ଗାଁ ଗଣ୍ଡାର ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନର ନିଆରା ପ୍ରୟାସ କରିଛି। ଆଉ ଏହି ପ୍ରୟାସର ନାଁ ହେଉଛି 'ପଲ୍ଲୀରେ ପ୍ରଶାସନ'। କେନ୍ଦ୍ରାପଡା ଜିଲ୍ଲାରେ ନୂଆ କରି ଜିଲ୍ଲା ପ୍ରଶାସନ ଏମିତି ଏକ ଉଦ୍ୟମ କରିଛି।
Trending Photos
କେନ୍ଦ୍ରାପଡା: ଏଣିକି ଲୋକେ ଯିବେନି ପ୍ରଶାସନ ନିକଟକୁ ବରଂ ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚିବ। କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ଏମିତି ଏକ ଅଭିନବ ପ୍ରୟାସ ହୋଇଛି। ଯାହାର ନାମ 'ପଲ୍ଲୀରେ ପ୍ରଶାସନ' ରଖାଯାଇଛି। ଜିଲ୍ଲାର ୯ ଗୋଟି ବ୍ଲକର ୯ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେବେ ଏହି କାର୍ଯ୍ୟକ୍ରମର ସୁଫଳ ସାଧାରଣ ଲୋକଙ୍କୁ କେତେ ମିଳୁଛି ତାକୁ ନେଇ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି।
ଗାଁ ଗଣ୍ଡାର ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନର ନିଆରା ପ୍ରୟାସ କରିଛି। ଆଉ ଏହି ପ୍ରୟାସର ନାଁ ହେଉଛି 'ପଲ୍ଲୀରେ ପ୍ରଶାସନ'। କେନ୍ଦ୍ରାପଡା ଜିଲ୍ଲାରେ ନୂଆ କରି ଜିଲ୍ଲା ପ୍ରଶାସନ ଏମିତି ଏକ ଉଦ୍ୟମ କରିଛି। ଏଣିକି ଗାଁର ଲୋକମାନେ କାମ ଧନ୍ଦା ଛାଡି ନିଜ ସମସ୍ୟାର ସମାଧାନ ପାଇଁ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବେ ନାହିଁ, ବରଂ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ବ୍ଲକ ସ୍ତରର ସମସ୍ତ କାର୍ଯ୍ୟାଳୟ ସାମିଲ ହୋଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀମାନେ ଲୋକମାନଙ୍କ ଠାରୁ ସିଧା ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି। କେବଳ ଲୋକମାନଙ୍କ ସମସ୍ୟାର ସମାଧାନ ନୁହେ ବରଂ ବିଭିନ୍ନ ପ୍ରସଙ୍ଗରେ ଲୋକମାନଙ୍କୁ ସଚେତନ କରିବା କାର୍ଯ୍ୟ ମଧ୍ୟ କରାଯାଉଛି।
Also Read: ବିଶ୍ବାଳପାଲିବାସୀଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୂଆ ପାଣି
'ପଲ୍ଲୀରେ ପ୍ରଶାସନ' କାର୍ଯ୍ୟକ୍ରମରେ ୧୯ଟି ବିଭାଗ ସାମିଲ ହୋଇଥିଲେ। ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ୭ରୁ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ମଙ୍ଗଳବାର ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତ ଜରିମୂଳ ହାଟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍କକ ସ୍ଥରୀୟ ସ୍ବାସ୍ଥ୍ୟ ମେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗ ଦେଇ ରୋଗୀ ଚିକିତ୍ସା କରିଥିଲେ।
ପ୍ରତି ସୋମବାର ଦିନ ବିଭିନ୍ନ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ। ଏଥିରେ ସ୍ୱାସ୍ଥ୍ୟ ଶିବିର, ପ୍ରାଣୀ ଚିକିତ୍ସା ଶିବିର, ଶ୍ରମିକ କାର୍ଡ, ବ୍ୟାଙ୍କ ଋଣ, ଚାଷ ସମ୍ପର୍କୀୟ ସହାୟତା, ପାନୀୟ ଜଳ, ଭତ୍ତା, ଘର ସମସ୍ୟା ପ୍ରଭୁତିର ତୁରନ୍ତ ସମାଧାନ କରାଯିବ। ପ୍ରଶାସନର ଏହି ପଦକ୍ଷେପ ସାଧାରଣ ଲୋକମାନଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେବ। ନିଜର କୌଣସି ଅଭିଯୋଗ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିବା ସାଧାରଣ ଗ୍ରାମବାସୀମାନଙ୍କୁ ଆଉ ସମୟ ନଷ୍ଟ କରିବା ପାଇଁ ପଡିବ ନାହିଁ।
Also Read: ସଡ଼କ ଦୁର୍ଘଟଣା ପରେ ବାରିଙ୍ଗିପୋଷିରେ ଭିଡହିଂସା! ଦୁଇ ମୃତ, ଜଣେ ନିଖୋଜ
'ପଲ୍ଲୀରେ ପ୍ରଶାସନ' ମାଧ୍ୟମରେ ଲୋକେ ଗୋଟିଏ ଜାଗାରେ ନିଜର ସମସ୍ତ ସମସ୍ୟାର ସମାଧାନ କରିପାରିବେ ବୋଲି ପ୍ରଶାସନ କହିଛି। ସମସ୍ତ ବିଭାଗକୁ ଏହି କାର୍ଯ୍ୟକ୍ରମରେ ସ୍ଥାନ ଦେଇ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ କରିପାରିଲେ ପ୍ରଶାସନର ଏହି ଉଦ୍ୟମ ସଫଳ ହେବ। ନଚେତ ଜିଲାପାଳଙ୍କ ଅଫିସ ଓ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଇଥିବା ସାଧାରଣ ଲୋକଟିର ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା 'ପଲ୍ଲୀରେ ପ୍ରଶାସନ' କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ତେବେ ଏହାର ସଫଳତା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଏବଂ ସମ୍ପୃକ୍ତି ଉପରେ ନିର୍ଭର କରୁଛି। ଅଧିକାରୀମାନେ କେତେ ଦୂର ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।