'ଲୁଚିଛି ନା ଗୋଡ ଦୁଇଟା ଦିଶୁଛି'
Advertisement
Article Detail0/zeeodisha/odisha1018621

'ଲୁଚିଛି ନା ଗୋଡ ଦୁଇଟା ଦିଶୁଛି'

ଗୋଟାଏ ପଟେ ରାଜ୍ୟରେ ବିରୋଧୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବି କରିଥିବା ବେଳେ ଶାସକ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଶାସକ ଦଳର ଏହା ଏକ ଚାଲ ବୋଲି ବିଜେପି ଅଭିଯୋଗ କରିଛି।  

'ଲୁଚିଛି ନା ଗୋଡ ଦୁଇଟା ଦିଶୁଛି'

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ସହ ସମସ୍ତ ସାମଗ୍ରୀର ଦାମ ବଢିଚାଲିଛି। କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ଦରଦାମ ବଢ଼ି ଚାଲିଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି। ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି।

ନଭେମ୍ବର ପହିଲାରୁ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହା ସହ ଆସନ୍ତା ୫ ତାରିଖରୁ ୭ ତାରିଖ ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିବାକୁ ବିଜେଡି ଘୋଷଣା କରିଛି। ଗୋଟାଏ ପଟେ ରାଜ୍ୟରେ ବିରୋଧୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବି କରିଥିବା ବେଳେ ଶାସକ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଶାସକ ଦଳର ଏହା ଏକ ଚାଲ ବୋଲି ବିଜେପି ଅଭିଯୋଗ କରିଛି।  

ରାତି ପାହିଲେ ବଢୁଛି ଦାମ। ପ୍ରତି ଦିନ ପେଟ୍ରୋଲ-ଡିଜେଲ ଲିଟର ପିଛା ୩୦ରୁ ୩୫ ପଇସା ବୃଦ୍ଧି ପାଇବା ଯେଭଳି ଗୋଟାଏ ଟ୍ରେଣ୍ଡ ପାଲଟି ସରିଲାଣି। ଏଭଳି ସ୍ଥିତିରେ ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ବାଧିବା ଆରମ୍ଭ କରିଛି। ଯାହାକୁ ନେଇ ଶାସକ ବିଜେଡି ରାସ୍ତାକୁ ଓହ୍ଲାଇଛି। କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ପେଟ୍ରୋଲ ଡିଜେଲ ଦାମ ଶହେ ୧୦ ଟଙ୍କାରେ ପହଂଚିଲାଣି ବୋଲି ବିଜେଡି ଅଭିଯୋଗ କରିଛି।

Also Read: ବିଜେଡି ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର

ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ମହିଳା ବିଜେଡି କର୍ମୀ ଦରଦାମ ବୃଦ୍ଧିର ତୀବ୍ର ବିରୋଧ କରିଛନ୍ତି। ଗ୍ୟାସ୍ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୂଲି ଜାଳି ବିଜେଡି ପ୍ରତିବାଦ କରିଛି। ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଶାସକ ଦଳର ବିଧାୟକ ସ୍ମାରକ ପତ୍ର ଦେଇଛନ୍ତି। 

କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ। ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। 

ଲଗାତାର ୫ ଦିନ ହେଲା ପେଟ୍ରୋଲ ଓ ଡିଜେଲ୍ ଦର ଲଗାତାର ବଢ଼ି ବଢ଼ି ଚାଲିଛି। ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ପୁଣି ମହଙ୍ଗା ହୋଇଛ। ତେଲଦର ବୃଦ୍ଧି ପରେ ଅନ୍ୟାନ୍ୟ ସାମଗ୍ରୀ ଦାମ ମଧ୍ୟ ବଢିବାରେ ଲାଗିଛି। ଲୋକେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଉଥିବା ବେଳେ ରାଜନୈତିକ ଦଳ ନିଜ ସ୍ବାର୍ଥ ଦେଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ର ସରକାର କୋଭିଡ ଆଳରେ ତେଲ ଦାମ ଉପରୁ ଟିକସ ହଟାଉନଥିବା ବେଳେ ରାଜ୍ୟ ସରକାର ନିଜ ତରଫରୁ ଯେତିକି ଆବଶ୍ୟକ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ବିଜେଡି କହିଛି।

