Advertisement
Article Detail0/zeeodisha/odisha976871
Zee OdishaOdisha Stateମନରେଗା ଯୋଜନାରେ ମହାଘୋଟାଲା; ଅଙ୍ଗନବାଡି ଦିଦିଙ୍କ ଖାତାକୁ ଯାଉଛି ଟଙ୍କା, ଅଟକଳ ମୂଲ୍ୟଠୁ ବିଲ୍ ଅଧିକ

ମନରେଗା ଯୋଜନାରେ ମହାଘୋଟାଲା; ଅଙ୍ଗନବାଡି ଦିଦିଙ୍କ ଖାତାକୁ ଯାଉଛି ଟଙ୍କା, ଅଟକଳ ମୂଲ୍ୟଠୁ ବିଲ୍ ଅଧିକ

ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ମହକୁମାରେ ମନରେଗା ଯୋଜନାରେ ଏକ ଜମି ଉନ୍ନୟନ (Land Development) କାମ ଗତ ୩ ମାସ ତଳେ କରାଯାଇଛି। ଆଉ ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ଏଥିରେ ବୁଡ୍ରାପାଙ୍ଗା ଗ୍ରାମର ଅନେକ ଲୋକ କାମ କରିଛନ୍ତି।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

କନ୍ଧମାଳ: ମନରେଗା ଯୋଜନାର ପୁଣି ଦୁର୍ନୀତି। ଅଙ୍ଗନବାଡି କର୍ମୀ, ସ୍କୁଲ ଛାତ୍ରଛାତ୍ରୀ, ଓ ବ୍ୟବସାୟୀ ହେଉଛନ୍ତି ମନରେଗା ହିତାଧିକାରୀ। ବ୍ୟୟ ଅଟକଳ ମୂଲ୍ୟ ଠାରୁ ଅଧିକ ଟଙ୍କାର ହୋଇଛି ବିଲ।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତରୁ ଏଭଳି କିଛି ଅଭିଯୋଗ ଆସିଛି।

ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ମହକୁମାରେ ମନରେଗା ଯୋଜନାରେ ଏକ ଜମି ଉନ୍ନୟନ (Land Development) କାମ ଗତ ୩ ମାସ ତଳେ କରାଯାଇଛି। ଆଉ ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ଏଥିରେ ବୁଡ୍ରାପାଙ୍ଗା ଗ୍ରାମର ଅନେକ ଲୋକ କାମ କରିଛନ୍ତି। ହେଲେ ଜମି ଉନ୍ନୟନ କାର୍ଯ୍ୟରେ ଯେଉଁ ଶ୍ରମିକମାନେ ନିୟୋଜିତ ହୋଇଥିଲେ ସେମାନଙ୍କ ମଧ୍ୟରୁ କିଛି ଅଧା ଟଙ୍କା ପାଇଥିବା ବେଳେ ଅନେକ ଶ୍ରମିକ ମୂଳରୁ ଏ ବାବଦକୁ ପାରିଶ୍ରମିକ ପାଇନାହାନ୍ତି। ଆଉ ଯେଉଁମାନେ ମୂଳରୁ ଏଥିରେ କାମ କରି ନାହାନ୍ତି, ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଛଡ଼ାଯାଇଥିବା ଅଭିଯୋଗ ହୋଇଛି।

Also Read: ଗ୍ରୀନ ମହାନଦୀ ମିଶନ୍ କେବଳ ବାହାନା! ତିନି ଲକ୍ଷ ଟଙ୍କାର ଗଛ ଚରିଗଲେ ବନ ବିଭାଗ ଅଧିକାରୀ

Add Zee News as a Preferred Source

ଅଙ୍ଗନବାଡି କର୍ମୀ, ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ମହିଳା ଓ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଜମି ଉନ୍ନୟନ କାର୍ଯ୍ୟର ଟଙ୍କା ଯାଇଛି। ଏହା ସହ ଚାଲ ବୁଲ କରିପାରୁନଥିବା ବୃଦ୍ଧ ମହିଳାଙ୍କ ଆକାଉଣ୍ଟକୁ ମନରେଗା ଯୋଜନାରେ ଟଙ୍କା ଛାଡ଼ି ସେମାନଙ୍କ ଠାରୁ ମଧ୍ୟ ମିଛ କହି ଜିଆରଏସ ( GRS) ଓ  ଗାଁ ସାଥି (GS) ମିଳିମିଶି ଏ  ସବୁ ଟଙ୍କା ନିଜେ ନିଜେ ହଡ଼ପ କରିନେଇଛନ୍ତି ବୋଲି ଗ୍ରାମର ଲୋକେ ଅଭିଯୋଗ କରୁଛନ୍ତି। ସେପଟେ ଜମି ଉନ୍ନୟନ ପାଇଁ ଫଳକରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ଦର୍ଶାଯାଇ ୫ ଲକ୍ଷ୍ ୫୦ ହଜାର ଟଙ୍କାର ବିଲ କରାଯାଇଛି ବୋଲି ଅନଲାଇନ ରିପୋର୍ଟରୁ ଜଣାପଡ଼ିଛି।

fallback

ଏହା ସହ ଅଙ୍ଗନବାଡି କର୍ମୀ ନିଜେ ସ୍ୱୀକାର କରିଛନ୍ତି ଯେ, ମନରେଗାରେ ଯୋଜନାରେ ସେ କାମ ନ କରି ତାଙ୍କ ଆକାଉଣ୍ଟରେ ଟଙ୍କା ଛଡ଼ାଯାଇଥିଲା। ଆଉ ଜିଆରଏସ ( GRS) ଓ  ଗାଁ ସାଥି (GS)ଙ୍କୁ ସେ ଟଙ୍କା ଉଠାଇ ଦେଇଛନ୍ତି। ଏନେଇ ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ଯାଏଁ ସଭିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ସୋନପୁର ସରପଞ୍ଚ ଏହାର ତଦନ୍ତ ପାଇଁ ଉପରୀସ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ହେଲେ ବ୍ଲକ ସ୍ତରରେ ସରକାରୀ ବାବୁମାନେ ଏନେଇ କେହି ମୁହଁ ଖୋଲୁନଥୁବା ବେଳେ ମନରେଗା ଦୁର୍ନୀତିରେ ସଭିଏଁ ସମ୍ପୃକ୍ତ ବୋଲି ଜନସାଧରଣରେ ମତ ପ୍ରକାଶ ପାଇଛି।

fallback

About the Author