Keonjhar: କେନ୍ଦୁଝର ଜିଲ୍ଲାରେ ଚିଲିକା ହ୍ରଦର ଭ୍ରମ, ଶୀତଋତୁରେ ହେଉଛି ଆମେରିକା-କାନାଡ଼ା ପକ୍ଷୀଙ୍କ ସମାଗମ
Advertisement
Article Detail0/zeeodisha/odisha1524318

Keonjhar: କେନ୍ଦୁଝର ଜିଲ୍ଲାରେ ଚିଲିକା ହ୍ରଦର ଭ୍ରମ, ଶୀତଋତୁରେ ହେଉଛି ଆମେରିକା-କାନାଡ଼ା ପକ୍ଷୀଙ୍କ ସମାଗମ

Keonjhar News: କେନ୍ଦୁଝର ପୌରାଞ୍ଚଳର ୬ ନମ୍ବର ୱାଡ ଠାରେ ଅବସ୍ଥିତ ବଡଶାସନ ପୁଷ୍କରିଣୀର ଏବେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ବିଗତ କିଛି ଦିନ ହେବ ୧ କିଲୋଗ୍ରାମ୍ରୁ କମ୍ ଓଜନ ବିଶିଷ୍ଟ "ରେଡ୍ ହେଡେଡ୍ ଡକସ୍" ପକ୍ଷୀ ଏହି ପୁଷ୍କରିଣୀରେ ଡେରା ପକାଇଛନ୍ତି।

Keonjhar: କେନ୍ଦୁଝର ଜିଲ୍ଲାରେ ଚିଲିକା ହ୍ରଦର ଭ୍ରମ, ଶୀତଋତୁରେ ହେଉଛି ଆମେରିକା-କାନାଡ଼ା ପକ୍ଷୀଙ୍କ ସମାଗମ

Foreign Birds in Keonjhar: କେନ୍ଦୁଝର ଜିଲ୍ଲାରେ ଏବେ ଦେଖିବାକୁ ମିଳିଛି ଚିଲିକା ହ୍ରଦର ଭ୍ରମ। ଏବେ ଜିଲ୍ଲାକୁ ବିଦେଶାଗତ ପକ୍ଷୀଙ୍କ ଆଗମନରେ ହେବାରେ ଲାଗିଛି। ଶୀତଋତୁରେ ବଣପାହାଡ ଘେରା 
କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ, ଏବେ ଏଠାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ସୂଦୂର ଆମେରିକା ଏବଂ କାନାଡା ଭଳି ଦେଶରେ ଦେଖାଯାଉଥିବା "ରେଡ୍ ହେଡେଡ୍ ଡକସ୍" ପକ୍ଷୀ ଏଠାରେ ଦେଖିବାକୁ ମିଳିଛି। ଏହି ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ।

କେନ୍ଦୁଝର ପୌରାଞ୍ଚଳର (keonjhar Municipality) ୬ ନମ୍ବର ୱାଡ ଠାରେ ବଡଶାସନ ପୁଷ୍କରିଣୀ। ପ୍ରାୟ ୧୦ ଏକର ପରିମିତ ଏହି ପୁଷ୍କରିଣୀ ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏବେ ଆକର୍ଷଣୀୟ ହୋଇଉଠିଛି। ପୁଷ୍କରିଣୀର ଚତୁଃପାର୍ଶ୍ବକୁ ସୁଉଚ୍ଚ କରାଯିବା ସହ ପେଭର୍ ବ୍ଲକ ଦ୍ବାରା ଏହି ସ୍ଥାନକୁ ଆଚ୍ଛାଦିତ କରାଯାଇଛି। ଲୋକଙ୍କ ଶୌଚ ହେବା ପାଇଁ ଏଠାରେ ଉପରୁ ତଳ ଯାଏ ପାହାଚ ନିର୍ମାଣ କରାଯାଇଛି। 

ପୋଖରୀର କାଚକେନ୍ଦୁ ଭଳି ପାଣି ଏବଂ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ (Foreign Bird) ଆକୃଷ୍ଟ କରୁଛି। ବିଗତ କିଛି ଦିନ ହେବ ୧ କିଲୋଗ୍ରାମ୍ରୁ କମ୍ ଓଜନ ବିଶିଷ୍ଟ "ରେଡ୍ ହେଡେଡ୍ ଡକସ୍" (Redhead Duck) ପକ୍ଷୀ ଏହି ପୁଷ୍କରିଣୀରେ ଡେରା ପକାଇଛନ୍ତି। ଏଭଳି ସୁନ୍ଦର ବିଦେଶାଗତ ପକ୍ଷୀଙ୍କୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଭଳି ପକ୍ଷୀ ସାଧାରଣତଃ ଆମେରିକା ଏବଂ କାନାଡା (America and Canada) ଭଳି ଦେଶରେ ଦେଖାଯାଇଥାନ୍ତି।
 
ଶୀତଦିନେ ବଣ, ପାହାଡ ଘେରା କେନ୍ଦୁଝର ଜିଲ୍ଲାକୁ (Keonjhar District) ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହା ସହିତ ଜିଲ୍ଲାର ଥଣ୍ଡା ଏବଂ ସୁସ୍ଥ ପରିବେଶରେ ଆକୃଷ୍ଟ ହୋଇ ବିଦେଶାଗତ ପକ୍ଷୀ ଏଠାକୁ ଆସିଥାନ୍ତି। 
ଜିଲ୍ଲାର ବଡଘାଘରା, କୋଡିପସା ଡ୍ୟାମ୍, କାନଝରୀ ଡ୍ୟାମ୍ ଭଳି ପର୍ଯ୍ୟଟନସ୍ଥଳୀକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚିଲିକା ହ୍ରଦରୁ ବିଦେଶାଗତ ପକ୍ଷୀ ଆସୁଥିବା କହିଛନ୍ତି କେନ୍ଦୁଝର ଜିଲ୍ଲା ବନ ଅଧିକାରୀ (Keonjhar District Forest Officer)। କିଛି ଦିନର ବ୍ୟବଧାନରେ ଜିଲ୍ଲାରେ ପକ୍ଷୀଗଣନା ଆରମ୍ଭ ହେବାକୁ ଯାଇଥିବା ବେଳେ, ଏହା ଦ୍ୱାରା ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଏବଂ ପ୍ରଜାତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ (Keonjhar DFO)।