେ ବନ୍ୟା ବିତ୍ପତ୍ତି

ଗୋଷ୍ଠୀ ସଂଘର୍ଷରୁ ହତ୍ୟା; ପୋଲିସ ଉପସ୍ଥିତରେ ହତ୍ୟାକାରୀର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଜଳିଲା ପୂର୍ବ ଶତ୍ରୁତାର ଜ୍ବାଳା! ସକାଳୁ ସକାଳୁ ରଣକ୍ଷେତ୍ର ପାଲଟିଗଲା ଗାଁ ଦାଣ୍ଡ। ବିଚ୍ ରାସ୍ତାରେ ଯୁବକଙ୍କ ଆଖିରେ ଲଙ୍କା ଗୁଣ୍ଡ ଢାଳି ଖଣ୍ଡାରେ ହାଣି ବୀଭତ୍ସ ହତ୍ୟାକଲେ ଦୃର୍ବୃତ୍ତ।

ଗୋଷ୍ଠୀ ସଂଘର୍ଷରୁ ହତ୍ୟା; ପୋଲିସ ଉପସ୍ଥିତରେ ହତ୍ୟାକାରୀର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରୁ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଦାଳ ସାହିରେ ଘଟିଯାଇଛି ଏଭଳି ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୃର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ଉତ୍ତକ୍ଷିପ୍ତ ହୋଇଉଠିଥିବା ଲୋକେ ପୋଲିସ ଉପସ୍ଥିତରେ ହତ୍ୟାକାରୀର ଘର ଜାଳିଦେବା ସହ ଗାଡି ମୋଟର ଭଙ୍ଗାରୁଜା କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ ବ୍ଯାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ। 

ଜଳିଲା ପୂର୍ବ ଶତ୍ରୁତାର ଜ୍ବାଳା! ସକାଳୁ ସକାଳୁ ରଣକ୍ଷେତ୍ର ପାଲଟିଗଲା ଗାଁ ଦାଣ୍ଡ। ବିଚ୍ ରାସ୍ତାରେ ଯୁବକଙ୍କ ଆଖିରେ ଲଙ୍କା ଗୁଣ୍ଡ ଢାଳି ଖଣ୍ଡାରେ ହାଣି ବୀଭତ୍ସ ହତ୍ୟାକଲେ ଦୃର୍ବୃତ୍ତ। ଏ ଘଟଣାକୁ ନେଇ ପୋଲିସ ଉପସ୍ଥିତରେ ଏହି ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତର ଘର ଜାଳିଦେଲେ ଉତକ୍ଷିପ୍ତ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଦାଳ ସାହିରେ ଦେଖିବାକୁ ମିଳିଛି ଏଭଳି ଲୋମହର୍ଷଣକାରୀ ଘଟଣା। 

Also Read: ଗୁଣି ସନ୍ଦେହରେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼

ପୂର୍ବ ଯୋଜନା ମୁତାବକ କିଛି ଯୁବକ ସକାଳୁ ସକାଳୁ ଖଦାଳ ସାହି ଗାଁରେ ପଶି ଆତଙ୍କ ସୃଷ୍ଟି କରିବା ସହ ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ଲାଗି କାଳିଆ ନାହାକ ନାମକ ଜଣେ ଯୁବକଙ୍କ ଆଖିରେ ଲଙ୍କାଗୁଣ୍ଡ ଢାଳିବା ପରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେତିକି ବେଳେ କାଳିଆର ଜଣେ ସହଯୋଗୀ ବିରୋଧ କରିବା ବେଳେ ସେ ମଧ୍ୟ ଆକ୍ରମଣକାରୀଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି। ହେଲେ ଘଟଣାସ୍ଥଳରେ କାଳିଆକୁ ଅତି ବୀଭତ୍ସ ଭାବେ ହତ୍ୟା କରି ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହା ପରେ ଗ୍ରାମବାସୀ ଏକତ୍ରିତ ହେବା ପରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। 

Also Read: ଅନ୍ଧ ବିଶ୍ୱାସରୁ ଜଣଙ୍କୁ ହତ୍ୟା; ଗିରଫ ଭୟରେ ପୁରୁଷଶୂନ୍ୟ ହୋଇଗଲା ଗାଁ

ଖଦାଳ ସାହି ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଉତକ୍ଷିପ୍ତ ହୋଇଉଠିଥିବା ଗ୍ରାମବାସୀ ଗାଁ ଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ ଉପସ୍ଥିତରେ ହତ୍ଯାକାଣ୍ଡ ଘଟାଇଥିବା ଅଭିଯୁକ୍ତର ଘର ଜାଳି ଦେଇଥିଲେ। ଏ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ ବ୍ଯାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଯିବା ସହ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଥିବା କୋଦଳା ଥାନା ପକ୍ଷରୁ କୁହାଯାଇଛି।