ସୁପ୍ରିମକୋର୍ଟଙ୍କ ନିକଟରେ ଇଚ୍ଛାମୃତ୍ୟ ପାଇଁ ଆବେଦନ କରିଛନ୍ତି ଜଣେ ୩୦ ବର୍ଷୀୟ ଯୁବକ ଅନୀଲ କୂପର ଶିଖା। କଳାହାଣ୍ଡି ଜିଲ୍ଲା ମାଦିଗୁଡା ପଞ୍ଚାୟତ ଚିକିଲି ଗାଁରେ ଅନୀଲଙ୍କ ଘର। ଦୀର୍ଘ ୬ ବର୍ଷ ହେଲା ସେ ଶଯ୍ୟାଶାୟୀ ଅଛନ୍ତି।
Trending Photos
କଳାହାଣ୍ଡି: ସ୍ୱପ୍ନ ଥିଲା ଶିକ୍ଷକତା କରି ପରିବାର ପ୍ରତିପୋଷଣ ସହ ଏକ ଶିକ୍ଷିତ ସମାଜ ସୃଷ୍ଟି କରିବେ। ନିଜ ଲକ୍ଷ୍ୟ ହାସଲ ପାଇଁ ବାହାରି ପଡିଲେ ଭବାନୀପାଟଣା ଅଭିମୂଖେ। ଶିକ୍ଷକତା ପାଠ ପଢିବା ପାଇଁ ଡାଏଡ଼ରେ ନାମ ମଧ୍ୟ ଲେଖାଇଲେ। କିନ୍ତୁ ଲକାଇ କିନ୍ତୁ ବିଧିର ବିଧାନ ଯେ ଏତେ ନିଷ୍ଟରୁ ସେ ଭାବି ନଥିଲେ। ଶେଷରେ ଇଚ୍ଛାମୃତ୍ୟୁକୁ ଆଦରିନେଲେ।
ସୁପ୍ରିମକୋର୍ଟଙ୍କ ନିକଟରେ ଇଚ୍ଛାମୃତ୍ୟ ପାଇଁ ଆବେଦନ କରିଛନ୍ତି ଜଣେ ୩୦ ବର୍ଷୀୟ ଯୁବକ ଅନୀଲ କୂପର ଶିଖା। କଳାହାଣ୍ଡି ଜିଲ୍ଲା ମାଦିଗୁଡା ପଞ୍ଚାୟତ ଚିକିଲି ଗାଁରେ ଅନୀଲଙ୍କ ଘର। ଦୀର୍ଘ ୬ ବର୍ଷ ହେଲା ସେ ଶଯ୍ୟାଶାୟୀ ଅଛନ୍ତି। ଏକ ସଡକ ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ପାଇ ସେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇପଡିଛନ୍ତି। ସରକାର ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାକୁ ନେଇ ଡିଣ୍ଡିମ ପିଟୁଛନ୍ତି। ଅନୀଲଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ଦେଇଥିବା ବିଜ୍ୟୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଅଛି। କିନ୍ତୁ ସେସବୁ ବି ଅନିଲଙ୍କ ପରି ଅକର୍ମଣ୍ୟ ହୋଇ ପଡିଛି। ଆଉ ଶେଷରେ ସେ ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି।
Also Read: ଗର୍ଭବତୀଙ୍କୁ ଯତ୍ନ ନା'ରେ ଯାତନା!
