ଗୁଣି ସନ୍ଦେହରେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼
Advertisement

ଗୁଣି ସନ୍ଦେହରେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼

ଅନ୍ଧ ବିଶ୍ଵାସରେ ବଶୀଭୂତ ଗ୍ରାମବାସୀ! ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ।

ଗୁଣି ସନ୍ଦେହରେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼

ବ୍ରହ୍ମପୁର: ଅନ୍ଧ ବିଶ୍ଵାସରେ ବଶୀଭୂତ ହୋଇ ଆଇନ୍କୁ ହାତ ନେବାକୁ ପଛାଇ ନାହାନ୍ତି ଲୋକେ। ଗୁଣିଗାରେଡି ସନ୍ଦେହ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇବା ସହ ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ଅମାନବୀୟ ଭାବେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ମେରାଇନ୍ ଥାନା ଅନ୍ତର୍ଗତ ସୁନାପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଗୁରୁତର ଅବସ୍ଥାରେ ବୃଦ୍ଧ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ରାମରେ ବସିଥିବା କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ହୋଇଥିବା ବେଳେ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। 

Also Read: ଅନ୍ଧ ବିଶ୍ୱାସରୁ ଜଣଙ୍କୁ ହତ୍ୟା; ଗିରଫ ଭୟରେ ପୁରୁଷଶୂନ୍ୟ ହୋଇଗଲା ଗାଁ

ଅନ୍ଧ ବିଶ୍ଵାସରେ ବଶୀଭୂତ ଗ୍ରାମବାସୀ! ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ। ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ। ସାମାଜିକ ଗଣମାଧ୍ୟମରେ କଙ୍ଗାରୁ କୋର୍ଟ ଭିଡିଓ ହେଲା ଭାଇରାଲ। ଗଞ୍ଜାମ ଜିଲ୍ଲା ମେରାଇନ୍ ଥାନା ଅନ୍ତର୍ଗତ ସୁନାପୁର ଗ୍ରାମରେ ଘଟିଯାଇଛି ଏଭଳି ଘଟଣା। ଗାଁର ଏକ ନିର୍ଦ୍ଧିଷ୍ଟ ପରିବାର ଜଣେ ଶିଶୁର ସ୍ବାସ୍ଥ୍ୟବସ୍ଥା ବାରମ୍ବାର ଖରାପ ହେଉଥିବା ବେଳେ ତାଙ୍କୁ ଗୁଣି କରାଯାଉଥିବା ନେଇ ସନ୍ଦେହ କରାଯାଉଥିଲା। 

Also Read: ଗୁଣିଆ ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ସୁନାପୁର ଗ୍ରାମର ମନ୍ଦିରରେ ପୂଜା କରୁଥିବା ଜଣେ ବୃଦ୍ଧଙ୍କ ଉପରେ ସନ୍ଦେହ ଉପୁଜିବା ପରେ ବୃଦ୍ଧ ଏବଂ ତାଙ୍କ ପୁଅକୁ ଘରୁ ଟାଣି ଆଣି ଠେଙ୍ଗା, ଲୁହା ଛଡ ମାଡ ମାରିବା ସହ ଗୋଡ ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବୃଦ୍ଧ ଜଣକ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ତାଙ୍କୁ ଛାଡି ଦେବା ବଦଳରେ ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Also Read: ଦେଢ ମାସରେ ୬ ମୃତ; ଗୁଣି ସନ୍ଦେହରେ ପରିବାରର ତିନି ଜଣଙ୍କୁ ଆକ୍ରମଣ

ବିଜ୍ଞାନ ଯୁଗରେ ମଧ୍ୟ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ବିଭିନ୍ନ ସମୟରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିବା ସହ ଆଇନ୍କୁ ହାତକୁ ନେବାକୁ ପଛାଉନାହାଁନ୍ତି ଲୋକେ। ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାରେ ଗୁଣି ଗାରେଡିକୁ ନେଇ ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳୁଥିବା ବେଳେ ସରକାର ଏପରି କାର୍ଯ୍ୟ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।