Lift Stucked : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଚିତ୍ର । କୋଟି କୋଟି ଖର୍ଚ୍ଚ ହେଉଛି ସତ ସେ ଟଙ୍କା ସଠିକ୍ କାମରେ ଲାଗୁଛି ନା ନାହିଁ ତାକୁ ନେଇ ଏବେ ଚର୍ଚ୍ଚା । କାରଣ ହେଲା ଜଣେ ଗୁରୁତର ରୋଗୀ ଲିଫ୍ଟରେ ଆସୁଥିବା ବେଳେ ଅଚଳ ହୋଇଗଲା ଲିଫ୍ଟ। ଦୀର୍ଘ ୨୦ ମିନିଟ ପରେ ଲିଫ୍ଟରୁ ଉଦ୍ଧାର ହେଲେ ଗୁରୁତର ରୋଗୀ।
Trending Photos
Puri News: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି । ଜଣେ ଗୁରୁତର ରୋଗୀ ଲିଫ୍ଟରେ ଆସୁଥିବା ବେଳେ ଅଚଳ ହୋଇଗଲା ଲିଫ୍ଟ। ଦୀର୍ଘ ୨୦ ମିନିଟ ପରେ ଲିଫ୍ଟରୁ ଉଦ୍ଧାର ହେଲେ ଗୁରୁତର ରୋଗୀ। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୁରୀ ଭଳି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟର ଏଭଳି ଅବ୍ୟବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ ପୁରୀର (Puri) ଆଲିଶା ମିଶ୍ର ପୁରୀ ମେଡିକାଲରେ (Puri Medical) ମହିଳା ଓ ପ୍ରସୂତି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ରେଫର୍ କରାଯାଇଥିଲା। ତାଙ୍କୁ ଲିଫ୍ଟରେ ତଳକୁ ଅଣାଯାଉଥିବା ବେଳେ ଲିଫ୍ଟଟି ଅଚଳ ହୋଇଯାଇଥିଲା। ଲିଫ୍ଟ ଭିତରେ ରୋଗୀ ସମେତ ନର୍ସ ଫସି ଯାଇଥିଲେ। ପରେ ରୋଗୀ ସଂପର୍କୀୟ ଲିଫ୍ଟ ସଜାଡ଼ିବା ପାଇଁ ଅପରେରଟଙ୍କୁ ଫୋନ୍ କରିଥିଲେ ମଧ୍ଯ ନମ୍ବର ଲାଗି ନ ଥିଲା। ସେ ସିକୁରିଟିକୁ ଅବଗତ କରିବା ପରେ ଲିଫ୍ଟ ଅପରେଟର ୨୦ ମିନିଟ ପରେ ଆସି ଲିଫ୍ଟ ସଜାଡି ରୋଗୀଙ୍କୁ ଉଦ୍ଧାର କରିଥିଲେ।
ତେବେ ଅଚଳ ଲିଫ୍ଟ (Lift Stucked) ଭିତରେ ଗୁରୁତର ରୋଗୀ ଥିବା ହେତୁ କୌଣସି ଅଘଟଣ ହେବା ଭାବି ରୋଗୀ ସଂପର୍କୀୟ ଆତଙ୍କିତ ହୋଇ ପଡ଼ିଥିଲେ। ଏଠି ପ୍ରଶ୍ନ ଉଠୁଚି ପୁରୀ ମେଡିକାଲକୁ ମେଡିକାଲ କଲେଜର ରୂପାନ୍ତରଣ କରାଯିବା ପରେ ମଧ୍ଯ ସାମାନ୍ୟ ଲିଫ୍ଟଟିଏ ଠିକ୍ କରାଯାଇ ପାରୁନାହିଁ। ବାରମ୍ବାର ଉକ୍ତ ଲିଫ୍ଟଟି ଅଚଳ ହେଉଥିବା ବେଳେ ପାଖରେ ଅପରେଟର ରହୁନାହାଁନ୍ତି । ରୋଗୀଙ୍କ ସହ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ମେଡିକାଲ ନା ପ୍ରଶାସନ।
ମେଡିକାଲରେ ରୋଗୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଟଙ୍କାକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଚି। ମୂଖ୍ୟମନ୍ତ୍ରୀ ତୁରନ୍ତ ପୁରୀ ଭଳି ଏକ ଆନ୍ତର୍ଜାତୀୟ ସହରରେ ଉପଯୁକ୍ତ ରୋଗୀ ସେବା ପାଇଁ ହସ୍ତକ୍ଷେପ କରନ୍ତୁ। ମେଡିକାଲରେ ଚାଲିଥିବା ଦୁର୍ନୀତି, ଅବ୍ୟବସ୍ଥା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ରୋଗି ସଂପର୍କୀୟ ଦାବି କରିଛନ୍ତି।
Also Read: Puri News: କିଏ ଏହି କୁଞ୍ଜଲତା ସାମଲ, ଯାହାଙ୍କ ପାଇଁ ଟେନସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ !
Also Read: Doctor Subhashree Kar Death: ଆସିଲା ଶୁଭଶ୍ରୀଙ୍କ ମୃତ୍ୟୁର ଭିସେରା ରିପୋର୍ଟ, ଚିନ୍ତାରେ ପରିବାର