ଡିସେମ୍ବର ୧୦ ତାରିଖ ୨୦୧୫ ମସିହାରେ ଅନୀଲ କୂପର ଶିଖା ପ୍ରତ୍ୟେକ ଦିନ ଭଳି ଭବାନୀପାଟଣାକୁ କୋଚିଂ ପାଇଁ ବାହରି ପଡିଥିଲେ। କୋଚିଂ ସାରି ଫେରିବା ସମୟରେ ତାଙ୍କ ସହ ଏକ ସଡକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ଶଯ୍ୟାଶାୟୀ ହୋଇପଡିଥିଲେ। ପରିବାର ଲୋକେ ଆର୍ଥିକ ଅନାଟନ ମଧ୍ୟରେ ବି ସୁନାଗହଣା ବିକ୍ରି ଜମି ବିକ୍ରି କରି ଅନୀଲଙ୍କୁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅନୀଲଙ୍କ ସ୍ୱାସ୍ଥ୍ୟାବସ୍ତାରେ କୌଣସି ସୁଧାର ଆସିନଥିଲା। ଆଉ ସେହି ଦିନ ଠାରୁ ଆଜି ଯାଏଁ ସେ ଶଯ୍ୟାଶାୟୀ ଅଛନ୍ତି।
ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସରକାରଙ୍କ ଶହ ଶହ ଯୋଜନା ରହିଛି। ଆଉ ସେଥିରେ କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି। କିନ୍ତୁ ଅନୀଲଙ୍କ ପାଇଁ ସତେ ଯେମିତି ସରକାର ଯୋଜନା ଅପହଞ୍ଚ। ଯେଉଁ ସମୟରେ ଅନୀଲ ମାଆ ବାପାଙ୍କ ଆଶାର ବାଡ଼ି ହେବା କଥା ସେହି ସମୟରେ ସେ ପରିବାର ଉପରେ ବୋଝ ପାଲଟିଛନ୍ତି। ଯାହା ତାଙ୍କ ଜୀବନଚର୍ଯ୍ୟାକୁ ବଦଳାଇ ଦେଇଛି। ଶେଷରେ ବାଧ୍ୟ ହୋଇ ଅନୀଲ ଇଚ୍ଛାମୃତ୍ୟକୁ ଆପଣେଇ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ସର୍ବୋଚ୍ଚ ଅଦାଲତକୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଅନୀଲ ନିଜର ଗରିବ ପରିବାରର ସ୍ଥିତି ଓ ଚିକିତ୍ସାଭାବକୁ ଇଚ୍ଛାମୃତ୍ୟୁ ଅନୁମତି ମାଗିବାର କାରଣ ବୋଲି କହିଛନ୍ତି।
Also Read: ବାଲୁଗାଁ ବସ ଦୁର୍ଘଟଣାରେ ତିନି ଛାତ୍ରଛାତ୍ରୀ ମୃତ; ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ସରକାରୀ ସହାୟତା ପାଇଁ ଅନୀଲ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି କଟକ ବଡ଼ ମେଡ଼ିକାଲରେ ଆବେଦନ କରିଛନ୍ତି। କିନ୍ତୁ କୌଣସି ଯୋଜନାରେ ସେ ସାମିଲ ହୋଇ ପାରିଲେ ନାହିଁ। ଶେଷରେ ଆଶା ଥିଲା ସରକାରଙ୍କ ନବ ନିର୍ମାଣ ଯୋଜନା BSKY କାର୍ଡ ମାଧ୍ୟମରେ ଚିକିତ୍ସା ଲାଭ ନେଇ ପାରିବେ। କିନ୍ତୁ ୧୨ ଦୁଆର ବୁଲିବା ପରେ ମଧ୍ୟ କୌଣସି ସୁଫଳ ନ ପାଇ ଶେଷରେ ଇଚ୍ଛାମୃତ୍ୟକୁ ଆପଣେଇ ନେଇଛନ୍ତି। ରାଷ୍ଟ୍ରପତି, ସୁପ୍ରିମକୋର୍ଟ, ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ଇଚ୍ଛାମୃତ୍ୟ ପାଇଁ ଅନୀଲ ଆବେଦନ କରିଛନ୍ତି। ଯାହା ଆମ ଢୋଲ ପିଟା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି। ଆଉ ଜିଲ୍ଲା ଜିଲ୍ଲା ବୁଲି BSKY କାର୍ଡ ବାଣ୍ଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏହା ଉପରେ ସମୀକ୍ଷା କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ଅନୀଲଙ୍କ ପରି ୨୦୧୯ରେ ମାଲକାନଗିରି ମାଥିଲି ବ୍ଲକ, ସର୍ଗିଗୁଡା ଗ୍ରାମର ଚମ୍ପା କାଲାକୁରା ମଧ୍ୟ ଇଚ୍ଛାମୃତ୍ୟୁ ମାଗିଥିଲେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାପତ୍ର ଲେଖି ଇଚ୍ଛାମୃତ୍ୟୁ ଦେବା ପାଇଁ ଆବେଦନ କରିଥିଲେ। ହେଲେ ଅଜଣା ରୋଗରେ ପୀଡିତ ଚମ୍ପାଙ୍କୁ ଇଚ୍ଛାମୃତ୍ୟୁ ତ ମିଳିଲା ନାହିଁ, ତା ବଦଳରେ ଜିଲ୍ଲା ପ୍ରଶାସନ ତାଙ୍କର ଚିକିତ୍ସା ଦାୟିତ୍ୱ ନେଲା। ତେବେ ସବୁ ସମସ୍ୟାର ସମାଧାନ କଣ ଚିଠି? ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନ କଣ ନିଜ ଦାୟିତ୍ୱ ଭୁଲି ଗଲେଣି? ଗରିବଙ୍କ କ୍ଷେତ୍ରରେ ସରକାରୀ ଯୋଜନା କେମିତି କୋମାକୁ ଚାଲିଯାଉଛି।