keonjhar News: କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ଭର୍ତ୍ତି,୨ ଅଟକ
Advertisement
Article Detail0/zeeodisha/odisha1669123

keonjhar News: କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ଭର୍ତ୍ତି,୨ ଅଟକ

କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅଧୀନ ୩ନଂ ୱାର୍ଡ ଭାରତୀୟ ଜନତା ପାର୍ଟିର କାଉନସିଲର ଓ ତାଙ୍କ ସ୍ୱାମୀଙ୍କୁ ଦୁବୁର୍ତ୍ତ ମାନେ ମରାଣାନ୍ତକ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି । ଆକ୍ରମଣରେ କାଉନସିଲରଙ୍କ ମୁଣ୍ଡ ଫାଟିଯିବା ସହିତ ଗୁରୁତର ହୋଇ ଟାଟାଷ୍ଟିଲ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି । କାଉନସିଲରଙ୍କ ସ୍ୱାମୀ

keonjhar News: କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ଭର୍ତ୍ତି,୨ ଅଟକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅଧୀନ ୩ନଂ ୱାର୍ଡ ଭାରତୀୟ ଜନତା ପାର୍ଟିର କାଉନସିଲର ଓ ତାଙ୍କ ସ୍ୱାମୀଙ୍କୁ ଦୁବୁର୍ତ୍ତ ମାନେ ମରାଣାନ୍ତକ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି । ଆକ୍ରମଣରେ କାଉନସିଲରଙ୍କ ମୁଣ୍ଡ ଫାଟିଯିବା ସହିତ ଗୁରୁତର ହୋଇ ଟାଟାଷ୍ଟିଲ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି । କାଉନସିଲରଙ୍କ ସ୍ୱାମୀ ଜଗନ୍ନାଥ ପାଣିଗ୍ରାହୀ ଦୋକାନ ବନ୍ଦ କରି ନିଜ ଘର ହୁଡିସାହିକୁ ଯାଉଥିବା ବେଳେ ଘର ନିକଟରେ ୭ ରୁ ୮ ଜଣ ଦୁବୁର୍ତ୍ତ ଲୁହାରଡ,ପଥର ଧରି ତାଙ୍କୁ ଅଟକାଇ ଧମକଚମକ ଦେବା ସହିତ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ଜଗନ୍ନାଥ ପାଣିଗ୍ରାହୀ ଚିତ୍କାର କରିବାରୁ ତାଙ୍କ ପତ୍ନୀ ତଥା କାଉନସିଲର ରଶ୍ମିତା ପାଣିଗ୍ରାହୀ ଘରୁ ଦୌଡି ଆସି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । 

ଏହି ସମୟରେ ଦୁବୁର୍ତ୍ତ ମାନେ ପଥରରେ ତାଙ୍କ ମୁଣ୍ଡକୁ ବାଡେଇବାରୁ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତଶ୍ରାବ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁବୁର୍ତ୍ତ ମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ ରଶ୍ମିତାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହିତ ତାଙ୍କ ସ୍ୱାମୀ ଜଗନ୍ନାଥ ପାଣିଗ୍ରାହୀ ମଧ୍ୟ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଏନେଇ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ତେବେ କାଉନସିଲର ଦମ୍ପତ୍ତିଙ୍କୁ ଦୁବୁର୍ତ୍ତ ମାନେ କାହିଁକି ଆକ୍ରମଣ କଲେ ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।

ଖବର ଅପଡେଟ ହେଉଛି। ଦେଖନ୍ତୁ ଭିଡ଼ିଓ: କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି ଘଟଣାରେ ୨ ଅଟକ

Also Read: 7th pay commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା