Advertisement
Article Detail0/zeeodisha/odisha696046
Zee OdishaOdisha Stateକନ୍ଧମାଳ, ଗଜପତି ସୀମାନ୍ତରେ ଅଜଣା କୀଟର ଆତଙ୍କ

କନ୍ଧମାଳ, ଗଜପତି ସୀମାନ୍ତରେ ଅଜଣା କୀଟର ଆତଙ୍କ

କନ୍ଧମାଳ ଗଜପତି ଜିଲ୍ଲା ସୀମାନ୍ତ ଦାରିଙ୍ଗବାଡ଼ି ବ୍ଳକ ଝିଞ୍ଜିରିଗୁଡ଼ା ପଞ୍ଚାୟତ କଡମ୍ବା ଗ୍ରାମ ନିକଟ ଜଙ୍ଗଲରେ ଏକରକମର ଝିଣ୍ଟିକା ପ୍ରଜାତିର କୀଟ ମାଡ଼ି ଆସିଥିବା ଦେଖିବାକୁ ମିଳିଛି । ଗତକାଲି କଡ଼ମ୍ବା ଗ୍ରାମର ଆଦିବାସୀ ମହିଳାମାନେ ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ହଜାର ହଜାର ସଂଖ୍ୟକ ଝିଣ୍ଟିକା ପ

କନ୍ଧମାଳ, ଗଜପତି ସୀମାନ୍ତରେ ଅଜଣା କୀଟର ଆତଙ୍କ

ପ୍ରିୟବ୍ରତ ସାହୁ, କନ୍ଧମାଳ: କନ୍ଧମାଳ ଗଜପତି ଜିଲ୍ଲା ସୀମାନ୍ତ ଦାରିଙ୍ଗବାଡ଼ି ବ୍ଳକ ଝିଞ୍ଜିରିଗୁଡ଼ା ପଞ୍ଚାୟତ କଡମ୍ବା ଗ୍ରାମ ନିକଟ ଜଙ୍ଗଲରେ ଏକରକମର ଝିଣ୍ଟିକା ପ୍ରଜାତିର କୀଟ ମାଡ଼ି ଆସିଥିବା ଦେଖିବାକୁ ମିଳିଛି । ଗତକାଲି କଡ଼ମ୍ବା ଗ୍ରାମର ଆଦିବାସୀ ମହିଳାମାନେ ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ହଜାର ହଜାର ସଂଖ୍ୟକ ଝିଣ୍ଟିକା ପ୍ରଜାତିର କୀଟ ଗଛର ପତ୍ର ଘାଇ ଗଛକୁ ପତ୍ର ଶୂନ୍ୟ କରୁଥିବା ଦେଖି ଛାନିଆ ହୋଇ ଗାଁକୁ ଫେରି କଣ ଗୋଟେ ଝିଣ୍ଟିକା ଭଳି କୀଟ ଜଙ୍ଗଲକୁ ଆସିଛି ସବୁ ଗଛ ପତ୍ର ଖାଇଦେଉଛି ବୋଲି କହିଥିଲେ । 

ଗ୍ରାମର କିଛି ଶିକ୍ଷିତ ଲୋକ ଏ ଖବର ପାଇ ବଧୂଏ ପଙ୍ଗପାଳ ହୋଇଥିବ  ବୋଲି ଆଶଙ୍କା କରି ଜଙ୍ଗଲକୁ ଯାଇ ଦେଖିଥିଲେ ।ତେବେ ଏହା ପଙ୍ଗପାଳ ନା ଝିଣ୍ଟିକା ଭଳି ଆଉ ଏକ ପ୍ରଜାତି ତାହା କେହି ଜାଣିପାରିନଥିବା ବେଳେ ସ୍ଥାନୀୟ ଅଞ୍ଚଳର କୃଷକମାନେ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି।ତେବେ ଏସମ୍ପର୍କରେ ଖବର ପାଇ ଆଜି ଅପରାହ୍ନରେ ଦାରିଙ୍ଗବାଡ଼ି ବ୍ଲକ କୃଷି ବିଭାଗ୍ୟ ସହକାରୀ ଅଧିକାରୀ ଖେତ୍ରୀବିଳାଶ ବେହେରା କଡମ୍ବା ଗ୍ରାମ ନିକଟ ଜଙ୍ଗଲରେ ପହଞ୍ଚି ତଦନ୍ତ କରି ଫେରିଥିଲେ ।ତେବେ ସହକାରୀ ଅଧିକାରୀଙ୍କ କହିବା ଅନୁଯାଇ ଏହା ଏକ ଝିଣ୍ଟିକା  ଜାତିର କୀଟ ଯାହାକି ପଙ୍ଗପାଳ ପରି ଗଛର ପତ୍ର ଖାଏ । 

ମାତ୍ର ଏତେ କ୍ଷତି କାରକ ନୁହେଁ କି ଉଡ଼ିପାରେ ନାହିଁ କେବଳ ଡେଇଁ ଡେଇଁ ଯାଏ । ଫଳରେ ଅଧିକ ଅଞ୍ଚଳ ବିସ୍ତାର   କରିପାରେ ନାହିଁ ବୋଲି କହିଛନ୍ତି । ଏବଂ ଏହାର ପ୍ରତିକାର ନିମନ୍ତେ ଔଷଧ ସିଞ୍ଚନ କରିବା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ସହ ସଚେତନ କରାଯାଇ ଆତଙ୍କିତ ନହେବାପାଇଁ ବ୍ଲକ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।

Add Zee News as a Preferred Source
About the Author