Puri News: କିଏ ଏହି କୁଞ୍ଜଲତା ସାମଲ, ଯାହାଙ୍କ ପାଇଁ ଟେନସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ !
Advertisement
Article Detail0/zeeodisha/odisha1538194

Puri News: କିଏ ଏହି କୁଞ୍ଜଲତା ସାମଲ, ଯାହାଙ୍କ ପାଇଁ ଟେନସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ !

Puri Zilla Parisad Meeting: ଆଜି ୪ର୍ଥ ଜିଲ୍ଲା ପରିଷଦ ବୈଠକରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। ୧୮ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ଯାଙ୍କୁ ଅସମ୍ମାନ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। 

Puri News: କିଏ ଏହି କୁଞ୍ଜଲତା ସାମଲ, ଯାହାଙ୍କ ପାଇଁ ଟେନସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ !

Puri News: ଚତୁର୍ଥ ଜିଲ୍ଲାପରିଷଦ ବୈଠକରେ ହୋହାଲ୍ଲା। ୧୮ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ଯାଙ୍କୁ ଅସମ୍ମାନ ହୋଇଥିବା ଅଭିଯୋଗ ହୋଇଛି। ପୁଣି ଆଉ କେହି ନୁହେଁ ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କରିଛନ୍ତି ଅସମ୍ମାନ। ଆଉ ଏଭଳି ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ସଦସ୍ଯା କୁଞ୍ଜଲତା ସାମଲ। ୨୦୧୭ରୁ ୨୨ ପର୍ଯ୍ୟନ୍ତ ବାକି ଥିବା କାର୍ଯ୍ୟ କାହିଁକି କରାଯାଇନଥିଲା ତାହାକୁ ନେଇ ପ୍ରଶ୍ନ କରିଥିଲେ କୁଞ୍ଜଲତା। ହେଲେ ଜିଲ୍ଲାପାଳ ଉତ୍ତର ରଖିବା ପୂର୍ବରୁ ମନ୍ତ୍ରୀ ସମୀର ନିଜ ଆଡୁ ହସ୍ତକ୍ଷେପ କରି କୁଞ୍ଜଲତାଙ୍କୁ ସମସ୍ତଙ୍କ ସାମ୍ନାରେ ତାଚ୍ଛଲ୍ଯ କରିବା ସହ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି କୁଞ୍ଜଲତା। 

ତାଙ୍କୁ ବୈଠକରେ (Meeting) କହିବାକୁ ସୁଯୋଗ ନଦେବାରୁ ଅସମ୍ମାନିତ ହୋଇ ବୈଠକୁ ବର୍ଜନ କରିଥିଲେ। ତେବେ ସମୀର ଦାସ(Education Minister Samir Ranjan Dash) ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ତେବେ ୨୦୨୨ପଞ୍ଚାୟତ ନିର୍ବାଚନରେ (Panchayat Election) ୧୮ନମ୍ବର ଜୋନର ବଳଙ୍ଗା ପଞ୍ଚାୟତରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ଯ ବିଜେଡି ଛାଡି ବିଜେପିରେ ଯୋଗଦାନ କରି ନୋମିନି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ କୁଞ୍ଜଲତାଙ୍କୁ ବିରୋଧ କରିଥିଲେ। 

ଏଣୁ ବ୍ଯକ୍ତି ପୁଣି ବିଜେଡିକୁ ଆସି ପୂର୍ବରୁ ବକେୟା ଥିବା ପ୍ରୋଜେକ୍ଟର ଓ୍ୱାର୍କ ଅର୍ଡର (Work Order)  ଆଣିବାକୁ ସକ୍ଷମ ହେଲେ ଆଉ ତାଙ୍କ ପୁଅ ନାମରେ କାର୍ଯ୍ୟ କଲେ। ଏଭଳି ପରିସ୍ଥିତିରେ ମନ୍ତ୍ରୀ ସମୀର ଦାସ କାହିଁକି ସେହି ବ୍ଯକ୍ତିଙ୍କ ପାଇଁ ବାହାରି   କୁଞ୍ଜଲତାଙ୍କୁ ବିରୋଧ କରୁଛନ୍ତି ବୋଲି ଉଠିଛି ପ୍ରଶ୍ନ। ତେବେ ଆଜିର ଘଟଣା ନେଇ କୁଞ୍ଜଲତା ମୁଖ୍ଯମନ୍ତ୍ରୀଙ୍କୁ(Chief Minister) ଭେଟି ଗଣଶିକ୍ଷା ମନ୍ତ୍ରୀଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଜଣାଇବେ। ଏବଂ ନିମାପଡା ବ୍ଲକରେ  ସଂପୃକ୍ତ ମନ୍ତ୍ରୀଙ୍କ ଯୋଗୁଁ ଅନ୍ଯାୟ ଅତ୍ଯାଚାର ବୃଦ୍ଧି ପାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik) ଅବଗତ କରିବେ ବୋଲି କହିଛନ୍ତି କୁଞ୍ଜଲତା। 

ତେବେ କୁଞ୍ଜଲତାଙ୍କ କହିବା କଥା, ମୁଁ ବିଜୁ ବାବୁଙ୍କ ଅମଳରୁ ରହିଛି । ହେଲେ ଏଠାରେ କିଛି ଲୋକ ନିଜ ପାୱାର ପାଇଁ ମୋତେ ମୋ କାମ କରିବାକୁ ଦଉନାହାଁନ୍ତି। ତେବେ ଜିଲ୍ଲାର ଉନ୍ନତିକରଣ କାମ ରୋକାଯାଇଥିବାରୁ ସେ ବିଷୟରେ କହିବାରୁ ବୈଠକରେ ମୋତେ ଜିଲ୍ଲାପାଳଙ୍କ ସାମ୍ନାରେ ଜଣେ ମନ୍ତ୍ରୀ କିଛି ଅଧିକାର ନଥାଇ କାହିଁକି କହିଲେ । ତେବେ ମୋତେ ଅସମ୍ମାନ କରିବାରୁ ମୁଁ ବୈଠକରେ (Jilla Parisad Meeting)କହିକି ଆସିଛି ଏସବୁ କଥା ମୁଖ୍ୟମନ୍ତ୍ରୀଙ୍କ କାନରେ ପକାଇବି। ଏହାସହ ମନ୍ତ୍ରୀ ସମୀର ରଞ୍ଜନ ଦାସ ୱାର୍କ ଅର୍ଡର ନିଜ ପାଖ ଲୋକଙ୍କୁ ଦେଇ ଟଙ୍କା ହଡ଼ପୁ ଥିବା ଅଭିଯୋଗ କରିଛନ୍ତି କୁଞ୍ଜଲତା।

Also Read: Doctor Subhashree Kar Death: ଆସିଲା ଶୁଭଶ୍ରୀଙ୍କ ମୃତ୍ୟୁର ଭିସେରା ରିପୋର୍ଟ, ଚିନ୍ତାରେ ପରିବାର

Also Read: Sambalpur: ସରିଲା ସମ୍ବଲପୁରୀ ଲୋକ ମହୋତ୍ସବ, ସ୍ମୃତି ସାଉଣ୍ଟିଲେ ବିଦେଶୀ କଳାକାର

Also Read: Sugarcane Farming: ହଜିବାକୁ ବସିଲାଣି ପରିଚୟ, ଲୋପ ପାଇଯିବ କି ଆଖୁ ଚାଷ? ଚିନ୍ତାରେ ଚାଷୀ