Also Read: ଡ୍ରଗ୍ସ ମାମଲାରେ ବୟାନ ବାଜି ପଡ଼ିଲା ଭାରି; ନବାବଙ୍କ ନାମରେ ଦାୟର ହେଲା ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା

ସେପଟେ ବିଜେଡିର ବିକ୍ଷୋଭକୁ ବିରୋଧୀ ବିଜେପି ପ୍ରହସନ ବୋଲି କହିଛି। ମହିଳାଙ୍କ ସୁରକ୍ଷା କଥାକୁ ନେଇ ଯେତେବେଳେ ସାରା ରାଜ୍ୟ ଉଠପଡ ହୁଏ ସେତେବେଳେ ଶାସକ ଦଳ ଏମିତି କରେ। ମମିତା ମେହେର ହତ୍ୟା ଘାଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ଚପାଇବାକୁ ବିଜୁ ଜନତା ଦଳ ପ୍ରସଂଗରୁ ନଜର ହଟାଇବା ପାଇଁ ବିଜେଡି ଆନ୍ଦୋଳନ ଡାକରା ଦେଇଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟରେ ଚାଷୀର ଧାନ ବିକ୍ରି ହେଇ ପାରୁନି, ପାନିପରିବା ଦର ବଢିଛି। ଦାମ ବୃଦ୍ଧିରେ ସମତୁଲ ଆଣିବାରେ ସରକାର ଫେଲ ହୋଇଛି। ପେଟ୍ରୋଲ ଡିଜେଲ ଦାମ ବୃଦ୍ଧିରେ ରାଜ୍ୟ ସରକାରଙ୍କ ବଡ଼ ଭାଗ ରହିଛି ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ନିଜ ଉପରେ କାଦୁଆ ଫିଙ୍ଗା ଆରମ୍ଭ କରିଦେଇଛନ୍ତି। ଗୋଟାଏ ପଟେ ରାଜ୍ୟ ସରକାର କୋବିଡ଼ ବେଳେ ତୈଳ ଦର ଉପରେ vat ବଢାଇଥିଲେ, ସେତେବେଳେ ରାଜ୍ୟ ସରକାର ତେଲ ଲିଟର ପିଛା ୩୭ ଟଙ୍କା ୯୦ ପଇସା ଟିକସ ପାଉଥିଲେ। ଏବେ ପୁଣି ତେଲ ଦର ବଢିବା ପରେ ୩୯ ଟଙ୍କା ଭ୍ୟାଟ୍ ପାଉଛନ୍ତି।

ସେଭଳି କେନ୍ଦ୍ର ସରକାର ମଧ୍ୟ ଅନୁରୁପ ପାଖାପାଖି ୪୦ ଟଙ୍କାରୁ ଅଧିକ ଟିକସ ପାଉଛନ୍ତି। ଏଥିରେ ସ୍ପଷ୍ଟ ବାରି ହେଉଛି ଯେତିକି ଅଶୌଧିକ ତେଲ ଦାମ ଅଛି ସେତିକି ଟଙ୍କାର ଟିକସ ସାଧାରଣ ଜନତା ଦେଉଛନ୍ତି। ବିଜେଡି, ବିଜେପି କଂଗ୍ରେସର ଦଳଚକଟା ମଝିରେ ଏବେ ସାଧରଣ ଜନତା ହନ୍ତସନ୍ତ ହେଉଛନ୍ତି। ବିଜେଡିର ହଠାତ୍ ଆନ୍ଦୋଳନକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ପ୍ରଥମେ ଟ୍ୟାକ୍ସ କମ କରି ପରେ ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡିକୁ ଏହା ସୁହାଇବ ବୋଲି ସୁର କହିଛନ୍ତି।