ହାଟ ବଦଳାଇଦେଲା ଜୀବନ, ବଣ୍ଡାଘାଟିକୁ ମିଳିଲା ନୂଆ ପରିଚୟ
Advertisement

ହାଟ ବଦଳାଇଦେଲା ଜୀବନ, ବଣ୍ଡାଘାଟିକୁ ମିଳିଲା ନୂଆ ପରିଚୟ

ବଣ୍ଡାଘାଟିକୁ ଲାଗି ରହିଛି କୋରାପୁଟର ଅନକାଡେଲି ହାଟ, ଯେଉଁ ହାଟ ଉପରେ ଅଣ୍ଡ୍ରାହଲ ପଂଚାୟତର ଅନେକ ଗ୍ରାମ ନିର୍ଭର କରିଥାଏ। ତେବେ ଅର୍ଜୁନ୍ ମଧ୍ୟ ସେହି ହାଟକୁ ଯିବା ସମୟରେ ଅନେକ ଚାଷୀ କଫି ଚାଷ କରିଥିବା ଦେଖିବାକୁ ପାଇଥିଲେ।

ଡିଜାଇନ୍ ଫଟୋ

ମାଲକାନଗିରି: ବଣ ପାହାଡ ଘେରା ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷର ଚରାଭୂମି ପାଲଟିଛି। ମାଫିଆଙ୍କ କଥାରେ ପଡି ଅନେକ ଅପହଁଚ ଇଲାକାରେ କିଛି ଲୋକ ଅର୍ଥର ଲାଳସାରେ ଗଞ୍ଜେଇ ଚାଷ କରୁଛନ୍ତି। କିନ୍ତୁ ସେହି ଅଂଚଳରେ ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନେ ବିଦେଶୀ ଫଳ ଓ ଅନାନ୍ୟ ଉନ୍ନତମାନର ଚାଷ କରୁଛନ୍ତି। ବଣ୍ଡାଘାଟିର ଅଣ୍ଡ୍ରାହଲ ପଂଚାୟତରେ ଥିବା ଅର୍ଜୁନ୍ ଶିଶା ନିଜ ଇଚ୍ଛାଶକ୍ତି ବଳରେ କଫି ଚାଷ କରି ସଫଳ ହୋଇଛନ୍ତି ।

ଏବେ କେବଳ କୋରାପୁଟ ନୁହଁ ମାଲକାନଗିରି (Malkangiri)  ଭଳି ପଛୁଆ ଜିଲ୍ଲାରେ ମଧ୍ୟ କଫି (Coffee) ଚାଷ ଦେଖିବାକୁ ମିଳିଛି। ୫ ହଜାର ଫୁଟ ଉପରେ ବଣ୍ଡାଘାଟି (Bandaghati) ର ମୁଦୁଲିପଡା ଓ ଅଣ୍ଡ୍ରାହଲ ଠାରେ ବଣ୍ଡା ଜନଜାତିର ଲୋକ ବାସ କରନ୍ତି। ତେବେ ଏହି ଦୁଇ ପଂଚାୟତରେ ଏମିତି ଅନେକ ଗ୍ରାମ ଅଛି ଯେଉଁଠି ସରକାରଙ୍କ ସୁବିଧା ବହୁ କଷ୍ଟରେ ପହଁଚେ। ତେବେ ସରକାରଙ୍କ ସୁବିଧାରୁ ବଂଚିତ ହୋଇ ମଧ୍ୟ ବଣ୍ଡାଘାଟିରେ ଅର୍ଜୁନ ଶିଶା କଫି ଚାଷ କରି ସଫଳ ହୋଇଛନ୍ତି। 

