Rukuna rath yatra: ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଆଜି ଅଢ଼େଇ ଘଣ୍ଟା ନୀତି ବିଳମ୍ବରେ ଚାଲିଥିବା ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ସୂଚନା ଦେଇଛନ୍ତି । ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇପାରେ ସେପଟେ ଧାର୍ଯ୍ୟ ସମୟ ସାଢ଼େ ୩ଟାରେ ରଥଟଣା ଆରମ୍ଭ ସମ୍ଭବ ନୁହେଁ ବୋଲି ଶ୍ରୀ ପତି କହିଛନ୍ତି ।
Trending Photos
Rukuna rath yatra: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା( Rukuna rath yatra) । ଅଶୋକାଷ୍ଟମୀ ତିଥିରେ ୪ ଦିନ ପାଇଁ ରାମେଶ୍ବରଙ୍କ ପୀଠକୁ ଦୋଳଗୋବିନ୍ଦ ଓ ଉଭଣୀ ରୁକ୍କିଣୀଙ୍କୁ ସାଙ୍ଗରେ ଧରି ରୁକୁଣା ରଥରେ ବିଜେ କରିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ତେବେ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ପହଣ୍ତି ନୀତି ସାଢେ ୧୨ଟାରେ ଆରମ୍ଭ ହୋଇ ୧:୩୦ ମିନିଟ୍ ରେ ଶେଷ ହେବ । ରଥ ଉପରେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ଯରେ ପୂଜା ସରିବା ପରେ ରଥଟଣା କାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା ଏହାପରେ ମହାପ୍ରଭୁ ୭:୩୦ ମିନିଟ୍ ରେ ରାମେଶ୍ବର ମନ୍ଦିରରେ ବିଜେ କରିଥାଆନ୍ତେ କିନ୍ତୁ ଆଜି ଅଢ଼େଇ ଘଣ୍ଟା ନୀତି ବିଳମ୍ବରେ ଚାଲିଥିବା ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ସୂଚନା ଦେଇଛନ୍ତି । ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇପାରେ ସେପଟେ ଧାର୍ଯ୍ୟ ସମୟ ସାଢ଼େ ୩ଟାରେ ରଥଟଣା ଆରମ୍ଭ ସମ୍ଭବ ନୁହେଁ ବୋଲି ଶ୍ରୀ ପତି କହିଛନ୍ତି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିବା ସହ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ରଥ ଚାରିପଟେ ସୁରକ୍ଷା ବଳୟ ନେଇ ମଧ୍ଯ ବ୍ୟବସ୍ଥା ହୋଇଛି ।
ଅଶୋକାକୁଣ୍ତ ପାଣିରେ ମହାପ୍ରଭୁ ସ୍ନାନ କରିବା ପରେ ୧୪ଟି ଅଶୋକ କଢି ଲାଗି କରାଯିବ। ଏହାପରେ ଭେଟ ଆଳତି ନୀତିରେ ମହାପ୍ରଭୁ ରାମେଶ୍ବରଙ୍କୁ ସାକ୍ଷାତ କରିବେ । ତେବେ ରୁକୁଣା ରଥଯାତ୍ରା ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ଯ ନିୟୋଜିତ ହୋଇଛନ୍ତି । କେତେକ ସ୍ଥାନରେ ସୂତନ୍ତ୍ର ବ୍ୟାରିକେଡ଼ ମଧ୍ଯ ନିର୍ମାଣ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯିବା ସହ ଅସାଧୁ ଲୋକଙ୍କ ଉପରେ ନଜର ରଖିବା ଲାଗି ସାଧା ପୋଷାକରେ ପୋଲିସ ଭିଡ଼ ଭିତରେ ପଇଁତରା ମାରିବ। ଏହି ସମୟରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ରାମେଶ୍ବର ଛକ, କୋଦାରଗୌରୀ ଛକ ଓ ବଢେଇବା ଛକଠାରୁ ରାସ୍ତା ସିଲ୍ କରିଦିଆଯିବ । ମାଉସୀ ମା’ ଛକରୁ ରଥ ରୋଡ଼ରେ ଗାଡ଼ ଚଳାଚଳ ଉପରେ କଟକଣା ଲାଗିଛି । ମାଉସୀ ମା’ ଛକରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ରମାର୍ଗରେ ଲୋକେ ଯାତାୟାତ କରିପାରିବେ । ସେପଟେ ରଥ ରୋଡ଼ରେ ବାରିକ ସାହି ଗଳି, ଗୋସାଗରେଶ୍ବର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ହରଚଣ୍ତୀ ଗଳି, ମୁନା ମେଡ଼ିକାଲ ଗଳି, ପୁନାମା ଗେଟ୍ ଗଳି ଓ ରଥରୋଡ଼କୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ କୌଣସି ଗାଡ଼ି ଯାତାୟତ କରିବ ନାହିଁ । ରଥଖଳାରୁ ରଥରୋଡ଼ ମଧ୍ୟରେ କୌଣସି ଗାଡ଼ିକୁ ଯିବାକୁ ଦିଆଯିବ ନାହିଁ । ବାଟ ମହାଦେବ ମନ୍ଦିର ପଟୁ ବିଏମ୍ସି ମାର୍କେଟ୍ କମ୍ପ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାତାୟାତ କରିବେ ।
ପ୍ରକାଶଥାଉ କି, ଗତକାଲି ରୁକୁଣା ରଥ ପ୍ରତିଷ୍ଠା ପୂର୍ବରୁ ନିଲାମ ହୋଇଛି ମରିଚିକୁଣ୍ତ ଜଳ । ପ୍ରଥମ ଗରା ପାଣି ୩୦ ହଜାର ଓ ୨ୟ ଗରା ୧୬ ହଜାରରେ ନିଲାମ ହୋଇଛି । ଚଳିତ ବର୍ଷ ମୋଟ ୩୧ ଗରା ଜଳ ନିଲାମ ହୋଇଥିବା ନେଇ ବଡୁ ନିଯୋଗ ସୂଚନା ଦେଇଛନ୍ତି । ବିଶ୍ବାସ ରହିଛି, ସନ୍ତାନ ସନ୍ତତି ହେଉନଥିବା ମହିଳା ମିରିଚିକୁଣ୍ତ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ।
ଏହାମଧ୍ଯ ପଢନ୍ତୁ- Weather update: ଆଜିଠୁ ଆଉ ଏକ ପଶ୍ଚିମା ଝଡ଼, ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆର୍ଲଟ ଜାରି