Advertisement
Photo Details/zeeodisha/odisha2570468
photoDetails0hindi

Health Tips: ସକାଳୁ ଥକ୍କାପଣ ଅନୁଭବ କରୁଛନ୍ତି କି, ସତେଜ ରହିବା ପାଇଁ ଆପଣାନ୍ତୁ ଏହି ଟିପସ

Winter Morning Health Tips: ସକାଳୁ ନିଦ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆପଣ ଅଳସୁଆ ହେବା ସହିତ ଥକ୍କା ଅନୁଭବ କରିଥାଆନ୍ତି। ବିଶେଷ କରି ଶୀତଦିନେ ଏଭଳି ସ୍ଥିତି ବାରମ୍ବାର ଦେଖାଦେଇଥାଏ। ଏପରି ପରିସ୍ଥିତିରେ ଆପଣ ସକାଳୁ ଉଠିବାକୁ ଚାହିଁ ନଥାନ୍ତି। ଯଦି ଆପଣ ନିୟମିତ ଭାବରେ ଏହି କ୍ଳାନ୍ତ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନଚେତ୍ ଆପଣ ଅସୁସ୍ଥତାର ଶିକାର ହୋଇପାରନ୍ତି। ସକାଳେ ସତେଜ ଅନୁଭବ କରିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ଏହାକୁ ନେଇ କଣ କୁହନ୍ତି ବିଶେଷଜ୍ଞ

1/9

2/9

ସକାଳୁ ବ୍ୟାୟାମ କରିବା ଆମ ଶରୀର ପାଇଁ ନିତ୍ୟାନ୍ତ ଜରୁରୀ। ଏହା କରିବା ଦ୍ୱାରା ଦିନ ତମାମ ଆମକୁ ସତେଜ ଅନୁଭବ ହୋଇଥାଏ। ଏପରିକି ଶରୀର ମଧ୍ୟ ସୁସ୍ଥ ରହିଥାଏ। 

3/9

ପୂରା ଦିନ ସତେଜ ରହିବାକୁ ହେଲେ ଆମକୁ ଶୀଘ୍ର ଉଠିବାକୁ ହେବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଏପରି କରିବା ଦ୍ୱାରା ଶରୀର ସହିତ ମାନସିକ ସ୍ଥିତି ମଧ୍ୟ ବେଶ ଭଲ ରହିଥାଏ। 

4/9

ସକାଳୁ ଉଠିବା ପରେ ହାଲୁକା ଉସୁମ ପାଣି ପିଇବା ଜରୁରୀ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କର ପେଟ ଜନିତ ସମସ୍ୟା ଦୂର ହୋଇଥାଏ। 

5/9

ଆପଣ ସକାଳେ ଖାଲି ପେଟରେ ସକଳା ଜଳଖିଆରେ ପାଚିଲା ଅମୃତଭଣ୍ଡା ମଧ୍ୟ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ। ଏହା ବ୍ୟତୀତ ଏହା ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ।

6/9

ସକାଳୁ ଆପଣ ଖଜୁରୀ ମଧ୍ୟ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।

7/9

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହାଲୁକା ଖାଦ୍ୟରୁ ଦିନ ଆରମ୍ଭ କରିବା ଉଚିତ। ରାତିରେ ଭିଜାଯାଇଥିବା ବାଦାମକୁ ଖାଇ ଦିନ ଆରମ୍ଭ କରିପାରନ୍ତି। 

8/9

ସକାଳୁ ଥକାପଣ ଦୂର କରିବା ପୂର୍ବରୁ ଶରୀରରେ ତେଲ ମାଲିସ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କୁ ଏହା ସତେଜ ରଖିବାରେ ସାହାଯ୍ୟ କରିଥାଏ। 

9/9

ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ମୋବାଇଲ, ଲାପଟପ ଆଦି ଠାରୁ ଦୁରେଇ ରୁହନ୍ତୁ। 

Disclamer:ପ୍ରବନ୍ଧରେ ଦିଆଯାଇଥିବା ପରାମର୍ଶ ଏବଂ ଟିପ୍ସ କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟ ପାଇଁ ଅଟେ। ଏହା zee odishaର ନିଜସ୍ୱ ମତନୁହେଁ। ଏହାକୁ ବୃତ୍ତିଗତ ଚିକିତ୍ସା ପରାମର୍ଶ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଯଦି ଆପଣଙ୍କର କିଛି ପ୍ରଶ୍ନ କିମ୍ବା ସମସ୍ୟା ଅଛି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।