Also Read: ବଦଳିଲା ଅଣ୍ଡାର ଫଣ୍ଡା! ନରମିଲେ ଅପରାଜିତା

ବଣ୍ଡାଘାଟିକୁ ଲାଗି ରହିଛି କୋରାପୁଟର ଅନକାଡେଲି ହାଟ, ଯେଉଁ ହାଟ ଉପରେ ଅଣ୍ଡ୍ରାହଲ ପଂଚାୟତର ଅନେକ ଗ୍ରାମ ନିର୍ଭର କରିଥାଏ। ତେବେ ଅର୍ଜୁନ୍ ମଧ୍ୟ ସେହି ହାଟକୁ ଯିବା ସମୟରେ ଅନେକ ଚାଷୀ କଫି ଚାଷ କରିଥିବା ଦେଖିବାକୁ ପାଇଥିଲେ। ପରେ ସେ ମଧ୍ୟ ନିଜେ ଏହି ଚାଷ କରିବା ପାଇଁ ମନ ବଳାଇଥିଲେ। ସେହି ଅନକାଡେଲି ହାଟରୁ ହିଁ ଏହି ଚାରା ଆଣି ଅର୍ଜୁନ ନିଜ ଜମିରେ ଲଗାଇଥିଲା। କୌଣସି ସରକାରୀ ବାବୁ କିମ୍ବା ଅତ୍ୟାଧୁନିକ ଜ୍ଞାନକୌଶଳ ନ ଲଗାଇ ସେ ଏହି ଚାଷ କରି ସଫଳ ହୋଇଥିବା ଯୁବ ଚାଷୀ ଅର୍ଜୁନ୍ ଶିଶା କୁହନ୍ତି।

fallback

ଇଚ୍ଛାଶକ୍ତି ଥିବା ଦ୍ୱାରା ପ୍ରତ୍ୟେକ କାମ ସଫଳ ହୋଇ ପାରିବ ତାହାର ଏକ ଉଦାହରଣ ହେଉଛନ୍ତି ଅର୍ଜୁନ। ଯେଉଁ ଜଙ୍ଗଲ ଓ ଚାଷ ଜମି ଗୁଡିକରେ ଲୋକ ଗଞେଇ କିମ୍ବା ଅନାନ୍ୟ ଚାଷ କରିଥାନ୍ତି ସେହି ଜମିରେ ଅର୍ଜୁନ କଫି ଫଳାଇଛନ୍ତି। ଅର୍ଜୁନ ବର୍ଷ ତମାମ୍ କଫି ଚାଷ କରି ସଫଳ ହେଉଛନ୍ତି ସତ, ହେଲେ ଏହାର ବିକ୍ରି କିପରି ହୁଏ ସେ ସମ୍ବନ୍ଧରେ ସେ ଜାଣି ପାରୁ ନାହାଁନ୍ତି। ଯାହାଫଳରେ ଦଲାଲମାନଙ୍କ ଶିକାର ହୋଇ ଅଳ୍ପ ଅର୍ଥରେ ଏହା ବିକ୍ରି କରିବା ସହ ଅନକାଡେଲି ହାଟକୁ ନେଇ ଅଳ୍ପ ଦରରେ ବିକ୍ରି କରୁଛନ୍ତି। ସେ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ଓ ବର୍ଷ ତମାମ୍ ଯେଉଁ କଷ୍ଟ କରୁଛନ୍ତି ସେହି ଅନୁସାରେ ଲାଭ ପାଇ ପାରୁନାହାଁନ୍ତି । ଯଦି ଜିଲ୍ଲା ପ୍ରଶାସନର କିଛି ସହାୟତା ମିଳେ ତେବେ ଅର୍ଜୁନ୍ ଏହି ଚାଷକୁ ବଢାଇବା ସହ ସେହି ଗ୍ରାମରେ ଥିବା ଅନ୍ୟ ଚାଷୀମାନେ ମଧ୍ୟ ଏହି ଚାଷ କରିପରିବେ।

Also Read: ଶିକ୍ଷକତା ବିନା ଇଚ୍ଛାମୃତ୍ୟୁ

 

ବଣ୍ଡାଘାଟିରେ କଫି ଚାଷ କରି ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅର୍ଜୁନ୍। ଯଦି ସରକାରଙ୍କ କିଛି ସହାର୍ଯ୍ୟ ମିଳିପାରିଥାନ୍ତା, ତେବେ ଏହି ଚାଷକୁ ଅଗକୁ ବଢାଇ ପାରିଥାନ୍ତେ ବୋଲି ଅର୍ଜୁନ ଶିଶା ଆଶା ରଖିଛନ୍ତି।