ଗଜପତି ଜିଲ୍ଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମପଞ୍ଚାୟତରେ ଦୀର୍ଘ ମାସ ମାସ ଧରି ବହୁ ମଲା ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ହୋଇଥିବା ପ୍ରମାଣ ଜୀ ଓଡିଶା ହାତରେ ଲାଗିଛି। ଅଭିଯୋଗ ପରେ ନିଜ ଭୁଲକୁ ପିଇଓ ସ୍ବୀକାର କରିଥିବା ବେଳେ ବିଡିଓ ତଦନ୍ତ ଆଳରେ ଘଣ୍ଟ ଘୋଡାଉଛନ୍ତି।
Trending Photos
ଗଜପତି: ମୃତ ବ୍ୟକ୍ତି ନାମରେ ସରକାରୀ ତହବିଲରୁ ଆସୁଛି ଭତ୍ତା ଟଙ୍କା। ମରି ଯାଇଥିବା ବ୍ୟକ୍ତିଙ୍କ ନାମରେ ଟିପଚିହ୍ନ ମାରି ସରକାରୀ ଅର୍ଥକୁ ମିଳିମିଶି ହରିଲୁଟ କରୁଛନ୍ତି ପଞ୍ଚାୟତର ସରପଞ୍ଚ ଓ ଅଧିକାରୀ। ଥରେ କି ଦୁଇ ଥର ନୁହଁ ବରଂ ମାସ ମାସ ଧରି ମୃତ ବ୍ୟକ୍ତି ନାମରେ ବାର୍ଦ୍ଧକ୍ୟ ଭତ୍ତା ଉଠାଯାଉଥିବା ବେଳେ ସରକାରଙ୍କୁ ଭୁତେଇ ଟଙ୍କା ହଡପ ଚାଲିଥିବା ଅଭିଯୋଗ ଆସିଛି। ଗଜପତି ଜିଲ୍ଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମପଞ୍ଚାୟତରେ ଦୀର୍ଘ ମାସ ମାସ ଧରି ବହୁ ମଲା ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ହୋଇଥିବା ପ୍ରମାଣ ଜୀ ଓଡିଶା ହାତରେ ଲାଗିଛି। ଅଭିଯୋଗ ପରେ ନିଜ ଭୁଲକୁ ପିଇଓ ସ୍ବୀକାର କରିଥିବା ବେଳେ ବିଡିଓ ତଦନ୍ତ ଆଳରେ ଘଣ୍ଟ ଘୋଡାଉଛନ୍ତି।
ଗଜପତି ଜିଲ୍ଲା ମୋହନା ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ଥାଘର। କେଉଁଠି ଯୋଗ୍ୟ ହିତାଧିକାରୀମାନେ ଭତ୍ତା କାର୍ଡ ଥାଇ ମାସ ମାସ ଧରି ଭତ୍ତା ପାଉନଥିବା ବେଳେ ଅନ୍ୟ କେଉଁଠି ଏକାଧିକ ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଚିପ ଚିହ୍ନ ମାରି ଭତ୍ତା ହଡପ ହେଉଥିବା ନେଇ ଅଭିଯୋଗ ହୋଇଛି। ମୋହନା ବ୍ଲକର ପିଣ୍ଡିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡିକି, ଡାଳିଆମ୍ବ, ନିଜୁମା, ଭିମପୁର, କିର୍ତ୍ତିଙ୍ଗ ଆଦି ଗ୍ରାମର ଅନେକ ବ୍ୟକ୍ତି ଚାରି ପାଞ୍ଚ ମାସ ତଳେ ମୃତ୍ୟୁ ହୋଇସାରିଥିବା ବେଳେ ପଞ୍ଚାୟତରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମିଳିମିଛି ଭତ୍ତା ଉଠାଉଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
Also Read: ବିଜେଡି ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର
ଗତ ଜୁନ ଏକ ତାରିଖରେ ଡାଳିଆମ୍ବ ଗ୍ରାମର ସୁଲି ଗମାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଉକ୍ତ ଗ୍ରାମର ସମ୍ବାରୀ ଗମାଙ୍ଗଙ୍କ ମୃତ୍ୟୁ ସେହି ମାସ ୨୪ ତାରିଖରେ ହୋଇଥିଲା। ସୁଦ୍ଧକ୍ରୀୟା ପାଇଁ ଉଭୟଙ୍କ ପରିବାର ଲୋକେ ଗ୍ରାମ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇଁ ଆବେଦନ କରିଥିଲେ ହେଲେ ପରିବାର ସଦସ୍ୟଙ୍କ ଅଜାଣତରେ ପଞ୍ଚାୟତରୁ ଜାଲ ଟିପ ଚିହ୍ନରେ ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ଭତ୍ତା ଉଠାଯାଇଥିବା ଅଭିଯୋଗ ହୋଇଛି।
ସେହିଭଳି ପିଣ୍ଡିକି ଗ୍ରାମର ଲୁଇଜା ନାୟକ, ମାଥ୍ୟୁ ନାୟକ, ଭୀମପୁର ଗ୍ରାମର ରଘୁନାଥ ନାୟକ, ନିଜୁମା ଗ୍ରାମର ମୁକ୍ତି ମଳିକ, ନାରିଙ୍ଗି ଗ୍ରାମର ଚନ୍ଦ୍ରାବତୀ ଦଳାଇଙ୍କ ମୃତ୍ୟୁର ପାଞ୍ଚ ମାସ ପର୍ଯ୍ୟନ୍ତ ଟଙ୍କା ଉଠାଉଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
Also Read: ମୃତ୍ୟୁ ମୁଖରୁ ଟାଣି ଆଣିଲେ ଡାକ୍ତର
ପିଣ୍ତିକି ପଞ୍ଚାୟରେ ପୁର୍ବରୁ ଅନେକ ଥର ଏଭଳି ଘଟଣା ଲୋକଲୋଚନ ଆସିଥିବା ବେଳେ ବର୍ତ୍ତମାନ ପୁଣି ଏକାଧିକ ମୃତ ଲୋକଙ୍କୁ ଜୀବିତ ଦର୍ଶାଇ ଜାଲ ଟିପମାରି ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଛି। କିଛି ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ପାଖରେ ଭତ୍ତା କାର୍ଡ ରହିଥିବା ଅନ୍ୟ କିଛି ବ୍ୟକ୍ତିଙ୍କ ଭତ୍ତା କାର୍ଡ ପଞ୍ଚାୟତ କର୍ତ୍ତୃପକ୍ଷ ଫେରାଇନେଇ ଚାରିମାସ ଧରି ଭତ୍ତା ଉଠାଯାଇଛି।
ମାସ ମାସ ଧରି ଭତ୍ତା ବଣ୍ଟନରେ ଦୁର୍ନୀତି ଚାଲିଥିବା ନେଇ ପଞ୍ଚାୟତର ପିଇଓ ରଞ୍ଜିତା ଦଳାଇଙ୍କୁ ପଚାରିବାରେ ପ୍ରାୟ ସମସ୍ତ ହିତାଧିକାରୀଙ୍କ ସମ୍ପର୍କୀୟମାନେ ଟିପ ମାରି ଟଙ୍କା ନେଉଥିବା ବେଳେ ଅନେକ କ୍ଷେତ୍ରରେ ଭୁଲ ରହିଥିବା ସ୍ବୀକାର କରିଛନ୍ତି। ଅପରପକ୍ଷେ ମୃତ ବ୍ୟକ୍ତି ଟଙ୍କା ମୃତଙ୍କ ପରିବାର ଲୋକେ ନେଇଥାଇପାରନ୍ତି, ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ନିଜ ପ୍ରତିକ୍ରୀୟାରେ ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ର କହିଛନ୍ତି।
Also Read: 'ଲୁଚିଛି ନା ଗୋଡ ଦୁଇଟା ଦିଶୁଛି'
ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ମୃତକଙ୍କ ନାମରେ ଦୀର୍ଘ ମାସ ମାସ ଧରି ଭତ୍ତା ଉଠାଯାଉଥିବା ବେଳେ କିଏ ଏବଂ କିଭଳି ଭାବେ ଟଙ୍କା ଉଠାଉଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ। ତେବେ ପ୍ରଶାସନ ଏଦିଗରେ କେବେ ପଦକ୍ଷେପ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା।