Khordha News: ସହରରେ ଚିନ୍ତାଜନକ ଟ୍ରାଫିକ୍ ବ୍ୟବସ୍ଥା; ବଢୁଛି ଦୁର୍ଘଟଣା, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!
Advertisement

Khordha News: ସହରରେ ଚିନ୍ତାଜନକ ଟ୍ରାଫିକ୍ ବ୍ୟବସ୍ଥା; ବଢୁଛି ଦୁର୍ଘଟଣା, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!

Khordha News: ଖୋର୍ଦ୍ଧା ସହରରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଟ୍ରାଫିକ୍ ବ୍ୟବସ୍ଥା । ମାତ୍ର ଗୋଟିଏ ହାବିଲଦାର, ଦୁଇ ତିନୋଟି କନେଷ୍ଟବଳ ଓ ହାତ ଗଣତି ହୋମଗାର୍ଡ଼କୁ ନେଇ ସହରରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଥାଏ, ଯାହା ସମୁଦ୍ରକୁ ଶଂଖେ । ତେବେ ଏହି ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।

Khordha News: ସହରରେ ଚିନ୍ତାଜନକ ଟ୍ରାଫିକ୍ ବ୍ୟବସ୍ଥା; ବଢୁଛି ଦୁର୍ଘଟଣା, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!

Khordha News: ଖୋର୍ଦ୍ଧା ସହରରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଟ୍ରାଫିକ୍ ବ୍ୟବସ୍ଥା (Traffic)। ସହର ସାରା ଦେଖିବାକୁ ମିଳିଛି ଉଠା ଦୋକାନୀଙ୍କ ରାଜ । ଉଠା ଦୋକାନୀଙ୍କ କବ୍‌ଜାରେ ରହିଛି ସାରା ସହର । ସକାଳ ୮ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସହରରେ ଯାତାୟତ କରିବା ଏକରକମ୍ ଅସମ୍ଭବ ହୋଇପଡ଼ିଛି । ସହରର ଟ୍ରାଫିକ ସଂପର୍କରେ ଯେ କେହି ବି ଶୁଣିବ ସେ ମୁଣ୍ଡରେ ହାତ ଦେବ। ମାତ୍ର ଗୋଟିଏ ହାବିଲଦାର, ଦୁଇ ତିନୋଟି କନେଷ୍ଟବଳ ଓ ହାତ ଗଣତି ହୋମଗାର୍ଡ଼କୁ ନେଇ ସହରରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଥାଏ, ଯାହା ସମୁଦ୍ରକୁ ଶଂଖେ । ତେବେ ଏହି ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।

ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଟ୍ରାଫିକ୍ ବ୍ୟବସ୍ଥା । ମୁକୁନ୍ଦପ୍ରସାଦ ଠାରୁ ଆରମ୍ଭ କରି ଚଣ୍ଡିଚୂଆ ଛକ, ଗୁରୁଜଙ୍ଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ରହିଛି ୩୦ରୁ ଉର୍ଦ୍ଧ ଛକ । ତେବେ ସମବାୟ ବ୍ୟାଙ୍କ ଛକ, ଥାନା ଛକ, ଜିଲ୍ଳାପାଳ କାର୍ଯ୍ୟାଳୟ ଛକ, ପୋଷ୍ଟ ଅଫିସ ଛକ, ନୂଆ ବସଷ୍ଟାଣ୍ଡ ଓ ଚଣ୍ଡିଚୂଆ ଛକ ଏମିତି କେତେକ ହାତ ଗଣତି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ଟ୍ରାଫିକ୍ ହୋମଗାର୍ଡ଼ଙ୍କର (Traffic home guard )ଦେଖାନଥାଏ । ସେପଟେ ଘରୋଇ ଯାତ୍ରୀବାହୀ ବସ ଓ ଅଟୋ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଠିଆ ହେବା ଯୋଗୁଁ ଆମ୍ବୁଲାନ୍ସ (Ambulance) ଯାତାୟତ ନେଇ ସମସ୍ୟା ସୃଷ୍ଟି ହୋଇଥାଏ । କେବଳ ସେତିକି ନୁହେଁ, ସହରର ମୁଖ୍ୟ ରାସ୍ତାକୁ ଲାଗି ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ବାଳକ ଉଚ୍ଚ ବିଦ୍ୟାଳୟ ମଧ୍ଯ ରହିଛି ଫଳରେ ସ୍କୁଲ ଖୋଲିବା ଓ ଛୁଟି ହେବା ସମୟରେ ରାସ୍ତାରେ ଯାତାୟତ ଏକ ପ୍ରକାରର ଠପ୍ ହୋଇଯାଇଥାଏ । ସେପେଟେ ବୋଝ ଉପରେ ନଳିତା ବିଡ଼ା ସାଜିଛନ୍ତି ଉଠା ଦେକାନୀ । ଉଠା ଦୋକାନୀମାନଙ୍କ ପ୍ରାର୍ଦୁଭାବ ଯୋଗୁଁ ସ୍କୁଲ ଓ ଅଫିସ ଯିବା ଆସିବା ସମୟରେ ରାସ୍ତା ଜାମ (Road jam) ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏସବୁ ନେଇ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ରାଜନେତମାନେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ଲାଗି କୌଣସି ଆନ୍ତରିକତା ଦେଖାଉନଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ଧର୍ମକୁ ଆଖି ଠାର ଭାବେ ନିଜର ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ କଥା ହେଉଛି, ଖୋର୍ଦ୍ଧା ଜିଲ୍ଲା ହେଡ଼କ୍ୱାର୍ଟର (khordha headquarters) ହୋଇଥିବା ବେଳେ ଏଠାରେ ପାର୍କିଂ ଲାଗି କୌଣସି ବ୍ୟବସ୍ଥା ନାହିଁ, ଯାହା ଫଳରେ ଲୋକମାନେ ମନ ଇଚ୍ଛା ଏଣେତେଣେ ଗାଡ଼ି ପାର୍କ କରିଥାଆନ୍ତି । ଫଳକେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ପାର୍କିଂ ବ୍ୟବସ୍ଥା ନଥିଲେ ମଧ୍ୟ ରାସ୍ତା ଉପରେ ଗାଡ଼ି ରଖି ଯଦି କେହି ଦୋକାନକୁ ଯାଉଛି ଆସିଲା ବେଳକୁ ପୋଲିସ ସେହି ଗାଡ଼ିରୁ ବେଆଇନ ପାର୍କିଂ (Parking) କହି ଟଙ୍କା ଆଦାୟ କରୁଥିବା ମଧ୍ଯ ଅଭିଯୋଗ ହେଉଛି ।

ଏହା ମଧ୍ଯ ପଢନ୍ତୁ-Weather Update: ଆକାଶରୁ ନିଆଁ ବର୍ଷା; ୧୬ ଯାଏଁ ନାହିଁ ନିସ୍ତାର, ଏସଓପି ଜାରି କଲେ ଏସଆରସି

ସମୟ ଥାଉ ଥାଉ ଟ୍ରାଫିକ୍ ସମସ୍ୟାର (Traffic problems) ସମାଧାନ ଲାଗି ତୁରନ୍ତ କୌଣସି ପଦକ୍ଷେପ ନ ନେଲେ ଆଗମୀ ଦିନରେ ଦୁର୍ଘଟଣା ଓ ଧନଜୀବନ ହାନୀ ହେବା ନେଇ ଆଶଙ୍କା କରାଯାଉଛି । ସେପଟେ ସହରରୁ କ୍ୟାବିନ ସମସ୍ୟା ଦୂର କରାଯିବା ସହ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଗଲେ ସହରବାସୀ ଉପକୃତ ହୋଇପାରନ୍ତେ ।